ଓଡ଼ିଶାକୁ ନିବେଶକ ଆଣିବାକୁ ୟୁସିସିଆଇଏଲ୍‌ର ପ୍ରୟାସ

ଭୁବନେଶ୍ୱର,୨୨।୨(ବ୍ୟୁରୋ) ରାଜ୍ୟର ଆର୍ଥିକ ବିକାଶ ଉପରେ ନଜର ରଖି ‘ଉତ୍କଳ ଚ୍ୟାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରୀ ଲିମିଟେଡ୍‌’ (ୟୁସିସିଆଇଏଲ୍‌) ପକ୍ଷରୁ ୟୁଏସ୍‌ଏର ନିବେଶକମାନଙ୍କୁ ଓଡିଶା ଗସ୍ତରେ ଆସିବାକୁ ଅନୁରୋଧ କରାଯାଇଛି। ରାଜ୍ୟରେ ଆଲୁମିନିୟମ, ଷ୍ଟିଲ୍‌ , କେମିକାଲ୍ସ, ପେଟ୍ରୋକେମିକାଲ୍ସ, ଫୁଡ୍‌ ପ୍ରୋସେସିଂ, ଇନ୍‌ଫର୍ମେସନ ଟେକ୍ନୋଲୋଜି କ୍ଷେତ୍ରରେ ନିବେଶ ପାଇଁ ସୁଯୋଗ ରହିଥିବାରୁ ସେମାନଙ୍କୁ ସୁହାଉଥିବା ଭଳି ଜାଗା ଚୟନ କରିବାକୁ ୟୁସିସିଆଇଏଲ୍‌ ପକ୍ଷରୁ ନିବେଶକମାନଙ୍କୁ କୁହାଯାଇଛି।
ନ୍ୟୁୟର୍କରେ ଭାରତର ବାଣିଜ୍ୟଦୂତ ରଣଧୀର ଜୈଶଓ୍ବାଲ୍‌ ଏବଂ ତାଙ୍କ ଡେପୁଟି ବରୁଣ ଜେଫ୍‌, ୟୁସିସିଆଇଏଲ୍‌ ସଭାପତି ବ୍ରହ୍ମା ମିଶ୍ର ଆମେରିକୀୟ ନିବେଶକମାନଙ୍କ ସହିତ କଥାବାର୍ତ୍ତା ହେବା ସମୟରେ, ଓଡିଶାକୁ ଏକ ନିବେଶସ୍ଥଳ ଭାବରେ ସେମାନଙ୍କ ନିକଟରେ ପରିଚିତ କରାଇଥିଲେ।
ୟୁସିସିଆଇଏଲ୍‌ ସଭାପତି ମିଶ୍ର କହିଛନ୍ତି ଯେ, ନିବେଶକମାନଙ୍କୁ ମେକ୍‌ ଇନ୍‌ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବା ଦିଗରେ ୟୁସିସିଆଇଏଲ୍‌ ଯୋଜନା ପ୍ରସ୍ତୁତ କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ନ୍ୟୁୟର୍କ ବାଣିଜ୍ୟ ଦୂତାବାସ କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଆମ ପ୍ରଗତିଶୀଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତମ ନେତୃତ୍ୱରେ ଓଡିଶାର ଆର୍ଥିକ ମିଶନ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବେ। ମିଶ୍ର ୨୦୨୨ ଜୁଲାଇ ମାସରେ ଏକ ରାଉଣ୍ଡ୍‌ ଟେବୁଲ୍‌ ବ୍ୟବସାୟ ଆଲୋଚନା ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ନିଷ୍ପତ୍ତି: ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୧୪ ଏବଂ ATF ଉପରେ ପ୍ରତି ଲିଟର ୧୨.୫ ଟଙ୍କା ବୃଦ୍ଧି, ଜାଣନ୍ତୁ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ଜୁନ ୧୬, ୨୦୨୬ ରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ସଂଶୋଧନ କରିଛନ୍ତି। ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ATF)…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri