ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପୃଥିବୀର ଖାଦ୍ୟ ସୁରକ୍ଷା ଉପରେ ଦୋହରା ମାଡ଼,ଆଫ୍ରିକୀୟ ଦେଶ ସର୍ବାଧିକ ପ୍ରଭାବିତ …

ଜେନେଭା, ୨୮।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସିଧାସଳଖ ପ୍ରଭାବ ପୃଥିବୀର ଖାଦ୍ୟ ସୁରକ୍ଷା ଉପରେ ପଡ଼ିଛି। ଯୁଦ୍ଧ ଯୋଗୂ ପୃଥିବୀର ଖାଦ୍ୟ ସୁାକ୍ଷାରେ ସଙ୍କଟ ଦେଖାଦେଇଛି। ଯୁଦ୍ଧରେ ଏହି ଦୁଇ ଦେଶ ଗୁରୁତର ଭାବରେ ପ୍ରଭାବିତ ହେଉଛନ୍ତି। କିନ୍ତୁ ଏହି ଯୁଦ୍ଧ ପୃଥିବୀର ଏକ ବୃହତ ଜନସଂଖ୍ୟାକୁ ଭୋକ ଆଡକୁ ଠେଲି ଦେଇଛି। ବିଶେଷଜ୍ଞମାନେ ଏ ବିଷୟରେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ ପୃଥିବୀର ହାରାହାରି କୃଷି ଉତ୍ପାଦନକୁ ଗୁରୁତର ଭାବରେ ପ୍ରଭାବିତ କରିଛି।

ଏପରିସ୍ଥଳେ ଯୁଦ୍ଧ ଯୋଗୁ ପୃଥିବୀର ଖାଦ୍ୟ ସୁରକ୍ଷା ଉପରେ ଦୋହରା ମାଡ଼ ହେବାରେ ଲାଗିଛି। କାନବେରା ବିଶ୍ୱବିଦ୍ୟାଳୟର ଖାଦ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ସମୁଦାୟ ଖାଦ୍ୟର ଏକ ପଞ୍ଚମାଂଶ ହ୍ରାସ କରିସାରିଛି। ୟୁକେନ୍‌ ଯୁଦ୍ଧ ଏହି ସମସ୍ୟାକୁ ଆହୁରି ଗୁରୁତର କରିଦେଇଛି।

ଗହମ ରପ୍ତାନିରେ ପୃଥିବୀରେ ରୁଷିଆ ଏବଂ ୟୁକ୍ରେନର ଶେୟାର ୩୦ ପ୍ରତିଶତ ରହିଛି। ଯୁଦ୍ଧ ଯୋଗୁ ଗହମ ପାଇଁ ରୁଷିଆ ଏବଂ ୟୂକ୍ରେନ୍‌ ଉପରେ ନିର୍ଭର କରୁଥିବା ଦେଶଗୁଡ଼ିକ ଅନାହାରର ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଖାଦ୍ୟର ଅଭାବ ଯୋଗୁ ପଶ୍ଚିମ ଏସିଆ ଏବଂ ଉତ୍ତର ଆଫ୍ରିକାର ଦେଶଗୁଡିକ ଅଧିକ ପ୍ରଭାବିତ ହେବାର ଆଶଙ୍କ ଦେଖାଦେଇଛି। ଏହି ଦେଶଗୁଡ଼ିକ ୟୁକ୍ରେନ ଗହମର ପ୍ରମୁଖ ଆମଦାନୀକାରୀ।

ଏହି ଦେଶଗୁଡିକ ଆମଦାନୀ ମାଧ୍ୟମରେ ବୈନନ୍ଦିନ ଜୀବନ ସହିତ ଜଡିତ ସମସ୍ତ ଆବଶ୍ୟକତା ପୂରଣ କରିଥାନ୍ତି। ଯୁଦ୍ଧଯୋଗୁ ଏବେ ସେମାନେ ଖାଦ୍ୟ ଅଭାବରୁ ଭୋକିଲା ରହିବା ନିଶ୍ଚତ ହୋଇଥିବା ବିଶେଷଜ୍ଞ ମତପୋଷଣ
କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥତା କରିବା ପରେ ଏତେ ବଡ଼ ପୁରସ୍କାର ମାଗିଦେଲା ପାକିସ୍ତାନ, ସାରା ବିଶ୍ୱ ଚକିତ

ଇସଲାମାବାଦ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତିରେ ସାମିଲ ହେବାରେ ପାକିସ୍ତାନ ଅତ୍ୟନ୍ତ ଖୁସି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଏହି ସଙ୍କଟକୁ ଏଡାଇବାରେ ଇସଲାମାବାଦ…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri