୮ ଲକ୍ଷରୁ ଊର୍ଦ୍ଧ୍ବଙ୍କ ରାସନ କାର୍ଡ କଟିଛି: ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୨୯।୧୧: ରାଜ୍ୟରେ ୯୬ ପ୍ରତିଶତ e-KYC ସରିଛି, ୮ ଲକ୍ଷରୁ ଊର୍ଦ୍ଧ୍ବଙ୍କ ରାସନ କାର୍ଡ କଟିଛି। ଏ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେଇଛନ୍ତି। ଗତ ୧୫ ମାସ ସରକାରରେ e-KYC ଲାଗୁ କରିଥିଲେ। ୯୬% e-KYC କରିଛନ୍ତି। କେବଳ ୪% e-KYC କରି ନାହାନ୍ତି। ୬ ଲକ୍ଷ ୯୫ ହଜାର ୫୩୦ ଜଣ ମୃତ। ୮ ଲକ୍ଷରୁ ଊର୍ଦ୍ଧ୍ବଙ୍କ ରାସନ କାର୍ଡ କଟିଛି। ୭୫ ହଜାର ୩୦ ସରକାରୀ ଚାକିରିଆ। ୪୫୪୯୬ ଆଇଟି ଦାତାଙ୍କ କାର୍ଡ କଟିଛି। ସମୁଦାୟ ୮ ଲକ୍ଷ ୧୬ ହଜାର ୫୬ ଜଣଙ୍କ ରାସନ କାର୍ଡ କଟିଛି। ଗରିବଙ୍କ ରାସନ କାର୍ଡ କାଟିନି, ପୋର୍ଟାଲରେ ଆବେଦନ କଲେ ଯାଞ୍ଚ ହେବ। ଗ୍ରାମାଞ୍ଚଳରେ ୧୩ ଲକ୍ଷ ୫୦, ସହରାଞ୍ଚଳରେ ୧ ଲକ୍ଷ ୫୦ ଜଣଙ୍କୁ କାର୍ଡ ଦିଆଯିବ।

Dharitri – Odisha’s No.1 Odia Daily