Posted inଫୁରସତ

କ୍ୱାରାଣ୍ଟାଇନରେ ଥିବା ସମୟରେ ଗଲେ କେଶ କାଟିବାକୁ : ଲାଗିଲା ଏତିକି ଟଙ୍କାର ଜରିମାନା

ହୋମ୍‌ କ୍ୱାରାଣ୍ଟାଇନରେ ଥିବା ବେଳେ କେଶ କାଟିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ୭,୬୦୦ ଡଲାର ଫାଇନ୍‌ ଲାଗିଛି। ଯାହାକି ଭାରତୀୟ ମୂଲ୍ୟରେ ୫ ଲକ୍ଷ ୬୭ ହଜାର ୫୫୩ ଟଙ୍କା ହେବ।
ଏକ ରିପୋର୍ଟ ଅନୁଯାୟୀ, ଯୁକ୍ତରାଷ୍ଟ୍ର ଆମେରିକାର ଗାରେଥ ଲେ ମୋନିଅର ନାମକ ବ୍ୟକ୍ତି ଜୁଲାଇ ୩ରେ ନିଜ ସ୍ତ୍ରୀଙ୍କୁ ଭେଟିବା ପାଇଁ ଆଇଲ୍ୟାଣ୍ଡର ଗର୍ନେସି ଦ୍ୱୀପରେ ପହଞ୍ଚିଥିଲେ। ଏହା ପରେ ତାଙ୍କୁ ୧୪ ଦିନ ହୋମ୍‌ କ୍ୱାରାଣ୍ଟାଇନରେ ରହିବା ଥିଲା। ମାତ୍ର କ୍ୱାରାଣ୍ଟାଇନ ଅବଧି ଶେଷ ହେବା ପୂର୍ବରୁ ମୋନିଅର କେଶ କାଟିବାକୁ ସେଲୁନ୍‌କୁ ଯାଇଥିଲେ। ଏହା ଦେଖି ପଡ଼ୋଶୀମାନେ ଅଭିଯୋଗ କରିଥିଲେ। ମୋନିଅର ଜୁଲାଇ ୧୫ ଓ ୧୬ ତାରିଖରେ ଏକ ଖେଳନା ଓ କଫି ଦୋକାନକୁ ମଧ୍ୟ ଯାଇଥିଲେ। ଏହା ପରେ ସୀମା ଏଜେନ୍ସି ତାଙ୍କ ଘରେ ପହଞ୍ଚିଥିଲା। ମୋନିଅର ତାଙ୍କୁ ଦେଖା ଦେଇ ନ ଥିଲେ। ଫଳରେ ସୀମା ଏଜେନ୍ସି କାରର ସିଟ୍‌ ପଛରୁ ତାଙ୍କୁ ଧରିବା ପରେ ଗିରଫ କରଥିଲେ। ଶେଷରେ ଏହି ଘଟଣା କୋର୍ଟ ପର୍ଯ୍ୟନ୍ତ ଗଲା। ତାଙ୍କ ନାମରେ ମୋଟା ଅଙ୍କର ଜରିମାନା ଲଗାଗଲା। ସବୁ ଟଙ୍କା ଦେବା ପରେ ଛଡ଼ାଯିବ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀ ହେଲେ ବି ସେ ବୁଝିପାରେ ସବୁକିଛି: ବ୍ୟକ୍ତିଙ୍କୁ ଏମିତି ଅବସ୍ଥାରେ ଦେଖି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଏମିତି ମନ୍ଦିର, ଯେଉଁଠି ଅଭିଷେକ ପରେ କ୍ଷୀରର ରଙ୍ଗ ହୋଇଯାଏ ନୀଳ

ଭାରତରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି କେତୁ ଦେବତାଙ୍କୁ କ୍ଷୀର ଅର୍ପଣ କରିବା ପରେ ତାହା ନୀଳ ରଙ୍ଗରେ ପରିଣତ ହୋଇଯାଏ । ବିଶ୍ୱାସ...

ଫୋର୍ବସ ଅଣ୍ଡର୍‌-୩୦ରେ ଉମଙ୍ଗ

ଇନ୍ଦୋର: ଆଧୁନିକତା ମଧ୍ୟରେ ଗାନ୍ଧୀଙ୍କ ଚିନ୍ତାଧାରାକୁ ପୁଣି ଲେଉଟାଇ ଆଣିବାରେ ମଙ୍ଗ ଧରିଥିବା ଉମଙ୍ଗ ଶ୍ରୀଧରଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ଉମଙ୍ଗ ଓ ତାଙ୍କ ଷ୍ଟାର୍ଟଅପ୍‌...

ମାଙ୍କଡ଼ କରୁଛନ୍ତି ଏପରି କାର୍ଯ୍ୟ : ଦେଖିଲେ ମନେପଡ଼ିବ ପିଲାଦିନ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଚତୁରତାର ସହ ସାପ ପିଠିରେ ବସି ଯାଉଛି ବେଙ୍ଗ, ଆଉ ତା ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ନୂତନ ବ୍ରେନ୍‌ ସର୍କିଟର ଅନୁସନ୍ଧାନ

ମୁମ୍ବାଇ: ମାନସିକ ଚାପ ଯୋଗୁ ମାନବ ଶରୀରରେ ଦେଖାଦେଉଥିବା ପ୍ରତିକ୍ରିୟା ତଥା ଅସୁସ୍ଥତାର କାରଣ ଜାଣିବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି। ମଣିଷର ମସ୍ତିଷ୍କରେ ଥିବା ଏକ...

ଭାରତର ଶେଷ ଗାଁରେ ପାଦ ଦେଲେ ହୁଏ ଏପରି ଚମତ୍କାର…

ଭାରତରେ ଏପରି ଏକ ଗାଁ ରହିଛି, ଯେଉଁଠାକୁ ଗଲେ ଅର୍ଥ ସମସ୍ୟା, ଦାରିଦ୍ର୍ୟତା ଓ ଅଭାବ ଅନଟନ ଦୂର ହୋଇଯାଏ। ଏହି ଗଁା ହେଉଛି ଉତ୍ତରାଖଣ୍ଡର...

ମୋ ଓଡ଼ିଆ ଭାରି ବଢ଼ିଆ

ଯେଉଁ ଜାତିର ଭାଷାପ୍ରୀତି ଯେତେ ଅଧିକ, ସେ ଜାତି ସେତିକି ସମୃଦ୍ଧ। ଆଉ ଯେଉଁ ରାଜ୍ୟର ମାତୃଭାଷା ଯେତେ ପ୍ରଗତି କରିଛି, ସେ ରାଜ୍ୟ ସେତେ...

Advertisement
Archives

Model This Week