ଏବେ ହେବନି ୟୁଜି-ପିଜି ପରୀକ୍ଷା

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଏବେ ୟୁଜି କିମ୍ବା ପିଜି ପରୀକ୍ଷା କରାଯିବ ନାହିଁ। ଏନେଇ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି କରିଛନ୍ତି ଉଚ୍ଚଶିକ୍ଷା ସଚିବ। କରୋନା ସ୍ଥିତି ନେଇ ପିଲାଙ୍କୁ ଅନ୍‌ଲାଇନ୍‌ରେ ପାଠପଢ଼ା ଯାଉଛି। ଏଣୁ ଏବେ ପରୀକ୍ଷା କରିବା ଉଚିତ ହେବ ନାହିଁ। କ୍ଲାସରୁମ୍‌ ପାଠପଢ଼ା ଓ ସିଲାବସ୍‌ ସରିବା ପରେ ପରୀକ୍ଷା ନେଇ ବିଚାର କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି।