Kiss Controversy: ଉଦିତଙ୍କ ପୂର୍ବରୁ ଲିପ୍‌କିସ୍‌କୁ ନେଇ ବିବାଦକୁ ଆସିଥିଲେ ଏସବୁ କଳାକାର, ଜଣଙ୍କୁ ଯିବାକୁ ପଡ଼ିଥିଲା କୋର୍ଟ… 

ମୁମ୍ବାଇ: ଗ୍ଲାମର୍‌ ଓ୍ବାଲ୍ଡରେ ବିବାଦ ସାଧାରଣ କଥା। କେତେବେଳେ ସେଲିବ୍ରିଟିମାନଙ୍କ ବ୍ୟବହାର ପ୍ରଶଂସକଙ୍କ ହୃଦୟ ଜିତିଥାଏ ତ କେବେ ଟ୍ରୋଲିଂର କାରଣ ପାଲଟିଥାଏ। ଏବେ ସେମିତି କିଛି ଉଦିତ ନାରାୟଣଙ୍କ ସହ ଘଟିଛି। ଏକ ଲାଇଭ୍‌ କନ୍‌ସର୍ଟରେ  ମହିଳା ପ୍ରଶଂସକଙ୍କୁ ଚୁମ୍ବନ ଦେବା ପରେ ତାଙ୍କୁ ଟ୍ରୋଲ କରାଯାଉଛି।
ଜାନୁଆରୀ ୩୧ ରାତିରେ ଏକ କନସର୍ଟରେ ଗୀତ ଗାଇବା ସମୟରେ ଉଦିତଙ୍କୁ ଜଣେ ମହିଳା ଚୁମ୍ବନ ଦେଇଥିଲେ। ଏହାପରେ ଉଦିତ ମଧ୍ୟ ତାଙ୍କ ଓଠକୁ ଚୁମ୍ବନ ଦେଇଥିଲେ। ଏହାର ଭିଡିସ ଭାଇରାଲ ହେଉଛି। ଗାୟକଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି। ତେବେ ଉଦିତଙ୍କ ପୂର୍ବରୁ ମଧ୍ୟ ଅନେକ ସେଲିବ୍ରିଟି ଏଭଳି ବିବାଦକୁ ନେଇ ଲାଇମ୍‌ଲାଇଟ୍‌କୁ ଆସିଛନ୍ତି।
Shilpa Shetty - Richard Gere Kiss
ଶିଳ୍ପା ସେଟ୍ଟୀ:
୨୦୦୭ରେ ଶିଳ୍ପାଙ୍କ ଚୁମ୍ବନ ବିବାଦରେ ରହିଥିଲା। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ହଲିଉଡ୍‌ ଷ୍ଟାର ରିଚାର୍ଡ ଗେୟର ଚୁମ୍ବନ ଦେଇଥିଲେ। ଶିଳ୍ପା ନିଜେ ଏହାକୁ ନେଇ ଚକିତ ହୋଇଯାଇଥିଲେ। ଏହା ସେତେବେଳେ ଖବର ଶିରୋନାମା ପାଲଟିଥିଲା।
Mika Singh and Rakhi Sawant
ମିକା ସିଂ-ରାଖୀ ସାଓ୍ବନ୍ତ:
ଏହି ଦୁଇ ସେଲିବ୍ରିଟିଙ୍କ ଚୁମ୍ବନ ୨୦୦୬ରେ ଚର୍ଚ୍ଚାରେ ରହିଥିଲା। ସେ ନିଜର ଜନ୍ମଦିନ ପାର୍ଟିରେ ରାଖୀଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇଥିଲେ। ଏହାପରେ ତାଙ୍କ ଉପରେ ମାମଲା ରୁଜୁ ହୋଇଥିଲା। କିଛି ବର୍ଷ ଧରି ଏହି ମାମଲା ଚାଲିବା ପରେ ୨୦୨୩ରେ ବମ୍ବେ ହାଇକୋର୍ଟ ଏହାକୁ ଖାରଜ କରିଥିଲେ।
ଈଶା କୋପିକର-ଅମ୍ରିତା ଅରୋରା:
ବ୍ୟକ୍ତିଗତ ଜୀବନରେ ନୁହେଁ, ଅନେକ ଥର ଅନ୍‌ସ୍କ୍ରିନ ଚୁମ୍ବନକୁ ନେଇ ସେଲିବ୍ରିଟି ବିବାଦକୁ ଆସିଥାନ୍ତି। ୨୦୦୪ରେ ରିଲିଜ ହୋଇଥିବା ଫିଲ୍ମ ‘ଗର୍ଲଫ୍ରେଣ୍ଡ’ରେ ଅମ୍ରିତା ଏବଂ ଈଶାଙ୍କ ଚୁମ୍ବନ ଦୃଷ୍ଟି ଆକର୍ଷଣ କରିଥିଲା। ହେଲେ ବକ୍ସ ଅଫିସରେ ଏହା ଫ୍ଲପ ହୋଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri