ସପ୍ତାହକୁ ୩୬ଘଣ୍ଟା ଉପବାସ କରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, କହିଲେ କାରଣ

ଇଂଲଣ୍ଡ,୨।୨: ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଦେଶରେ ଲାଗୁ କରୁଥିବା କୌଣସି ନିୟମ ହେଉ କି ନିଜ ଭାରତୀୟ ସଂସ୍କୃତି ପାଇଁ ସେ ସବୁବେଳେ ପରିଚିତ ରହିଆସୁଛନ୍ତି। ନିଜକୁ ହିନ୍ଦୁ ସନାତନୀ ଧର୍ମର ଲୋକ କହିବା ସହ ଭାରତର ଜ୍ୱାଇଁ କହିବାକୁ ସେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ତେବେ ଜାଣନ୍ତି କି ଏହି ଭାରତୀୟ ବଂଶୋଦ୍ଭବ ହିନ୍ଦୁ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକ ୩୬ଘଣ୍ଟା ଉପବାସ କରନ୍ତି।

ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ଏସମ୍ପର୍କରେ ଖୁଲାସା କରିଛନ୍ତି। ସେ କହିଛନ୍ତି, ନିଜକୁ ଫିଟ ରଖିବା ପାଇଁ ପ୍ରତି ସପ୍ତାହରେ ଉପବାସ ରଖନ୍ତି । ସେ ରବିବାର ସଂଧ୍ୟା ୫ଟାରୁ ଖାଇବା ଛାଡିଦିଅନ୍ତି । ଠିକ୍‌ ୩୬ ଘଣ୍ଟା ପରେ ଅର୍ଥାତ ମଙ୍ଗଳବାର ୫ଟା ପରେ ଉପବାସ ଭାଙ୍ଗନ୍ତି । ଏତେ ସମୟ ସେ ବିନା ଖାଦ୍ୟ ନ ଖାଇ ରୁହନ୍ତି । ଏହି ଉପବାସ
ସମୟରେ ସେ କେବଳ ପାଣି, ଚା ବ୍ଲାକ କଫି ପିଅନ୍ତି। ସୁନକ ଆହୁରି କୁହିଛନ୍ତି, ତାଙ୍କୁ ଖାଇବା ବହୁତ ପସନ୍ଦ । ଉପବାସ ସରିବା ପରେ ସେ ପେଷ୍ଟ୍ରି ଭଳି ମିଠା ଖାଦ୍ୟ ଖାଇଥାନ୍ତି।

କହିରଖୁଛୁ କି, ସୁନକ ଯେଉଁ ଉପବାସ କରୁଛନ୍ତି ତାକୁ ମୋଙ୍କ ଫାଷ୍ଟ କୁହାଯାଏ। ଏଥିରେ ଶରୀରକୁ ମାନସିକ ଏବଂ ଶାରିରୀକ ଶକ୍ତି ମିଳିଥାଏ । ଏଥିସହ ଶରୀର ଡିଟକ୍ସ ହୋଇଥାଏ। ମୋଙ୍କ ଫାଷ୍ଟିଂ ଦ୍ୱାରା ଶରୀରର କ୍ଷତିଗ୍ରସ୍ତ ହେବାକୁ ଥିବା କୋଷିକା ବଦଳରେ ନୂଆ କୋଷିକା ସୃଷ୍ଟି ହୋଇଥାଏ । ଯେଉଁଥିରେ ଏକାଗ୍ରତା ବଢିବା ସହ ନିଷ୍ପତ୍ତି ନେବାର କ୍ଷମତା ବଢିଥାଏ। ଓଜନ ହ୍ରାସ ପାଇଥାଏ। ବୟସ ବଢି ନ ଥାଏ। ରୋଗପ୍ରତିରୋଧକ ଶକ୍ତି ବଢିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri