Posted inଜାତୀୟ

ଚଳନ୍ତା କାର୍‌ରେ ଆଇଟି କମ୍ପାନୀ ମ୍ୟାନେଜରଙ୍କୁ ଗଣବଳାତ୍କାର, ସିଇଓଙ୍କ ସମେତ ୩ ଗିରଫ

ଉଦୟପୁର,୨୬।୧୨: ଚଳନ୍ତା ଗାଡ଼ିରେ ଗଣବଳାତ୍କାର। ଲିଫ୍ଟ ଦେଇ ଲୁଟିନେଲେ ଇଜ୍ଜତ। ନିଜ କମ୍ପାନୀର ଆଇଟି ମ୍ୟାନେଜରଙ୍କୁ ବଳାତ୍କାର କଲେ ସିଇଓ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ରାଜସ୍ଥାନର ଉଦୟପୁର। ଏକ ଘରୋଇ ଆଇଟି କମ୍ପାନୀର ଜଣେ ମ୍ୟାନେଜରଙ୍କୁ ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନୂଆବର୍ଷ ପାର୍ଟି ପରେ ଘରେ ଛାଡ଼ିଦେବାର ପ୍ରଲୋଭନ ଦେଖାଇ କମ୍ପାନୀର ସିଇଓ, ଜଣେ ମହିଳା କାର୍ଯ୍ୟନିର୍ବାହୀ ମୁଖ୍ୟ ଏବଂ ତାଙ୍କ ସ୍ୱାମୀ ଏହି ଘଟଣା ଘଟାଇଥିବା ପୋଲିସ୍ କହିଛି।

ଡିସେମ୍ବର ୨୦ ତାରିଖରେ ଏକ ଘରୋଇ ହୋଟେଲରେ ଆୟୋଜିତ ପାର୍ଟି ରାତି ପ୍ରାୟ ୧.୩୦ ପର୍ଯ୍ୟନ୍ତ ଚାଲିଥିଲା। ଅନ୍ୟ ଅତିଥିମାନେ ଚାଲିଯିବା ପରେ କମ୍ପାନୀର ସିଇଓ ଜୟେଶ (IIT ପାସ୍‌ଆଉଟ୍), କାର୍ଯ୍ୟନିର୍ବାହୀ ମୁଖ୍ୟ ଶିଳ୍ପା ଏବଂ ତାଙ୍କ ସ୍ୱାମୀ ଗୌରବ ପୀଡ଼ିତାଙ୍କୁ ଘରେ ଛାଡ଼ିଦେବାକୁ କହିଥିଲେ।

ପୋଲିସ୍ ସୂଚନା ଅନୁଯାୟୀ, ଶିଳ୍ପାଙ୍କ କାରରେ ତିନିଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ନେଇଥିଲେ। ବାଟରେ ସେମାନେ ଏକ ଦୋକାନରୁ ସ୍ମୋକିଂ ସାମଗ୍ରୀ କିଣି ପୀଡ଼ିତାଙ୍କୁ ଦେଇଥିଲେ, ଯାହା ସେବନ କରିବା ପରେ ପୀଡ଼ିତା ଅଚେତ ହୋଇଯାଇଥିଲେ।

ପୀଡ଼ିତା ଆଂଶିକ ଚେତା ଫେରି ପାଇବା ପରେ ସିଇଓ ତାଙ୍କୁ ଦୁର୍ବ୍ୟବହାର କରୁଥିବା ଏବଂ ପରେ ତିନିଜଣ ଯାକ ତାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ କରିଛନ୍ତି। ସକାଳ ପ୍ରାୟ ୫ଟା ବେଳେ ତାଙ୍କୁ ଘରେ ଛାଡ଼ି ଦିଆଯାଇଥିଲା। ପୂର୍ଣ୍ଣ ଚେତା ଫେରିବା ପରେ ତାଙ୍କର କାନଫୁଲ, ମୋଜା ଓ ଅନ୍ତବସ୍ତ୍ର ନଥିବା ଏବଂ ଗୁପ୍ତାଙ୍ଗରେ ଆଘାତ ଥିବା ସେ ଦେଖିବାକୁ ପାଇଥିଲେ।

ପରଦିନ ସକାଳେ ପୀଡ଼ିତା ପୋଲିସରେ ଅଭିଯୋଗ କରିବା ପରେ ପ୍ରାଥମିକ ତଦନ୍ତ ପରେ ସିଇଓ ଜୟେଶ, ଗୌରବ ଓ ତାଙ୍କ ପତ୍ନୀ ଶିଳ୍ପାଙ୍କୁ ଗିରଫ କରାଯାଇଛି।

ଉଦୟପୁର ଏସ୍‌ପି ଯୋଗେଶ ଗୋୟଲ କହିଛନ୍ତି ଯେ ଡାକ୍ତରୀ ରିପୋର୍ଟରେ ଆଘାତ ଚିହ୍ନ ଥିବା ସ୍ପଷ୍ଟ ହୋଇଛି, ଯାହା ପ୍ରାଥମିକ ଭାବେ ଗଣବଳାତ୍କାରକୁ ସୂଚାଉଛି। କାରରେ ଲାଗିଥିବା ଡ୍ୟାସକ୍ୟାମରୁ ମିଳିଥିବା ଅଡିଓ ଓ ଭିଡିଓ ରେକର୍ଡିଂକୁ ମଧ୍ୟ ପୋଲିସ୍ ଯାଞ୍ଚ କରୁଛି। ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇଛି ଏବଂ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri