ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌, ୧୮ ଘଣ୍ଟାରେ ଖସିପଡ଼ିଲା ସ୍ଲାବ୍‌

କେନ୍ଦ୍ରାପଡ଼ା ଅଫିସ,୧୬ା୩: କେନ୍ଦ୍ରାପଡ଼ା ସହର ତିନିମୁହାଣୀ ଛକ ନିକଟ ନିର୍ମାଣାଧୀନ ଗୋବରୀ ନଦୀର ଦକ୍ଷିଣ ପାର୍ଶ୍ୱ ପୋଲ ବୁଧବାର ଭୁଶୁଡି ପଡିଛି। ଏହି ଦୁର୍ଘଟଣାରୁ କାର୍ଯ୍ୟରତ ଶ୍ରମିକମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସେହିପରି ରାସ୍ତାଠାରୁ ପ୍ରାୟ ୧୦୦ ମିଟର ଦୂରରେ କୌଣସି ଲୋକ ନ ଥିବାରୁ କେହି ମୃତାହତ ହୋଇ ନାହାନ୍ତି। ପୂର୍ତ୍ତ ବିଭାଗର ଏହି ନବନିର୍ମାଣ ପୋଲ ଭୁଶୁଡିବା ପରେ ତା’ର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଫକୀର ଚନ୍ଦ୍ର ଖଟୁଆ, ଦିଲ୍ଲୀପ ଦାଶ, ଶ୍ୟାମାମଣି ତ୍ରିପାଠୀ, ଉମେଶ ଚନ୍ଦ୍ର ପାଢ଼ୀ ପ୍ରମୁଖ କହିଛନ୍ତି, ସହରର କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ତିନିମୁହାଣୀ ଚଟି ପୋଲଠାରୁ ନୂଆ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଦ୍ୱିତୀୟ ବାଇପାସ୍‌ ରୋଡ ନିର୍ମାଣ ହେଉଛି। ପୋଲର ପିଲର ନିର୍ମାଣ ସରିଥିବା ବେଳେ ଏବେ ବାଡା ତିଆରି କରାଯାଉଛି। ମଙ୍ଗଳବାର ଅପରାହ୍ନ ୩ଟାରେ ୩୬ ମିଟର ଲମ୍ବ ଓ ୬ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ପୋଲର ଦ୍ୱିତୀୟ ବାଡା ଦୁଇଟି କ୍ରେନ ସାହାଯ୍ୟରେ ଉଠାଯାଇ ରଖାଯାଇଥିଲା। ବୁଧବାର ସକାଳ ପ୍ରାୟ ୯ଟାରେ ହଠାତ୍‌ ପୋଲ ବାଡା ଭୁଶୁଡି ପଡିବାରୁ ମୃଦୁ ଭୂମିକମ୍ପ ପରି ଅନୁଭବ ହୋଇଥିଲା। ଘଟଣାସ୍ଥଳରୁ କାର୍ଯ୍ୟରତ ଶ୍ରମିକମାନେ ଦୌଡି ପଳାଇ ଯାଇଥିଲେ। ଏହି ବାଇପାସ୍‌ ରୋଡ ନିର୍ମାଣ ଦାୟିତ୍ୱ ଏଆରଏସ୍‌ଏସ୍‌ କମ୍ପାନୀ ନେଇଛି। ନିର୍ମାଣ କାର୍ଯ୍ୟରେ ବହୁ ଅନିୟମିତତା ଥିବା ବହୁବାର ପୂର୍ତ୍ତ ବିଭାଗ ଦୃଷ୍ଟିକୁ ଅଣାଯାଇଛି। ଉଦ୍‌ଘାଟନ ପୂର୍ବରୁ ପୋଲ ଭୁଶୁଡି ଥିବାରୁ ଏହାର ସ୍ଥାୟିତ୍ୱ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ସେମାନେ ମତ ଦେଇଛନ୍ତି। ଅପରପକ୍ଷେ କାର୍ଯ୍ୟରତ ଶ୍ରମିକମାନେ କହିଛନ୍ତି, କ୍ରେନ ହଟାଇବା ବେଳେ ରଖାଯାଇଥିବା ପୋଲ ବାଡା ଭୁଶୁଡି ପଡିଥିଲା। ଏସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ପୋଲ ନିର୍ମାଣରେ
ତ୍ରୁଟିକୁ ନେଇ ବୈଷୟିକ ଟିମ୍‌ ଯାଞ୍ଚ କରିବ। ତେବେ ଘଟଣାସ୍ଥଳରେ କେହି ମୃତାହତ ହୋଇନାହାନ୍ତି। ନିର୍ମାଣଗତ ତ୍ରୁଟି ଥିଲେ ନିଶ୍ଚିତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ସହର ରାସ୍ତାରୁ ଭିଡ଼ କମାଇବା ପାଇଁ ତିନିମୁହାଣୀସ୍ଥିତ ଚଟି ପୋଲଠାରୁ ଗରାପୁର କାଳୀମନ୍ଦିର ପର୍ଯ୍ୟନ୍ତ ଦ୍ୱିତୀୟ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଏଆରଏସ୍‌ଏସ୍‌ କମ୍ପାନୀ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗରୁ ୨୩କୋଟି ୭୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟାଦେଶ ନେଇଥିଲା। ଏହି କାର୍ଯ୍ୟାଦେଶ ମଧ୍ୟରେ ବାଇପାସ୍‌ ରାସ୍ତାର ଗୋବରୀ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ ନଭେମ୍ବର ୮ ରେ ଏହି ସେତୁର ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସର ୪ବର୍ଷ ପରେ ୨୦୨୦ ଫେବୃୟାରୀ ୭ରେ ଏହି ସେତୁର ନିର୍ମାଣ କାମ ଆରମ୍ଭ ହୋଇ ୨୦୨୨ ମାର୍ଚ୍ଚ ୬ରେ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ଅଦ୍ୟାବଧି ଏହି ପ୍ରକଳ୍ପର ୫୦ପ୍ରତିଶତ କାମ ଶେଷ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri