‘ଯୁଦ୍ଧ ବନ୍ଦ କରିବାକୁ ହେଲେ ଜେଲନ୍‌ସ୍କିଙ୍କୁ ମାନିବାକୁ ପଡ଼ିବ ପୁଟିନଙ୍କ ଏହି ସର୍ତ୍ତ’

କ୍ୱିଭ୍‌,୨୨ା୭: ବେଲାରୁଷର ରାଷ୍ଟ୍ରପତି ଆଲେକଜାଣ୍ଡାର୍‌ ଲୁକାଶଙ୍କୋ କହିଛନ୍ତି, ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଗକୁ ଆସିବା ଉଚିତ୍‌। ସେ ଏହା ମଧ୍ୟ କହିଛନ୍ତି, ଏହାକୁ ରୋକିବା ଏବଂ ପରମାଣୁ ଯୁଦ୍ଧର ବିପଦକୁ ଏଡ଼ାଇବା ପାଇଁ ୟୁକ୍ରେନ ରୁଷିଆର ଦାବିକୁ ଗ୍ରହଣ କରିବା ଉଚିତ।

ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ନିକଟତମ ସମର୍ଥକ ଆଲେକ୍‌ଜାଣ୍ଡାର୍‌। ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ପରେ ବେଲାରୁଷର ସୀମାରେ ଦୁଇ ଦେଶ ମଧ୍ୟରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏକ ସାକ୍ଷାତକାରରେ ବେଲାରୁଷର ରାଷ୍ଟ୍ରପତି କହିଛନ୍ତି, ପ୍ରଥମେ ଏହି ଯୁଦ୍ଧକୁ ବନ୍ଦ କରାଯିବା ଉଚିତ ଏବଂ ତା’ପରେ କିପରି ଆଗକୁ ବଢ଼ିବାକୁ ହେବ ତାହା ଦେଖିବା ଆବଶ୍ୟକ।

ରାଷ୍ଟ୍ରପତି ପୁଟିନଙ୍କ ନିକଟତମମାନେ କହିଛନ୍ତି, ଆଉ ଆଗକୁ ଯିବାର ଆବଶ୍ୟକତା ନାହିଁ। ପରମାଣୁ ଆକ୍ରମଣର ଧମକକୁ ସେ ଅସ୍ବୀକାର କରି କହିଛନ୍ତି, ସେହି ଦିଗରେ ଆଗକୁ ଯିବାର ଆବଶ୍ୟକତା ନାହିଁ। ଏହି ଯୁଦ୍ଧ ନେଇ ବେଲାରୁଷର ରାଷ୍ଟ୍ରପତି ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦାୟୀ କରିଛନ୍ତି। ଯଦି ରୁଷିଆ ଆଗକୁ ଆସି ନ ଥାନ୍ତା, ତେବେ ନାଟୋର ସଦସ୍ୟମାନେ ଏହା ଉପରେ ଆକ୍ରମଣର ଆୟୋଜନ କରିଥାନ୍ତେ। ସେ କହିଛନ୍ତି, ବେଲାରୁଷ ଉଭୟ ପକ୍ଷ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଛି, କିନ୍ତୁ ଏହି ଯୁଦ୍ଧକୁ ଏଡ଼ାଯାଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇସି ପ୍ରାର୍ଥୀଙ୍କ ଉପରେ ନିର୍ଭରକଲେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ

ନୂଆଦିଲ୍ଲୀ,୬ା୪: ଭୋଟ ପରିଚାଳନା କରୁଥିବା ପଦାଧିକାରୀ ଯଦି ପ୍ରାର୍ଥୀମାନଙ୍କ ଉପରେ ନିର୍ଭର କରନ୍ତି, ତେବେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବି.ଭି. ନାଗରତ୍ନା…

ଝିଅ ଡିଭର୍ସରେ ଖୁସିରେ ବିଭୋର ବାପା, ନାଚଗୀତରେ ଝୁମିଲେ ପୂରା ପରିବାର, ଭିଡିଓ ଦେଖିଲେ…

ମିରଟ,୬ା୪: ଜଣେ ଝିଅ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ବାପଘରକୁ ଫେରିଆସିଲେ ସାଧାରଣ ଭାବେ ଦୁଃଖଦ ପରିବେଶ ସୃଷ୍ଟି ହୋଇଥାଏ। ତେବେ ଉତ୍ତରପ୍ରଦେଶର ମିରଟରେ ଛାଡ଼ପତ୍ର ଦେଇ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri