Posted inଜାତୀୟ

ଚଳନ୍ତା କାର୍‌ରେ ଆଇଟି କମ୍ପାନୀ ମ୍ୟାନେଜରଙ୍କୁ ଗଣବଳାତ୍କାର, ସିଇଓଙ୍କ ସମେତ ୩ ଗିରଫ

ଉଦୟପୁର,୨୬।୧୨: ଚଳନ୍ତା ଗାଡ଼ିରେ ଗଣବଳାତ୍କାର। ଲିଫ୍ଟ ଦେଇ ଲୁଟିନେଲେ ଇଜ୍ଜତ। ନିଜ କମ୍ପାନୀର ଆଇଟି ମ୍ୟାନେଜରଙ୍କୁ ବଳାତ୍କାର କଲେ ସିଇଓ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ରାଜସ୍ଥାନର ଉଦୟପୁର। ଏକ ଘରୋଇ ଆଇଟି କମ୍ପାନୀର ଜଣେ ମ୍ୟାନେଜରଙ୍କୁ ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନୂଆବର୍ଷ ପାର୍ଟି ପରେ ଘରେ ଛାଡ଼ିଦେବାର ପ୍ରଲୋଭନ ଦେଖାଇ କମ୍ପାନୀର ସିଇଓ, ଜଣେ ମହିଳା କାର୍ଯ୍ୟନିର୍ବାହୀ ମୁଖ୍ୟ ଏବଂ ତାଙ୍କ ସ୍ୱାମୀ ଏହି ଘଟଣା ଘଟାଇଥିବା ପୋଲିସ୍ କହିଛି।

ଡିସେମ୍ବର ୨୦ ତାରିଖରେ ଏକ ଘରୋଇ ହୋଟେଲରେ ଆୟୋଜିତ ପାର୍ଟି ରାତି ପ୍ରାୟ ୧.୩୦ ପର୍ଯ୍ୟନ୍ତ ଚାଲିଥିଲା। ଅନ୍ୟ ଅତିଥିମାନେ ଚାଲିଯିବା ପରେ କମ୍ପାନୀର ସିଇଓ ଜୟେଶ (IIT ପାସ୍‌ଆଉଟ୍), କାର୍ଯ୍ୟନିର୍ବାହୀ ମୁଖ୍ୟ ଶିଳ୍ପା ଏବଂ ତାଙ୍କ ସ୍ୱାମୀ ଗୌରବ ପୀଡ଼ିତାଙ୍କୁ ଘରେ ଛାଡ଼ିଦେବାକୁ କହିଥିଲେ।

ପୋଲିସ୍ ସୂଚନା ଅନୁଯାୟୀ, ଶିଳ୍ପାଙ୍କ କାରରେ ତିନିଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ନେଇଥିଲେ। ବାଟରେ ସେମାନେ ଏକ ଦୋକାନରୁ ସ୍ମୋକିଂ ସାମଗ୍ରୀ କିଣି ପୀଡ଼ିତାଙ୍କୁ ଦେଇଥିଲେ, ଯାହା ସେବନ କରିବା ପରେ ପୀଡ଼ିତା ଅଚେତ ହୋଇଯାଇଥିଲେ।

ପୀଡ଼ିତା ଆଂଶିକ ଚେତା ଫେରି ପାଇବା ପରେ ସିଇଓ ତାଙ୍କୁ ଦୁର୍ବ୍ୟବହାର କରୁଥିବା ଏବଂ ପରେ ତିନିଜଣ ଯାକ ତାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ କରିଛନ୍ତି। ସକାଳ ପ୍ରାୟ ୫ଟା ବେଳେ ତାଙ୍କୁ ଘରେ ଛାଡ଼ି ଦିଆଯାଇଥିଲା। ପୂର୍ଣ୍ଣ ଚେତା ଫେରିବା ପରେ ତାଙ୍କର କାନଫୁଲ, ମୋଜା ଓ ଅନ୍ତବସ୍ତ୍ର ନଥିବା ଏବଂ ଗୁପ୍ତାଙ୍ଗରେ ଆଘାତ ଥିବା ସେ ଦେଖିବାକୁ ପାଇଥିଲେ।

ପରଦିନ ସକାଳେ ପୀଡ଼ିତା ପୋଲିସରେ ଅଭିଯୋଗ କରିବା ପରେ ପ୍ରାଥମିକ ତଦନ୍ତ ପରେ ସିଇଓ ଜୟେଶ, ଗୌରବ ଓ ତାଙ୍କ ପତ୍ନୀ ଶିଳ୍ପାଙ୍କୁ ଗିରଫ କରାଯାଇଛି।

ଉଦୟପୁର ଏସ୍‌ପି ଯୋଗେଶ ଗୋୟଲ କହିଛନ୍ତି ଯେ ଡାକ୍ତରୀ ରିପୋର୍ଟରେ ଆଘାତ ଚିହ୍ନ ଥିବା ସ୍ପଷ୍ଟ ହୋଇଛି, ଯାହା ପ୍ରାଥମିକ ଭାବେ ଗଣବଳାତ୍କାରକୁ ସୂଚାଉଛି। କାରରେ ଲାଗିଥିବା ଡ୍ୟାସକ୍ୟାମରୁ ମିଳିଥିବା ଅଡିଓ ଓ ଭିଡିଓ ରେକର୍ଡିଂକୁ ମଧ୍ୟ ପୋଲିସ୍ ଯାଞ୍ଚ କରୁଛି। ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇଛି ଏବଂ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri