ନ୍ୟୁ ପଲ୍‌ସର ଏନ୍‌୧୫୦ର ଅନାବରଣ

ଭୁବନେଶ୍ୱର,୨୭।୯(ଅଭୟ ଦାଶ): ଦେଶର ପ୍ରମୁଖ ଦୁଇ ଓ ତିନିଚକିଆ ଯାନ ନିର୍ମିତା ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ପଲ୍‌ସର ଏନ୍‌୧୫୦କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହିତ ବଜାର ପ୍ରବେଶ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଏମ୍‌ଏସ୍‌ବି ବଜାଜ ଲୁଇସ୍‌ ରୋଡ୍‌ ଭୁବନେଶ୍ୱର ପକ୍ଷରୁ ମଙ୍ଗଳବାର ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ବଜାଜ ଅଟୋ ଲିମିଟେଡ୍‌ର ଆର୍‌ଏମ୍‌ (ସର୍ଭିସ୍‌) ମୟୂର ପ୍ରାନ୍‌ ବର୍ଗାହାଇନ୍‌, ଆର୍‌ଏମ୍‌ (ସେଲ୍‌ସ) କଲ୍ୟାଣ ରେଡ୍ଡୀ, ଏଏସ୍‌ଏମ୍‌ ସନ୍ତୋଷ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଏସ୍‌ବି ବଜାଜର ଏମ୍‌ଡି ମନ୍‌ସୁର ବକ୍ସଙ୍କ ସମେତ ଶୋ’ରୁମ୍‌ର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ବଜାଜ ଅଟୋର ପ୍ରେସିଡେଣ୍ଟ (ମୋଟରସାଇକେଲ୍ସ) ସାରଙ୍ଗ କାନାଡେ କହିଛନ୍ତି, ୨୦ବର୍ଷ ପୂର୍ବେ ଆମେ ପ୍ରଥମ ପଲ୍‌ସର ୧୫୦ସିସି ମୋଟରସାଇକେଲର ଶୁଭାରମ୍ଭ କରିଥିଲୁ। ବର୍ତ୍ତମାନ ଏନ୍‌୧୫୦ ମଡେଲ ନୂଆ ଅବତାରରେ ଗ୍ରାହକଙ୍କ ପାଇଁ ବଜାରରେ ଉପଲବ୍ଧ। ବିଶେଷକରି ଏହାର ଷ୍ଟାଇଲିଂ, ସେଗ୍‌ମେଣ୍ଟ-ଲିଡିଂ ଫିଚର, ଆକର୍ଷଣୀୟ ଅନ୍‌-ରୋଡ୍‌ ପ୍ରଦର୍ଶନ ଏହାକୁ ପଲ୍‌ସର ପରିବାରରେ ଏକ ଚମତ୍କାର ମୂଲ୍ୟ ଯୋଗରେ ପରିଣତ କରୁଛି। ପଲ୍‌ସର ଏନ୍‌୧୫୦ରେ ୪ ଷ୍ଟ୍ରୋକ୍‌-ସିଙ୍ଗଲ୍‌ ସିଲିଣ୍ଡର-ଏଫ୍‌ଆଇ, ୧୪୯.୬୮ସିସିର ଇଞ୍ଜିନ କ୍ଷମତା, ଟ୍ୟୁବୁଲାର ଫ୍ରେମ୍‌ ଷ୍ଟ୍ରକ୍ଚର, ଡିଜିଟାଲ ଏଲ୍‌ସିଡି ସ୍ପିଡୋମିଟର୍‌, ଟ୍ୟୁବ୍‌ଲେସ୍‌ ଟାୟାର, ମୋନୋସକ୍‌- ଟ୍ବିନ୍‌ ସକ୍‌ ଆବ୍‌ଜରବର ଆଦି ରହିଛି। ଅପରପକ୍ଷରେ ନୂଆ ପଲ୍‌ସର ଏନ୍‌୧୫୦ରେ ୧୪.୫ ପିଏସ୍‌ ପିକ୍‌ ପାୱାର ସହିତ ୧୩.୫ ଏନ୍‌ଏମ୍‌ ଟର୍କ ଏବଂ ସୁପରିୟର ବ୍ରେକିଂ ଓ ଟ୍ରାକ୍ସନ ପାଇଁ ସିଙ୍ଗଲ୍‌ ଚ୍ୟାନେଲ ଏବିଏସ୍‌ ରହିଛି। ସେହିପରି ଏଥିରେ ମୋନୋସକ୍‌ ରିୟର ସସ୍‌ପେନ୍ସନ ଓ ଏକ ସ୍ପୋର୍ଟି ଅଣ୍ଡରବେଲି ଏଗ୍‌ଜଷ୍ଟ ରହିଛି। ଏହି ବାଇଜ୍‌ ୩ଟି ଆକର୍ଷଣୀୟ ରଙ୍ଗ ରେସିଙ୍ଗ୍‌ ରେଡ୍‌, ଇବୋନି ବ୍ଲାକ୍‌ ଓ ମେଟାଲିକ୍‌ ପର୍ଲ ହ୍ବାଇଟ୍‌ରେ ଉପଲବ୍ଧ ହେଉଥିବାବେଳେ ଏହାର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୧,୧୮,୭୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri