୩ଲକ୍ଷ ଟଙ୍କା ଚୋବାଇଦେଲା ପୋଷା କୁକୁର, ମଳରୁ ବାହାର କଲେ ଛିଣ୍ଡାନୋଟ, ଆଉ ତା’ ପରେ…

ଇଂଲଣ୍ଡ,୫।୧: ୟୁକେର ଜଣେ ଦମ୍ପତିଙ୍କ ସହ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ତାଙ୍କରି ଘରେ ତାଙ୍କ ସାମ୍ନାରେ ତାଙ୍କ ପୋଷା କୁକୁର ୪ହଜାର ଡଲାର ଅର୍ଥାତ ୩.୩୨ଲକ୍ଷ ଟଙ୍କା ଚୋବାଇ ଖାଇଦେଲା। ଯାହାକୁ ଦେଖି ଦମ୍ପତି ମୁଣ୍ଡରେ ହାତ ଦେଇଥିଲେ।
ଏ ସମ୍ପର୍କରେ କ୍ୟାରି କହିଛନ୍ତି, ସେ ଘରକାମରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କ ସ୍ବାମୀ କ୍ଲେଟନ ଜୋରରେ ଚିଲ୍ଲେଇବାକୁ ଲାଗିଥିଲେ। ପାଟି ଶୁଣି ଆସି ସ୍ବାମୀଙ୍କ ପାଖରେ ପହଞ୍ଚି ଯାହା ଦେଖିଥିଲେ, ସେଥିରେ ତାଙ୍କୁ ଅଚାନକ ହାର୍ଟଆଟାକ୍‌ ଆସିବା ପରି ଲାଗିଥିଲା। ତାଙ୍କ ପୋଷା କୁକୁର ସୋସିଲ ୩ଲକ୍ଷ ଟଙ୍କା ଚୋବାଇ ଖାଇ ଦେଇଥିଲା।

ଦମ୍ପତି କିଛି ବିଶେଷ କାମ ପାଇଁ ସେମାନଙ୍କ ଜଏଣ୍ଟ ଆକାଉଣ୍ଟରୁ ଟଙ୍କା କାଢିଥିଲେ। ଏହି ୩.୩୨ଲକ୍ଷ ନଗଦ ଟଙ୍କାକୁ ସେ କିଚେନ କାଉଣ୍ଟରରେ ରଖିଥିଲେ। ଯାହକୁ ସୋସିଲ ଗିଳି ଦେଇଥିଲା।

ଏହି ଘଟଣା ପରେ ଦମ୍ପତି ସୋସିଲର ଦାନ୍ତରୁ ନୋଟ୍‌ ବାହାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେହି ଉଦ୍ୟମ ବିଫଳ ହୋଇଥିଲା। ତେଣୁ ସେମାନେ ସୋସିଲ ମଳତ୍ୟାଗ କରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ପରେ ସେ ମଳତ୍ୟାଗ କରିବା କ୍ଷଣି ସେଥିରୁ ନୋଟ୍‌ ଖୋଜିବା ଆରମ୍ଭ କରି ଦେଇଥିଲେ। ସେମାନେ ମଳରୁ ନୋଟ୍‌ଖଣ୍ଡ ବାହାର କରି ଧୋଇବାକୁ ଲାଗିଲେ। ଖୁବ୍‌ କମ୍‌ ନୋଟ୍‌ ସେହି ମଳରୁ ମିଳି ପାରିଥିଲା ଯାହାକୁ ସେମାନେ ସଫା କରି ବ୍ୟାଙ୍କରେ ଜମା କରିଥିଲେ। ସିରିୟାଲ ନମ୍ବର ଥିବା ଯୋଗୁ ବ୍ୟାଙ୍କ ସେ ସବୁକୁ ଗ୍ରହଣ କରିଥିଲା। ସେମାନେ ମୋଟ ୩୭,୪୦୦ଟଙ୍କା ହରାଇ ସାରିଥିଲେ। ବାକି ଅଢେଇ ଲକ୍ଷ ଟଙ୍କା ନୋଟକୁ ବ୍ୟାଙ୍କରେ ଜମା କରି ନୂଆ ନୋଟ୍‌ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ସଙ୍କଟକୁ ନେଇ ରାଜ୍ୟ ସଭାରେ ଏମିତି କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତର ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପଶ୍ଚିମ…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri