ମାଟି ତଳେ ଥିଲା ଶ୍ରମିକଙ୍କ ହାତଗୋଡ଼ ବନ୍ଧା ମୃତଦେହ

ଯାଜପୁର/କଳିଙ୍ଗନଗର(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ),୩।୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟାଟା ଷ୍ଟିଲ୍‌ ଦ୍ୱାରା ପରିଚାଳିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌(ଏନ୍‌ଆଇଏନ୍‌ଏଲ୍‌)ର ବ୍ୟାଚିଂ ପ୍ଲାଣ୍ଟ ନିକଟରେ ମାଟି ତଳୁ ନିଖୋଜ ଶ୍ରମିକ ସିଲୁ ପ୍ରଧାନ(୨୨)ଙ୍କ ମୃତଦେହକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଶନିବାର ସକାଳେ କଢ଼ାଯାଇଛି। ଏଥିରୁ ସିଲୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଣଓଡ଼ିଆ ଠିକାସଂସ୍ଥା ସତ୍ୟମ ଏଣ୍ଟରପ୍ରାଇଜେସ୍‌ ଅଧୀନରେ କାର୍ଯ୍ୟରତ ଅପରେଟର ସନସାଇଲୋ ଗ୍ରାମର ଜଗଦୀଶ ମହନ୍ତ, ଯୋରନ୍ଦା ଗ୍ରାମର ସୁପରଭାଇଜର ତାରିଣୀପ୍ରସାଦ ମହନ୍ତ, ହରିଚନ୍ଦନପୁର ଅଞ୍ଚଳର ମିଲର ଡ୍ରାଇଭର ପଦ୍ମଲୋଚନ ମହନ୍ତ ଓ ଆକାଉଣ୍ଟାଣ୍ଟ ଆଲୋକ ପାତ୍ରଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। କଳିଙ୍ଗନଗର ଥାନାରେ ଏନେଇ ୨୮୬/୨୦୨୪ରେ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ବ୍ୟାଚିଂ ପ୍ଳାଣ୍ଟରେ ବିଭିନ୍ନ ଦୁର୍ନୀତି ଟଙ୍କା ଭାଗବଣ୍ଟାରେ ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଉକ୍ତ ଅଣଓଡ଼ିଆ ଠିକାସଂସ୍ଥା ଜରିଆରେ ଏନ୍‌ଆଇଏନ୍‌ଏଲ୍‌ର ବ୍ୟାଚିଂ ପ୍ଲାଣ୍ଟ ପରିଚାଳିତ ହେଉଥିଲା। ବ୍ୟାଚିଂ ପ୍ଲାଣ୍ଟରେ ବ୍ୟବହୃତ ତେଲ, ଚିପ୍ସ, ସିମେଣ୍ଟ ଇତ୍ୟାଦି ସାମଗ୍ରୀ ବାହାରେ ବିକ୍ରି କରି ଠିକାସଂସ୍ଥାର କେତେଜଣ କର୍ମଚାରୀ ବେଶ୍‌ ମୁନାଫା ଅର୍ଜନ କରୁଥିଲେ। କିନ୍ତୁ ଘଟଣା ଘଟିବାର ୨/୩ ଦିନ ପୂର୍ବରୁ ଏହି କର୍ମଚାରୀମାନଙ୍କ ମଧ୍ୟରେ ଟଙ୍କା ଭାଗବଣ୍ଟାକୁ ନେଇ ବଚସା ହୋଇଥିଲା। ଏହାପରେ ଉପରୋକ୍ତ ୪ ଜଣ ଅଭିଯୁକ୍ତ ମିଳିମିଶି ହେଲ୍‌ପର ସିଲୁଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ, ୩୦ ତାରିଖ ସନ୍ଧ୍ୟାରେ ସିଲୁ ବ୍ୟାଚିଂ ପ୍ଲାଣ୍ଟର ମେଶିନ ଯାଞ୍ଚ କରୁଥିବା ସମୟରେ ଅନ୍ୟ ୪ ଜଣ ତାହାର ସୁଇଚ୍‌କୁ ଅନ୍‌ କରି ଦେଇଥିଲେ। ଫଳରେ ସେଥିରେ ସିଲୁ ଚାପି ହୋଇ ପ୍ରାଣ ହରାଇଥିଲେ। ଏହାପରେ ୪ ଅଭିଯୁକ୍ତ ପ୍ଲାଣ୍ଟ ନିକଟରେ ଜେସିବି ମେଶିନରେ ପ୍ରାୟ ୧୫ ଫୁଟ ଗାତ ଖୋଳି ସିଲୁଙ୍କୁ ଏକ ପଲିଥିନରେ ବାନ୍ଧି କୌଣସି ଏକ କେମିକାଲ ମିଶାଇ ପୋତି ଦେଇଥିଲେ। ଏପରିକି ପୋଲିସକୁ ଭୁଆଁ ବୁଲାଇବାକୁ ସିଲୁଙ୍କ ମୋବାଇଲ ଫୋନ୍‌କୁ ପାଣିକୋଇଲି ପର୍ଯ୍ୟନ୍ତ ନେଇ ଯାଇଥିଲେ। ସେହି ମୋବାଇଲ ଫୋନ୍‌ ଏଯାଏ ମିଳିପାରିନାହିଁ। ଏହାପରେ ୪ ଅଭିଯୁକ୍ତ ସେହିଦିନ ରାତି ୧୧ଟାରେ ଏକାସାଙ୍ଗେ ବାହାରକୁ ବାହାରିଥିଲେ। କିନ୍ତୁ ସିଲୁ ସେମାନଙ୍କ ସହିତ ନ ଥିଲେ। କଳିଙ୍ଗନଗର ଥାନା ପୋଲିସ ଏହାକୁ ଗୁରୁତ୍ୱର ଭାବେ ଗ୍ରହଣ କରି ୪ ଜଣଙ୍କୁ ଅଟକାଇ ଜେରା କରିଥିଲା। ଏହାପରେ ହତ୍ୟାକାଣ୍ଡର ସତ୍ୟ ସେମାନଙ୍କ ମୁହଁରୁ ଜଣାପଡ଼ିଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ବିକ୍ରି କରିବା ପାଇଁ ସେହି ସବୁ ସାମଗ୍ରୀ କିପରି କାରଖାନା ବାହାରକୁ ବାହାରୁଥିଲା। ଏଥିରୁ ସେଫ୍‌ଟି ଅଫିସର, ସିକ୍ୟୁରିଟି ଅଫିସର, ବ୍ୟାଚିଂ ପ୍ଲାଣ୍ଟର ଅଧିକାରୀ ପ୍ରମୁଖ ଏହି ଦୁର୍ନୀତିରେ ସାମିଲ ଥିବା ନେଇ ସନ୍ଦେହ ହେଉଛି। ଏଭଳି ମିଳିମିଶି ଦୁର୍ନୀତି କରାଯିବା କାରଣରୁ ଜଣେ ଶ୍ରମିକଙ୍କ ଜୀବନ ଗଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ଏବଂ ଦୁର୍ନୀତିର ପର୍ଦ୍ଦାଫାଶ୍‌ ପାଇଁ ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି ଆଇଏନ୍‌ଟିୟୁସିର ରାଜ୍ୟ ଉପସଭାପତି ବିଦ୍ୟାଧର ମହାନ୍ତି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri