ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର: ଘନକୁହୁଡି ଯୋଗୁ…

ଜି. ଉଦୟଗିରି,୨୬/୧୧(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ): ରାଜ୍ୟର ଶୀତଳ ସହର ଜି. ଉଦୟଗିରିରେ ବୁଧୁବାର  ମଧ୍ୟ ସବୁଠାରୁ କମ ତାପମାତ୍ରା ରହିଛି। ବୁଧୁବାର ଜି ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୮. ୬ ଡିଗ୍ରୀ ରହିଛି। ଏହା ରାଜ୍ୟର ସବୁଠାରୁ କମ ତାପମାତ୍ରା। ଶୀତ ସାଙ୍ଗକୁ ପ୍ରବଳ ଘନ କୁହୁଡି ଓ କୋହଲା ପବନ ଯୋଗୁ ଲୋକମାନେ ଶୀତରେ ଥରି ଯାଉଛନ୍ତି। ଏଣେ ଜି ଉଦୟଗିରିରେ ଶୀତ ମହୋତ୍ସଵ କରିବା ପାଇଁ ସମାଜସେବୀ ହୃଷିକେଶ ପ୍ରଧା ଙ୍କ ସମେତ ଅନେକ ବୁଦ୍ଧିଜୀବୀ ଦାବି କରୁଛନ୍ତି। କଳିଙ୍ଗା ଶିଳଭିକଲଚର ଗାର୍ଡନ ର ଦେଶବିଦେଶର ବିଭିନ୍ନ ଔଷଧ ବୃକ୍ଷ ଓ ପାଇନ ବଗିଚା ବୁଲିବାକୁ ପର୍ଯ୍ୟଟକ ମାନଙ୍କ ଭିଡ଼ ଲାଗିରହୁଛି। କାଲିଗାଡୁ ହିଲଟପ, ସିରିକି କଫି ବଗିଚା, ସିରିକ ଡେମ ରେ ମଧ୍ୟ ପର୍ଯ୍ୟଟକ ମାନଙ୍କ ଭିଡ଼ ଲାଗି ରହୁଛି। ଏଣେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଉଁଛନ୍ତି।

Dharitri – Odisha’s No.1 Odia Daily