ଦୁଇ ରାପ୍ଟର ବୋଟ୍‌ ନଷ୍ଟ କଲା କ୍ୱିଭ୍‌

କ୍ୱିଭ୍‌, ୨ା୪: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ୬୮ ଦିନ ପୂରିଥିବା ବେଳେ ଏତେ ଦିନ ଯୁଦ୍ଧ ଲମ୍ବିବା ମସ୍କୋ ପାଇଁ ଚିନ୍ତାର କାରଣ ପାଲଟିଛି। ଶକ୍ତିଶାଳୀ ରୁଷିଆ ସେନା ଆଗରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ୟୁକ୍ରେନ୍‌ ତିଷ୍ଠି ରହିବା ସେମାନଙ୍କ ଅସାଧାରଣ ସାହସକୁ ଦର୍ଶାଉଛି। ନିକଟରେ କ୍ୱିଭ୍‌ର ମିଶାଇଲ ମାଡ଼ରେ ରୁଷିଆ ନିଜର ଗୁରୁତ୍ୱପୂର୍ଣ୍ଣ ମୋସ୍କଭା ଯୁଦ୍ଧଜାହାଜ ହରାଇଥିବା ବେଳେ ଏବେ ପୁଣି ଏହାର ଦୁଇ ପାଟ୍ରୋଲିଂ ବୋଟ୍‌ ନଷ୍ଟ ହୋଇଛି। ବେଶ ଦକ୍ଷତାର ସହ ୟୁକ୍ରେନ୍‌ ଡ୍ରୋନ୍‌ ଜରିଆରେ କୃଷ୍ଣସାଗରର ସ୍ନେକ୍‌ ଦ୍ୱୀପରେ ମୁତୟନ ଥିବା ରୁଷିଆର ଦୁଇ ରାପ୍ଟର ବୋଟ୍‌କୁ ଟାର୍ଗେଟ କରିଛି। ଏ ନେଇ ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏକ ଭିଡିଓ ଟୁଇଟ୍‌ କରିଛି। ତୁର୍କୀ ନିର୍ମିତ ମିଲିଟାରୀ ଡ୍ରୋନ୍‌ ଦ୍ୱାରା ଦୁଇ ରୁଷୀୟ ରାପ୍ଟର ବୋଟ୍‌କୁ ସଫଳ ଟାର୍ଗେଟ କରାଯାଇଥିବା ୟୁକ୍ରେନ୍‌ ସଶସ୍ତ୍ର ବାହିନୀର କମାଣ୍ଡର୍‌ ଇନ୍‌ ଚିଫ୍‌ ଭାଲେରି ଜାଲୁଝୁନ୍‌ୟୀ କହିଛନ୍ତି। ନିକଟରେ ୟୁକ୍ରେନ୍‌ର ନେପ୍‌ଚ୍ୟୁନ୍‌ ମିଶାଇଲ ମାଡ଼ରେ ରୁଷିଆର ଆଣବିକ ଅସ୍ତ୍ର ପରିବହନକାରୀ ଯୁଦ୍ଧଜାହାଜ ମୋସ୍କଭା କୃଷ୍ଣସାଗରରେ ବୁଡ଼ି ଯାଇଥିଲା। ରୁଷିଆର ଧମକ ସତ୍ତ୍ୱେ ସ୍ନେକ୍‌ ଦ୍ୱୀପରେ ୟୁକ୍ରେନ୍‌ ସୈନ୍ୟ ଆତ୍ମସମର୍ପଣ କରିବାକୁ ମନା କରିବା ପରେ ଏହି ଆଇଲାଣ୍ଡ କ୍ୱିଭ୍‌ ପ୍ରତିରୋଧର ଏକ ଚିହ୍ନ ପାଲଟିଥିଲା।
ରୁଷିଆ ନିୟନ୍ତ୍ରଣରେ ଥିବା ୟୁକ୍ରେନୀୟ ସହ ଇଜିୟମରେ କ୍ୱିଭ୍‌ ସୈନ୍ୟ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଏଥିରେ ରୁଷୀୟ କମାଣ୍ଡର ଆଣ୍ଡ୍ରେଇ ସିମୋନୋଭ୍‌ଙ୍କ ସମେତ ୨୦୦ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍‌ ଦାବି କରିଛି। ସିମୋନୋଭ୍‌ଙ୍କୁ ମିଶାଇ ଏ ପର୍ଯ୍ୟନ୍ତ ରୁଷିଆର ୯ ଟପ୍‌ କମାଣ୍ଡରଙ୍କ ମୃତ୍ୟୁ ଘଟିଲାଣି। ଏଥିସହ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବିଶ୍ୱସ୍ତ କୁହାଯାଉଥିବା ରୁଷିଆ ସେନା ମୁଖ୍ୟ ଜେନେରାଲ ଭାଲେରି ଗେରାସିମୋଭ୍‌ ଆହତ ହୋଇଛନ୍ତି। ଯୁଦ୍ଧରେ ବିଜୟ ଲାଭ ପାଇଁ ତାଙ୍କୁ ଖର୍କ୍ୱିଭରେ ନିୟୋଜିତ କରାଯାଇଥିଲା। ଏବେ ସୁଦ୍ଧା ୟୁକ୍ରେନ୍‌ର ପ୍ରତିଆକ୍ରମଣରେ ରୁଷିଆର ୨୪ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟ ନିହତ ହୋଇଥିବା କ୍ୱିଭ୍‌ ଦାବି କରିଛି। ଆସନ୍ତା ୯ ତାରିଖରେ ରୁଷିଆର ବିଜୟ ଦିବସ ଅବସରରେ ପୁଟିନ୍‌ ୟୁକ୍ରେନ୍‌ ଉପରେ ବିଜୟ ହାସଲ ପାଇଁ ‘ଅଲ୍‌-ଆଉଟ୍‌ ଓ୍ବାର’ ଘୋଷଣା କରିପାରନ୍ତି। ଏଥିପାଇଁ ରୁଷିଆ ୟୁକ୍ରେନ୍‌ ଉପରେ ବଡ଼ଧରଣର ଆକ୍ରମଣ ଯୋଜନା କରିଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri