Posted inଜାତୀୟ

ବଳାତ୍କାର ପୀଡ଼ିତାଙ୍କ କମ୍‌ ବୟସ ମୃତ୍ୟୁଦଣ୍ଡାଦେଶ ପାଇଁ ପର୍ଯ୍ୟାପ୍ତ ନୁହେଁ…

ନୂଆଦିଲ୍ଲୀ,୧୦।୧୧: ବଳାତ୍କାର ପୀଡ଼ିତାଙ୍କ କମ୍‌ ବୟସ ମୃତ୍ୟୁଦଣ୍ଡାଦେଶ ପାଇଁ କେବଳ ଏକ ମାତ୍ର ଅବା ପର୍ଯ୍ୟାପ୍ତ କାରଣ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ବିଚାରପତି ଏଲ୍‌.ନାଗେଶ୍ୱର ରାଓ, ସଞ୍ଜୀବ୍‌ ଖାନ୍ନା ଏବଂ ବି.ଆର୍‌.ଗାଭାଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି। ଏରପ୍ପା ସିଦ୍ଧପ୍ପା ମୁର୍ଗାନାଭାରଙ୍କ ମୃତ୍ୟୁ ଦଣ୍ଡାଦେଶକୁ କମ୍‌ କରି ଖଣ୍ଡପୀଠ ଏହା କହିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଏରପ୍ପା ଜଣେ ୫ ବର୍ଷ ବୟସ୍କା ବାଳିକାଙ୍କୁ ବଳାତ୍କାର କରିବା ପରେ ଗଳା ଚିପି ହତ୍ୟା କରି ବସ୍ତାରେ ଭର୍ତ୍ତି କରି ବେନିହାଲା କେନାଲରେ ଫିଙ୍ଗି ଦେଇଥିଲେ। ବିସ୍କୁଟର ପ୍ରଲୋଭନ ଦେଖାଇ ସେ ଏଭଳି କରିଥିଲେ।

ଏହି ମାମଲାରେ ଶୀର୍ଷ କୋର୍ଟ ଶତ୍ରୁଘ୍ନ ବବନ ମେଶ୍ରାମ ବନାମ ମହାରାଷ୍ଟ୍ର ରାଜ୍ୟ(୨୦୨୧) ୧ ଏସଏସସି ୫୯୬ର ଫଇସଲା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏଥିରେ ଗତ ୪୦ ବର୍ଷ ଧରି ସୁପ୍ରିମ୍‌କୋର୍ଟଙ୍କର ୬୭ ଫଇସଲା ଉପରେ ସର୍ଭେ କରାଯାଇଛି। ଏସବୁ ଫଇସଲା ମଧ୍ୟରୁ ୧୨ଟିରେ ନିମ୍ନ ଅଦାଲତ ଅବା ଉଚ୍ଚ ଅଦାଲତ ଦ୍ୱାରା ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬ ଏବଂ ୩୦୨ ଅନ୍ତର୍ଗତ ମୃତ୍ୟୁଦଣ୍ଡାଦେଶ ହୋଇଛି। ଏସବୁ ମାମଲାରେ ପୀଡ଼ିତାଙ୍କ ବୟସ ୧୬ ବର୍ଷରୁ କମ୍‌ ରହିଛି। ସେହିପରି ଅନ୍ୟ ୫୧ ମାମଲାରେ ପୀଡ଼ିତାଙ୍କ ବୟସ ୧୨ ବର୍ଷରୁ କମ୍‌ ରହିଥିବା ଏଥିରେ ଉଲ୍ଲେଖ କରାଯାଇଛି।

ଏହାର ବିଶ୍ଳେଷଣ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ବଳାତ୍କାର ମାମଲାରେ ପୀଡ଼ିତାଙ୍କ କମ୍‌ ବୟସ ମୃତ୍ୟୁଦଣ୍ଡାଦେଶ ପାଇଁ ପର୍ଯ୍ୟାପ୍ତ କାରଣ ନୁହେଁ ବୋଲି ଏଥିରୁ ପ୍ରତୀତ ହେଉଛି। ଯଦି ଏପରି ହୋଇଥାନ୍ତା ତେବେ ସମସ୍ତ ୬୭ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯାଇଥାନ୍ତା।

ମୃତ୍ୟୁ ଦଣ୍ଡାଦେଶ କମ୍‌ କରି ଖଣ୍ଡପୀଠ କହିଥିଲେ ଯେ, ଆବେଦନକାରୀଙ୍କର ପୂର୍ବରୁ କୌଣସି ଆପରାଧିକ ପୃଷ୍ଠଭୂମି ନାହିଁ। ଏଭଳି ଅପରାଧ ପାଇଁ ସେ ପୂର୍ବରୁ କୌଣସି ଯୋଜନା ପ୍ରସ୍ତୁତ କରିଥିବାରୁ ପ୍ରମାଣ ମଧ୍ୟ ନାହିଁ। ଆବେଦନକାରୀଙ୍କୁ ସୁଧାର କରି ହେବନାହିଁ ବୋଲି କୌଣସି ତଥ୍ୟ ମଧ୍ୟ ଦାଖଲ କରାଯାଇ ନାହିଁ। ସେହିପରି ଜେଲ୍‌ରେ ଆବେଦନକାରୀଙ୍କ ଆଚରଣ ବେଶ୍‌ ସନ୍ତୋଷ ଜନକ ମଧ୍ୟ ରହିଛି। ତାଙ୍କର ବୟସ ୨୩-୨୫ ମଧ୍ୟରେ। ସେ ଅତ୍ୟନ୍ତ ଗରିବ।

ଇତିମଧ୍ୟରେ ସେ ୧୦ ବର୍ଷ ୧୦ ମାସ ଜେଲ୍‌ରେ ବିତାଇ ସାରିଛନ୍ତି। ତେଣୁ ତାଙ୍କର ମୃତ୍ୟୁ ଦଣ୍ଡକୁ କୋହଳ କରାଯାଇଥିବା ଶୀର୍ଷ କୋର୍ଟ କହିଛନ୍ତି। ତେବେ ତାଙ୍କୁ ୩୦ ବର୍ଷ କାରାଦଣ୍ଡାଦେଶ ପୂର୍ବରୁ ମୁକ୍ତ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri