ବଡ଼ ଭୁଲ କରିଦେଲେ ୟୁକ୍ରେନ ରାଷ୍ଟ୍ରପତି: ପୁଟିନ ଦେବେ ପାନେ

କିଭ୍‌,୨।୬: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କି ରୁଷିଆ ଉପରେ ଆକ୍ରମଣ କରି ଏକ ବଡ଼ ଭୁଲ କରିଦେଇଛନ୍ତି। ୟୁକ୍ରେନ ରୁଷିଆ ଭିତରେ ପ୍ରାୟ ୪ ହଜାର କିଲୋମିଟର ଭିତରେ ଡ୍ରୋନ ଆକ୍ରମଣ କରିଥିଏେ। ଏହାଦ୍ୱାରା ରୁଷର ଏୟାରବେସକୁ ବଡ଼ କ୍ଷତି ପହଞ୍ଚାଇଥିଲା ଏବଂ ପ୍ରାୟ ୪୦ଟି ଯୁଦ୍ଧ ବିମାନ ଧ୍ୱଂସ କରିଦେଇଥିଲା। ଏହି ଆକ୍ରମଣ ଏତେ ବଡ଼ ଥିଲା ଯେ ଏହାକୁ ଆଧୁନିକ ରୁଷିଆ ପାଇଁ ସବୁଠାରୁ ବଡ଼ କ୍ଷତି ଭାବରେ ଦେଖାଯାଉଛି।

ଏହି ଆକ୍ରମଣର ପ୍ରତିଶୋଧ ରୁଷିଆ ବିପଜ୍ଜନକ ଭାବେ ଦେବାର ସମ୍ଭାବନା ଅଛି। ଆମେରିକାର ରାଷ୍ଟ୍ରପତିଙ୍କୁ ମଧ୍ୟ ଜେଲେନସ୍କିଙ୍କ ଏହି ପଦକ୍ଷେପରେ ଖୁସି ନାହାନ୍ତି। କାରଣ ଏହି ଆକ୍ରମଣ କରିବା ପୂର୍ବରୁ ଟ୍ରମ୍ପଙ୍କୁ ୟୁକ୍ରେନ ପକ୍ଷରୁ ସୂଚନା ଦିଆଯାଇ ନାହିଁ। ଜେଲେନସ୍କି ଏହି ଆକ୍ରମଣ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଛି।

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଆଣିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ, ୟୁକ୍ରେନର ଏହି ପଦକ୍ଷେପ ପୁଣି ଥରେ ଯୁଦ୍ଧବିରତି ପ୍ରୟାସକୁ ନଷ୍ଟ କରିଦେଇଛି। ଗତ ତିନି ବର୍ଷ ମଧ୍ୟରେ ଆମେରିକା ୟୁକ୍ରେନକୁ ବହୁତ ଆର୍ଥିକ ଏବଂ ସାମରିକ ସାହାଯ୍ୟ ଦେଇଛି, କେବଳ ଆମେରିକୀୟ ସାହାଯ୍ୟ ଯୋଗୁ ୟୁକ୍ରେନ ଏହି ଯୁଦ୍ଧକୁ ଏତେ ଦିନ ଧରି ଟାଣି ପାରିଛି। ଯଦିଓ ଗତ କିଛି ମାସ ଧରି ୟୁରୋପୀୟ ଦେଶମାନେ ଏହାକୁ ସାହାଯ୍ୟ କରୁଛନ୍ତି, କିନ୍ତୁ ଆମେରିକାକୁ କ୍ରୋଧିତ କରିବା ୟୁକ୍ରେନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ।

୧,୧୯୩ ଦିନ ଧରି ଚାଲିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ସୋମବାର ତୁର୍କୀର ଇସ୍ତାନବୁଲରେ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଚସ୍ତରୀୟ ଆଲୋଚନା ହେବାକୁ ଥିବାବେଳେ ଏହାର ଦିନକ ପୂର୍ବରୁ ଉଭୟ ପକ୍ଷ ପୁଣି ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ୟୁକ୍ରେନୀୟ ସେନା ସାଇବେରିଆର ପୂର୍ବାଞ୍ଚଳରେ ଥିବା ରୁଷିଆର ଏକ ରଣନୈତିକ ଏୟାରବେସ୍‌କୁ ଟାର୍ଗେଟ କରି ଡ୍ରୋନ୍‌ ମାଡ଼ କରିଛି। ଏହି ଆକ୍ରମଣରେ ରୁଷିଆର ୪୦ରୁ ଊର୍ଦ୍ଧ୍ୱ ଏୟାରକ୍ରାଫ୍ଟରେ ନିଅଁା ଲାଗି ସେଗୁଡ଼ିକ ଧ୍ୱଂସ ହୋଇଯାଇଛି। ସେହିପରି ରୁଷିଆର ୨ଟି ବ୍ରିଜ୍‌କୁ ମଧ୍ୟ ୟୁକ୍ରେନ୍‌ ଉଡ଼ାଇଦେଇଛି। ଏଥିରେ ୨ଟି ଟ୍ରେନ ଲାଇନଚ୍ୟୁତ୍‌ ହେବା ସହ ଅନୂ୍ୟନ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୯ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ରୁଷୀୟ ସୈନ୍ୟଙ୍କ ଆକ୍ରମଣରେ ୟୁକ୍ରେନୀୟ ସେନାର ଏକ ତାଲିମ ଶିବିରରେ ୧୨ ସୈନ୍ୟ ନିହତ ହୋଇଛନ୍ତି। ଏଭଳି ସ୍ଥିତିରେ ପ୍ରସ୍ତାବିତ ଶାନ୍ତି ଆଲୋଚନା ଏକପ୍ରକାର ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri