ମାଟି ତଳେ ଥିଲା ଶ୍ରମିକଙ୍କ ହାତଗୋଡ଼ ବନ୍ଧା ମୃତଦେହ

ଯାଜପୁର/କଳିଙ୍ଗନଗର(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ),୩।୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟାଟା ଷ୍ଟିଲ୍‌ ଦ୍ୱାରା ପରିଚାଳିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌(ଏନ୍‌ଆଇଏନ୍‌ଏଲ୍‌)ର ବ୍ୟାଚିଂ ପ୍ଲାଣ୍ଟ ନିକଟରେ ମାଟି ତଳୁ ନିଖୋଜ ଶ୍ରମିକ ସିଲୁ ପ୍ରଧାନ(୨୨)ଙ୍କ ମୃତଦେହକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଶନିବାର ସକାଳେ କଢ଼ାଯାଇଛି। ଏଥିରୁ ସିଲୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଣଓଡ଼ିଆ ଠିକାସଂସ୍ଥା ସତ୍ୟମ ଏଣ୍ଟରପ୍ରାଇଜେସ୍‌ ଅଧୀନରେ କାର୍ଯ୍ୟରତ ଅପରେଟର ସନସାଇଲୋ ଗ୍ରାମର ଜଗଦୀଶ ମହନ୍ତ, ଯୋରନ୍ଦା ଗ୍ରାମର ସୁପରଭାଇଜର ତାରିଣୀପ୍ରସାଦ ମହନ୍ତ, ହରିଚନ୍ଦନପୁର ଅଞ୍ଚଳର ମିଲର ଡ୍ରାଇଭର ପଦ୍ମଲୋଚନ ମହନ୍ତ ଓ ଆକାଉଣ୍ଟାଣ୍ଟ ଆଲୋକ ପାତ୍ରଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। କଳିଙ୍ଗନଗର ଥାନାରେ ଏନେଇ ୨୮୬/୨୦୨୪ରେ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ବ୍ୟାଚିଂ ପ୍ଳାଣ୍ଟରେ ବିଭିନ୍ନ ଦୁର୍ନୀତି ଟଙ୍କା ଭାଗବଣ୍ଟାରେ ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଉକ୍ତ ଅଣଓଡ଼ିଆ ଠିକାସଂସ୍ଥା ଜରିଆରେ ଏନ୍‌ଆଇଏନ୍‌ଏଲ୍‌ର ବ୍ୟାଚିଂ ପ୍ଲାଣ୍ଟ ପରିଚାଳିତ ହେଉଥିଲା। ବ୍ୟାଚିଂ ପ୍ଲାଣ୍ଟରେ ବ୍ୟବହୃତ ତେଲ, ଚିପ୍ସ, ସିମେଣ୍ଟ ଇତ୍ୟାଦି ସାମଗ୍ରୀ ବାହାରେ ବିକ୍ରି କରି ଠିକାସଂସ୍ଥାର କେତେଜଣ କର୍ମଚାରୀ ବେଶ୍‌ ମୁନାଫା ଅର୍ଜନ କରୁଥିଲେ। କିନ୍ତୁ ଘଟଣା ଘଟିବାର ୨/୩ ଦିନ ପୂର୍ବରୁ ଏହି କର୍ମଚାରୀମାନଙ୍କ ମଧ୍ୟରେ ଟଙ୍କା ଭାଗବଣ୍ଟାକୁ ନେଇ ବଚସା ହୋଇଥିଲା। ଏହାପରେ ଉପରୋକ୍ତ ୪ ଜଣ ଅଭିଯୁକ୍ତ ମିଳିମିଶି ହେଲ୍‌ପର ସିଲୁଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ, ୩୦ ତାରିଖ ସନ୍ଧ୍ୟାରେ ସିଲୁ ବ୍ୟାଚିଂ ପ୍ଲାଣ୍ଟର ମେଶିନ ଯାଞ୍ଚ କରୁଥିବା ସମୟରେ ଅନ୍ୟ ୪ ଜଣ ତାହାର ସୁଇଚ୍‌କୁ ଅନ୍‌ କରି ଦେଇଥିଲେ। ଫଳରେ ସେଥିରେ ସିଲୁ ଚାପି ହୋଇ ପ୍ରାଣ ହରାଇଥିଲେ। ଏହାପରେ ୪ ଅଭିଯୁକ୍ତ ପ୍ଲାଣ୍ଟ ନିକଟରେ ଜେସିବି ମେଶିନରେ ପ୍ରାୟ ୧୫ ଫୁଟ ଗାତ ଖୋଳି ସିଲୁଙ୍କୁ ଏକ ପଲିଥିନରେ ବାନ୍ଧି କୌଣସି ଏକ କେମିକାଲ ମିଶାଇ ପୋତି ଦେଇଥିଲେ। ଏପରିକି ପୋଲିସକୁ ଭୁଆଁ ବୁଲାଇବାକୁ ସିଲୁଙ୍କ ମୋବାଇଲ ଫୋନ୍‌କୁ ପାଣିକୋଇଲି ପର୍ଯ୍ୟନ୍ତ ନେଇ ଯାଇଥିଲେ। ସେହି ମୋବାଇଲ ଫୋନ୍‌ ଏଯାଏ ମିଳିପାରିନାହିଁ। ଏହାପରେ ୪ ଅଭିଯୁକ୍ତ ସେହିଦିନ ରାତି ୧୧ଟାରେ ଏକାସାଙ୍ଗେ ବାହାରକୁ ବାହାରିଥିଲେ। କିନ୍ତୁ ସିଲୁ ସେମାନଙ୍କ ସହିତ ନ ଥିଲେ। କଳିଙ୍ଗନଗର ଥାନା ପୋଲିସ ଏହାକୁ ଗୁରୁତ୍ୱର ଭାବେ ଗ୍ରହଣ କରି ୪ ଜଣଙ୍କୁ ଅଟକାଇ ଜେରା କରିଥିଲା। ଏହାପରେ ହତ୍ୟାକାଣ୍ଡର ସତ୍ୟ ସେମାନଙ୍କ ମୁହଁରୁ ଜଣାପଡ଼ିଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ବିକ୍ରି କରିବା ପାଇଁ ସେହି ସବୁ ସାମଗ୍ରୀ କିପରି କାରଖାନା ବାହାରକୁ ବାହାରୁଥିଲା। ଏଥିରୁ ସେଫ୍‌ଟି ଅଫିସର, ସିକ୍ୟୁରିଟି ଅଫିସର, ବ୍ୟାଚିଂ ପ୍ଲାଣ୍ଟର ଅଧିକାରୀ ପ୍ରମୁଖ ଏହି ଦୁର୍ନୀତିରେ ସାମିଲ ଥିବା ନେଇ ସନ୍ଦେହ ହେଉଛି। ଏଭଳି ମିଳିମିଶି ଦୁର୍ନୀତି କରାଯିବା କାରଣରୁ ଜଣେ ଶ୍ରମିକଙ୍କ ଜୀବନ ଗଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ଏବଂ ଦୁର୍ନୀତିର ପର୍ଦ୍ଦାଫାଶ୍‌ ପାଇଁ ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି ଆଇଏନ୍‌ଟିୟୁସିର ରାଜ୍ୟ ଉପସଭାପତି ବିଦ୍ୟାଧର ମହାନ୍ତି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ସରିଲା ଗୋଲାପ ଦିଆନିଆ, ଆଜି ପ୍ରପୋଜ୍‌

ଭୁବନେଶ୍ୱର,୮।୨(ସୌମ୍ୟରଞ୍ଜନ ରାଉତ): ଭାଲାଣ୍ଟାଇନ୍‌ ଡେ’ର ପ୍ରଥମ ପାହାଚ ରୋଜ୍‌ ଡେ’ ପାଇଁ ଶନିବାର ଚଳଚଞ୍ଚଳ ହୋଇଉଠିଥିଲା ରାଜଧାନୀ। ପରସ୍ପରକୁ ଗୋଲାପ ଦେଇ ଶୁଭେଚ୍ଛା ଜଣାଇଥିଲେ ପ୍ରେମୀଯୁଗଳ। ହଷ୍ଟେଲ୍‌ଗୁଡିକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri