Posted inଖେଳ

ଓଡ଼ିଶାର ଆହାନ ମିଶ୍ରଙ୍କୁ ତ୍ରିମୁକୁଟ

ଭୁବନେଶ୍ୱର, ୨୫।୫ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମ ଟେନିସ କମ୍ପ୍ଲେକ୍ସରେ ଅନୁଷ୍ଠିତ ୧୪ ଓ ୧୬ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ ସିରିଜ (ସିଏସ୭) ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଆହାନ ମିଶ୍ର ତ୍ରିମୁକୁଟ ହାସଲ କରିଛନ୍ତି। ସେ ୧୪ ଓ ୧୬ ବର୍ଷରୁ କମ୍‌ ସିଙ୍ଗଲ୍ସ ଏବଂ ୧୬ ବର୍ଷରୁ କମ୍‌ ଡବଲ୍ସରେ ଚାମ୍ପିୟନ ହୋଇଛନ୍ତି।

୧୪ ବର୍ଷରୁ କମ୍‌ ବାଳକ ଫାଇନାଲରେ ଟପ୍‌ ସିଡ୍‌ ଆହାନ କର୍ନାଟକର ଇଶାୟୁ ଦେସାଇଙ୍କୁ ୬-୩, ୬-୦ ସେଟ୍‌ରେ ହରାଇଛନ୍ତି। ସେହିପରି ୧୬ ବର୍ଷରୁ କମ୍‌ ସିଙ୍ଗଲ୍ସ ଫାଇନାଲରେ ସେ ଅଣସିଡେଡ ଆନ୍ଧ୍ର ପ୍ରଦେଶର କେ. ସୌର୍ଯ୍ୟଙ୍କୁ ୬-୩, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି।

ଅନ୍ୟତମ ଓଡ଼ିଶା ଖେଳାଳି ସୁତଭ୍ୟ କର୍ମକାରଙ୍କୁ ସାଥିକରି ଖେଳିଥିବା ଆହାନ ୧୬ ବର୍ଷରୁ କମ୍‌ ବାଳକ ଡବଲ୍ସ ଫାଇନାଲରେ ଅନିକେତ ସାହୁ ଓ ଅଂଶୁମାନ ଆଚାର୍ଯ୍ୟଙ୍କୁ ୬-୦, ୬-୨ ସେଟ୍‌ରେ ହରାଇ ତ୍ରିମୁକୁଟ ପୂରଣ କରିଛନ୍ତି। ଅନ୍ୟପକ୍ଷରେ ଏସ୍‌ ବେସ୍‌ ଟେନିସ ଏକାଡେମୀରେ ଅଜୟ ନିଶଙ୍କଙ୍କଠାରୁ ପ୍ରଶିକ୍ଷଣ ନେଉଥିବା ଆହାନ ୧୬ ବର୍ଷରୁ କମ୍‌ ବାଳିକା ବର୍ଗ ଫାଇନାଲରେ ତାମିଲନାଡ଼ୁର ଲୋକେଶ ସନ୍ମିଥାଙ୍କୁ ୬-୧, ୬-୦ ସେଟ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି। ୧୪ ବର୍ଷରୁ କମ୍‌ ବାଳିକା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି ତାମିଲନାଡ଼ୁର ଲୋକେଶ ସନ୍ମିଥା। ସେ ଓଡ଼ିଶାର ଶାଜଫା ସେକ୍‌ଙ୍କୁ ୬-୦, ୬-୨ରେ ହରାଇ ଟାଇଟଲ ଜିତିଛନ୍ତି।

୧୪ ବର୍ଷରୁ କମ୍‌ ଡବଲ୍ସ ଫାଇନାଲରେ ଓଡ଼ିଶାର ଜଗତ ଜ୍ୟୋତି ପତି ଓ ସ୍ବୟମ ସାହୁ ଅନ୍ୟତମ ଓଡ଼ିଆ ଯୋଡ଼ି ରାୟାଂଶ ଦାସ ଓ ଶ୍ରେୟାନ ପଟ୍ଟନାୟକଙ୍କୁ ୬-୩, ୭-୫ରେ ହରାଇ ଚାମ୍ପିୟନ ହୋଇଛନ୍ତି। ଖୋର୍ଦ୍ଧା ଜିଲା ଟେନିସ ଆସୋସିଏଶନ (କେଡିଟିଏ) ସଭାପତି ମଧୁସୂଦନ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। କେଡିଟିଏ ସମ୍ପାଦକ ଅସିତ ପ୍ରଧାନ, ଓଡ଼ିଶା ଟେନିସ ଆସୋସିଏଶନ ଉପସଭାପତି ତଥା ଟୁର୍ନାମେଣ୍ଟ ଡାଇରେକ୍ଟର ଦାମୋଦର ପ୍ରଧାନୀ, କାର୍ଯ୍ୟକାରିଣୀ ସଦସ୍ୟ ବିବେକାନନ୍ଦ ପଟ୍ଟନାୟକ, ଦୁଷ୍ମନ୍ତ ତୁଙ୍ଗା, ସମ୍ବିତ ପଟ୍ଟନାୟକ, ଟୁର୍ନାମେଣ୍ଟ ରେଫରି ଜତୀନ ବୈତ୍ସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଭାରତର ୮ ରାଜ୍ୟରୁ ୭୦ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ଚାମ୍ପିୟନ ଓ ରନରଅପ୍‌ ପ୍ରତିଯୋଗୀ ଯଥାକ୍ରମେ ୨୫ ଓ ୨୦ ଏଆଇଟିଏ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri