ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାର ଚିନ୍ତାଜନକ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡି. ସୁବାରାଓ ଦେଶ ମଧ୍ୟରେ ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାରକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। କରୋନା ମହାମାରୀ ଯୋଗୁ ଦେଶରେ ଧନୀ ଏବଂ ଗରିବଙ୍କ ମଧ୍ୟରେ ଏକ ବୃହତ୍‌ ତାରତମ୍ୟ ସୃଷ୍ଟି ହୋଇଛି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଜାରି କରାଯାଇଥିବା ଲକ୍‌ଡାଉନ ଯୋଗୁ ଗରିବ ଲୋକଙ୍କ ଜୀବିକା ସଙ୍କଟରେ ରହିଛି। ଲୋକଙ୍କ ରୋଜଗାର ବର୍ତ୍ତମାନ ଗଭୀର ଭାବେ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଧନୀଲୋକଙ୍କ କାର୍ଯ୍ୟକଳାପ ଏବଂ ଜୀବନଯାପନ ଉପରେ ଅପେକ୍ଷାକୃତ କମ୍‌ ପ୍ରଭାବ ପଡିଥିବା ଦେଖାଯାଇଛି।
ସୁବାରାଓ କହିଛନ୍ତି, ମହାମାରୀ ଯେଉଁ ତାରତମ୍ୟ ସୃଷ୍ଟି କରିଛି ତାହା ଅସନ୍ତୁଳିତ ପୁନରୁଦ୍ଧାର ଆଡ଼କୁ ଇସାରା କରୁଛି। ଆଗାମୀ ଦିନରେ ଏହା ଅଭିବୃଦ୍ଧି ସମ୍ଭାବନାକୁ କ୍ଷତି ପହଞ୍ଚାଇପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଅସନ୍ତୁଳିତ ପୁନରୁଦ୍ଧାର ସିଦ୍ଧାନ୍ତ ଦୃଷ୍ଟିକୋଣରୁ ଭୁଲ୍‌ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଏହା କ୍ଷତିପହଞ୍ଚାଇ ପାରେ। ଘରୋଇ ବଜାରରେ ନଗଦ ସ୍ଥିତି ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ନିବେଶ ବୃଦ୍ଧି ଯୋଗୁ ମହାମାରୀ ସମୟରେ ମଧ୍ୟ ଶେୟାର ବଜାର ଏବଂ ଅନ୍ୟ ସମ୍ପତ୍ତି ଏବେ ବଢିଚାଲିଛି।
ସୁବାରାଓ ପୁଣି କହିଛନ୍ତି, ଚଳିତ ବର୍ଷ ଦେଶର ଆର୍ଥତ୍କ ସୁଧାର ଉନ୍ନତ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ମହାମାରୀର ନୂଆ ଲହର ଏହା ଉପରେ ଶକ୍ତ କ୍ଷତି ପହଞ୍ଚାଇଛି। ଗତବର୍ଷ ଅର୍ଥ ବ୍ୟବସ୍ଥାର ସ୍ଥିତି ଗତ ୪ ଦଶନ୍ଧିର ସବୁଠାରୁ ଖରାପ ରହିଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଜିଡିପି -୭.୩% ରହିଛି। କ୍ଷତି ପରିମାଣ ଆକଳନଠାରୁ କମ୍‌ ରହିଥିଲେ ମଧ୍ୟ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଜୀବନ ଜୀବିକା ଏହା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛି। ଚଳିତ ବର୍ଷ ବଜାର ଉନ୍ନତ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା। ହେଲେ ଦ୍ୱିତୀୟ ଲହର ଏଥିରେ ପ୍ରତିବନ୍ଧକ ସାଜିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥତ୍କ ବର୍ଷ ଲାଗି ଅଭିବୃଦ୍ଧି ଆକଳନକୁ ୧୦.୫%ରୁ ୯.୫%କୁ ଖସାଇଛି। ୯.୫% ହାରରେ ଅଭିବୃଦ୍ଧି ପ୍ରଭାବଶାଳୀ ମାତ୍ର ଗତବର୍ଷ ଜିଡିପିରେ ଯେଉଁ ହ୍ରାସ ହୋଇଛି ସେହି ଆଧାରରେ ଏହା ହାସଲ ହେବ। ଯଦି ଆମେ ଅଭିବୃଦ୍ଧି ହାର ହାସଲ ମଧ୍ୟ କରି ନେଉଛେ ତେବେ ଉତ୍ପାଦନ ମହାମାରୀ ପୂର୍ବ ସ୍ଥିତିଠାରୁ କମ୍‌ ରହିବ। ମହାମାରୀରେ ଅନେକ ଲୋକଙ୍କ ଜୀବିକା ଚାଲି ଯାଇଥିବା ବେଳେ ଅତିଧନୀଙ୍କ ସମ୍ପତ୍ତି ବୃହତ୍‌ ପରିମାଣରେ ବଢିଛି ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଏସ୍‌ଟି କ୍ଷତିପୂରଣକୁ ନେଇ ୮ ଦଳର ପ୍ରତିବାଦ

ନୂଆଦିଲ୍ଲୀ: ପ୍ରତିଶ୍ରୁତି ମୁତାବକ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଜନିତ କ୍ଷତିପୂରଣ ପ୍ରଦାନକୁ ନେଇ ବର୍ତ୍ତମାନ ଟଣାଓଟରା ଲାଗି ରହିଛି।...

ପ୍ରଭାବିତ ହେବନି କୃଷି କ୍ଷେତ୍ର

ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ଯୋଗୁ ଦେଶର କୃଷି କ୍ଷେତ୍ର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ ବୋଲି ନୀତି ଆୟୋଗ ସଦସ୍ୟ ରମେଶ...

ତିଆରି ହେଲା ୧୮୦କିମି/ଘଣ୍ଟା ସ୍ପିଡ୍‌ର ରେଳ ଇଞ୍ଜିନ

ନୂଆଦିଲ୍ଲୀ,୧୪-୮: ଭାରତୀୟ ରେଲଓ୍ବେ ହାଇସ୍ପିଡ ଟ୍ରେନ ଇଞ୍ଜିନ ନିର୍ମାଣ କ୍ଷେତ୍ରରେ ବହୁ ଉନ୍ନତି କରିଛି। ପଶ୍ଚିମବଙ୍ଗର ଚିତ୍ତରଞ୍ଜନ ଲୋକୋମୋଟିଭ ଓ୍ବର୍କ୍ସରେ ଏକ ହାଇସ୍ପିଡ ଇଞ୍ଜିନ ନିର୍ମାଣ...

ଅଶୋଧିତ ତେଲ ଦାମ ଟଏଲେଟ୍‌ ପେପରଠାରୁ ବି କମ !

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଧୀରେଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି। ଏପରିସ୍ଥଳେ...

ସିମ୍‌ ଭଳି ପୋର୍ଟେବଲ ହେବ ସେଟ୍‌ ଟପ୍‌ ବକ୍ସ

ନୂଆଦିଲ୍ଲୀ,୧୩।୫: ଗ୍ରାହକଙ୍କୁ ଭଲ ତଥା ଅଧିକ ସେବା ଯୋଗାଣ ପ୍ରତି ଦୃଷ୍ଟିନିବଦ୍ଧ କରିଥିବା ଭାରତୀୟ ଟେଲିକମ ରେଗୁଲେଟୋରୀ ଅଥରିଟି(ଟ୍ରାଇ) ବର୍ଷ ଶେଷରେ ଏକ ନୂଆ ନିୟମ...

ରିଲିଫ ପାଣ୍ଠିକୁ ଫ୍ରିଡମ ଅଏଲର ୨୫ ଲକ୍ଷ

ଭୁବନେଶ୍ୱର,୧୧।୪: ଫ୍ରିଡମ ବ୍ରାଣ୍ଡର ମୂଳ କମ୍ପାନୀ ଜେମିନି ଏଡିବଲସ୍‌ ଆଣ୍ଡ ଫ୍ୟାଟ୍‌ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା...

ବଜାରରୁ ୩.୨ ଲକ୍ଷ କୋଟି ଉଠାଇବେ ରାଜ୍ୟ

ନୂଆଦିଲ୍ଲୀ,୯।୪: ଚଳିତ ବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ରାଜ୍ୟଗୁଡିକ ବଜାରରୁ ୩.୨ ଲକ୍ଷ କୋଟି ଟଙ୍କା ଉଠାଇବେ। ଏ ନେଇ ଅର୍ଥ ମନ୍ତ୍ରଣାଳୟ ସବୁ ରାଜ୍ୟକୁ...

ଖାଉଟି ସୁରକ୍ଷା ବିଲ୍‌ ପାର୍ଲାମେଣ୍ଟରେ ଅନୁମୋଦିତ

ନୂଆଦିଲ୍ଲୀ,୭-୮: ବହୁ ପ୍ରତୀକ୍ଷିତ ଖାଉଟି ସୁରକ୍ଷା ବିଲ୍‌ ୨୦୧୯ ମଙ୍ଗଳବାର ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳପ୍ରଦ ପ୍ରଶାସନିକ ପଦକ୍ଷେପ ଜରିଆରେ...

Advertisement


Archives

Model This Week

Why Dharitri