Posted inଜାତୀୟ

ଉଦ୍ଧବ ହିଁ ବଡ଼ ବିଶ୍ୱାସଘାତକ: ଶିନ୍ଦେ…

ମୁମ୍ବାଇ,୫।୮ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କାହାର ନାମ ନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉଦ୍ଧବ ବାରମ୍ବାର ଆମକୁ ବିଶ୍ୱାସଘାତକ ବୋଲି କୁହନ୍ତି। କିନ୍ତୁ ସେ ନିଜେ ଜଣେ ବଡ଼ ବିଶ୍ୱାସଘାତକ। ଯାହାଙ୍କ ସହ ଆମେ ନିର୍ବାଚନ ଲଢ଼ିଥିଲୁ। ତାଙ୍କ ସହ ସରକାର ଗଠନ କରିଥିଲୁ। କିନ୍ତୁ ଉଦ୍ଧବ କ୍ଷମତା ପାଇଁ ତାଙ୍କର ୨୫ ବର୍ଷର ପୁରୁଣା ବନ୍ଧୁ ଏବଂ ଆଦଶକୁ ଛାଡି ଦେଇଛନ୍ତି। ସେ କେବଳ ରାଜ୍ୟର ଭୋଟର ନୁହଁନ୍ତି ବରଂ ତାଙ୍କ ଦଳର କର୍ମୀଙ୍କ ପିଠିରେ ଛୁରା ଭୁସିଛନ୍ତି। ଉଦ୍ଧବଙ୍କ କଙ୍କଡ଼ା ମନ୍ତବ୍ୟ ନେଇ ମୁଖ୍ୟମନ୍ତ୍ରୀ ଶିନ୍ଦେ କହିଛନ୍ତି ଶିବସେନାରେ ନାରାୟଣ ରାଣେ, ରାଜ ଠାକରେ ଏବଂ ମନୋହର ଯୋଶୀଙ୍କ ପରି ବରିଷ୍ଠ ନେତାମାନେ ଅଗ୍ରଗତି କରୁଥିବାବେଳେ ସେମାନଙ୍କ ଗୋଡ କିଏ ଟାଣିଛି ତାହା ସମସ୍ତେ ଜାଣନ୍ତି।

ଆମେ ଲୋକଙ୍କ ପାଇଁ ତୃଣମୂଳସ୍ତରରେ କାମ କରୁଛୁ ଏବଂ ଘରୁ କାମ କରି ସରକାର ଚଳାଉ ନାହୁଁ। ରାଜ୍ୟରେ ଔରଙ୍ଗଜେବଙ୍କ ଗୌରବ ବୃଦ୍ଧି ଘଟୁଥିବା ଘଟଣା, ସୋସିଆଲ ମିଡିଆରେ ତାଙ୍କର ସ୍ଥିତି ଏବଂ କାର୍ଯ୍ୟକ୍ରମରେ ତାଙ୍କର ଫଟୋଗ୍ରାଫର ପ୍ରଦର୍ଶନ ଉପରେ ଶିନ୍ଦେ ଟିପ୍ପଣୀ ଦେଇଛନ୍ତି। ମହାରାଷ୍ଟ୍ରରେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଔରଙ୍ଗଜେବ କଦାପି ନାୟକ ହୋଇପାରିବେ ନାହିଁ। ଆମ ସମସ୍ତଙ୍କ ପାଇଁ ସେ ସବୁବେଳେ ଖଳ ନାୟକ ।

ଗତ ଏକ ବର୍ଷ ଧରି ଆମକୁ ‘ଠକ’ ଏବଂ ‘ବିଶ୍ୱାସଘାତକ’ କୁହାଯାଉଛି। ବର୍ତ୍ତମାନ ଏହାର ସମାଧାନ କରିବାର ସମୟ ଆସିଛି, ଯେଉଁମାନେ ଆମକୁ ‘ବିଶ୍ୱାସଘାତକ’ ଏବଂ ‘ଠକ’ ବୋଲି ଅଭିହିତ କରୁଛନ୍ତି, ସେହି ଲୋକମାନେ ଆମକୁ ୫୦ କୋଟି ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରୁଛନ୍ତି। ଏହାକୁ ଫେରସ୍ତ କରାଯିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ମୁଁ ତୁମର ସମ୍ପତ୍ତି ଦାବି କରେ ନାହିଁ। ମୋର ସମ୍ପତ୍ତି ହେଉଛି ବାଲାସାହେବ ଠାକରେଙ୍କ ଆଦର୍ଶ। ମହାରାଷ୍ଟ୍ରର ସବୁଠାରୁ ବଡ ବିଶ୍ୱାସଘାତକ କିଏ ତାହା ଜାଣିବାର ସମୟ ଆସିଛି। କୋଭିଡ କାରଣରୁ ହୋଇଥିବା ଅନିୟମିତତାକୁ ଅଣଦେଖା କରାଯିବ ନାହିଁ ଏବଂ ଅପରାଧୀଙ୍କୁ ଦଣ୍ଡ ଦିଆଯିବ। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅନୁସନ୍ଧାନ କରୁଛି। କେତେ ପୁରୁଣା ଅମ୍ଳଜାନ ପ୍ଳାଣ୍ଟ ବ୍ୟବହାର କରାଯାଇଥିଲା ଯେଉଁଥିପାଇଁ ରୋଗୀମାନେ ଫଙ୍ଗଲ ସଂକ୍ରମଣ ଯୋଗୁ ଆଖି ହରାଇଥିଲେ ଏବଂ ୩୦୦ ଟଙ୍କାର ବଡ଼ି ବ୍ୟାଗକୁ ୬ ହଜାର ଟଙ୍କାରେ ବିକ୍ରି ହୋଇଥିଲା । ତାହାର ପର୍ଦ୍ଦାଫାଶ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri