ସହିପାରିଲେନି ପ୍ରେମିକଙ୍କ ଆତ୍ମହତ୍ୟା ଖବର, ଶୁଣୁଶଣୁ  ହାରିଦେଲେ ଜୀବନ

ବାଙ୍କୀ,୧୪ା୧ (ଶୁଭେନ୍ଦୁ ମହାପାତ୍ର): ସହିପାରିଲେନି ପ୍ରେମିକଙ୍କ ଆତ୍ମହତ୍ୟା ଖବର, ଶୁଣୁଶଣୁ ହାରିଦେଲେ ଜୀବନ।  ପ୍ରେମିକଙ୍କ ଆତ୍ମହତ୍ୟା ଖବର ଶୁଣି ପ୍ରେମିକା ରଶିରେ ଝୁଲିପଡ଼ିଥିବା ଚର୍ଚ୍ଚା ହେଉଛି। ଏଭଳି ଅଭାବନୀୟ ଘଟଣା କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ ଅଧୀନ କୁରୁମଚଇନି ଗ୍ରାମରେ ଘଟିଛି।
ଉକ୍ତ ଗ୍ରାମର ରଞ୍ଜନ କୁମାର ସେଠୀ(୨୦) ସୋମବାର ମଧ୍ୟରାତ୍ରିରେ ଦଉଡିରେ ଝୁଲିପଡ଼ିଥିବା  ଖବରପାଇ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ବାଇଗେଣୀ ଗ୍ରାମର କଲ୍ୟାଣି ମାଝୀ  (୨୦)। ମଙ୍ଗଳବାର ଭୋରରେ  ଘରେ ରଶିଲଗାଇ ଦେଇଥିଲେ। ଖବରପାଇ  ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ଥାନାରେ ୨ଟି ପୃଥକ୍‌ ମାମଲା (ନଂ.୩/୨୫ ଓ ୪/୨୫) ରୁଜୁ କରିଛି। ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ  ହସ୍ତାନ୍ତର କରାଯାଇଛି ।
ଏହି ଘଟଣା ସମ୍ପର୍କରେ ମୃତକଙ୍କ ପରିବାର ଲୋକେ କିଛି କହି ନ ଥିବାବେଳେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ରଞ୍ଜନ ବାଙ୍କୀ କଲେଜର ଯୁକ୍ତ ୨ ଶ୍ରେଣୀର ଛାତ୍ର। କଲ୍ୟାଣି  ମଧ୍ୟ ଏହି କଲେଜର ଯୁକ୍ତ ୩ କଳା ଶେଷ ବର୍ଷର ଛାତ୍ରୀ ଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମାତ୍ର ପରିବାର ଲୋକେ ସେମାନଙ୍କ ପ୍ରେମକୁ ସ୍ବିକୃତୀ  ଦେଉ ନ ଥିଲେ। ଏଥିରେ ମାନସିକ ଭାରସାମ୍ୟ ହରାଇ  ଉଭୟ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ବାଙ୍କୀ ଥାନା ଅଧିକାରୀ ଦିଲୀପ କୁମାର ମର୍ଦ୍ଦରାଜ ଭୂୟାଁ  କହିଛନ୍ତି,ଏନେଇ  ଅଧିକ ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ। ଗ୍ରାମ ଶ୍ମଶାନରେ ଶୋକାକୂଳ ପରିବେଶରେ ଉଭୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Share