ୟୁବିଆଇର ମେଗା ସଂଯୋଗୀକରଣ ଅଭିଯାନ

ଭୁବନେଶ୍ୱର,୨୮।୧୦ :ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ମେଗା ସଂଯୋଗୀକରଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷକରି ଆସ୍ପିରେଶନାଲ ଜିଲା ଖୋର୍ଦ୍ଧା ପାଇଁ ଏହି ଅଭିଯାନ ୟୁବିଆଇ ପକ୍ଷରୁ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୟୁବିଆଇ କେନ୍ଦ୍ରୀୟ କାର୍ଯ୍ୟାଳୟର ମହାପ୍ରବନ୍ଧକ ଗୋକୁଳାନନ୍ଦ ଦାସ, ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ମୁଖ୍ୟ ତଥା ମହାପ୍ରବନ୍ଧକ ସର୍ଭେଶ ରଞ୍ଜନ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ତଥା ଉପ-ମହାପ୍ରବନ୍ଧକ ନିରଞ୍ଜନ ବାରିକ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ତଥା ଉପ-କ୍ଷେତ୍ରୀୟ ମୁଖ୍ୟ ଅଶୋକ କୁମାର ମିଶ୍ର, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ତଥା ଉପ-କ୍ଷେତ୍ରୀୟ ମୁଖ୍ୟ ଜିତେନ୍ଦ୍ର କୁମାର ସାମଲ, ସହାୟକ ମହାପ୍ରବନ୍ଧକ ତଥା ଏମ୍‌ଏଲ୍‌ପି ମୁଖ୍ୟ ହରେରାମ ଶାହାଙ୍କ ସମେତ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ବହୁ ବରିଷ୍ଠ ଅଧିକାରୀ ଓ ଆର୍‌ଏଲ୍‌ପି ଭୁବନେଶ୍ୱର, ଭୁବନେଶ୍ୱର ସହର ଅଧୀନ ବିଭିନ୍ନ ଶାଖାର ଶାଖା ମୁଖ୍ୟ ଏବଂ ବ୍ୟାଙ୍କର ଗ୍ରାହକମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ଯୋଜନା ଅନ୍ତର୍ଗତ ଗ୍ରାହକମାନଙ୍କୁ ପ୍ରାୟ ୨୦୦ଟି ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା। ଏହି ସଂଯୋଗୀକରଣ କାର୍ଯ୍ୟକ୍ରମ ବ୍ୟାଙ୍କର ନୟାପଲ୍ଲୀ ଶାଖା, ଚନ୍ଦ୍ରଶେଖରପୁର ଶାଖା, ଭୁବନେଶ୍ୱର ମୁଖ୍ୟ ଶାଖା ଏବଂ ଆଇଗିଣିଆ ଶାଖାଠାରେ ଅନୁଷ୍ଠିତ ହୋଇଥିଲା।
ସେହିଭଳି ବ୍ୟାଙ୍କରେ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଦାସ ଗ୍ରାହକମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବା ସହ ବ୍ୟାଙ୍କିଙ୍ଗ୍‌ ସେବାକୁ ଅଧିକ ପ୍ରଭାବଶାଳୀ କରି ଗ୍ରାହକମାନଙ୍କୁ ନିଜର ମତାମତ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଅପରେସନ୍ ସିନ୍ଦୂର’: ଭାରତୀୟ ବାୟୁସେନାର ପ୍ରଭାବ ଦେଖି ଅସ୍ତ୍ରବିରତି ପାଇଁ ବାଧ୍ୟ ହୋଇଥିଲା ପାକିସ୍ତାନ

ନୂଆଦିଲ୍ଲୀ,୨୬।୧: ୨୦୨୫ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ୮୮ ଘଣ୍ଟିଆ ଯୁଦ୍ଧ ଉପରେ ବଡ ଖୁଲାସା ହୋଇଛି। ସୁଇଜରଲ୍ୟାଣ୍ଡର ପ୍ରତିଷ୍ଠିତ ସାମରିକ ଥିଙ୍କ୍…

ଦିଗପହଣ୍ଡିରେ ସାଧାରଣତନ୍ତ୍ର ଦିବସ: ବିଧାୟକ କଲେ ବହୁମୁଖୀ ଭବନ ଉଦ୍‌ଘାଟନ

ଦିଗପହଣ୍ଡି,୨୬।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ପୁରପଲ୍ଲୀରେ ସୋମବାର ୭୭ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ଭାରତ ହେବ ବାଲ୍ୟ ବିବାହମୁକ୍ତ

ଦିଗପହଣ୍ଡି,୨୬।୧(ଅଶେଷନାଥ ମିଶ୍ର): ରାଜ୍ୟ ଆଇନସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ ପରିସରରେ ଥିବା ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ସୋମବାର…

ଚାରିଧାମର ଏହି ମନ୍ଦିରରେ ଲାଗିଲା କଟକଣା: ଅଣ-ହିନ୍ଦୁଙ୍କ ପ୍ରବେଶ ମନା

ନୂଆଦିଲ୍ଲୀ,୨୬।୧: ଉତ୍ତରାଖଣ୍ଡର ପବିତ୍ର ଚାରିଧାମ ମଧ୍ୟରୁ ଅନ୍ୟତମ ଗାଙ୍ଗୋତ୍ରୀ ଧାମରେ ଏଣିକି ଅଣ-ହିନ୍ଦୁମାନେ ପ୍ରବେଶ କରିପାରିବେ ନାହିଁ। ଶ୍ରୀ ଗାଙ୍ଗୋତ୍ରୀ ମନ୍ଦିର କମିଟି ପକ୍ଷରୁ ରବିବାର ଏହି…

ସାଧାରଣତନ୍ତ୍ର ଦିବସକୁ ଭୁଲିଗଲେ ପୋଷ୍ଟ ଅଫିସ, ବ୍ୟାଙ୍କ ଅଧିକାରୀ-କର୍ମଚାରୀମାନେ

ପୁରୁଷୋତ୍ତମପୁର,୨୬।୧(ସବିତା ମିଶ୍ର):ସାରାଦେଶର ପୁରପଲ୍ଲୀରେ ପବିତ୍ର ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ ହେଉଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରହିଥିବା ପୋଷ୍ଟ ଅଫିସ, ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କରେ ପତାକା…

ସ୍ବାଧୀନତା ସଂଗ୍ରାମରେ ପାଇକଙ୍କ ବୀରତ୍ୱ ଅତୁଳନୀୟ: ଉପମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା,୨୬।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହ ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ଭିନ୍ନ ଢଙ୍ଗରେ ପାଳିଲେ ସାଧାରଣତନ୍ତ୍ର ଦିବସ: ଚିଦାନନ୍ଦ କୁଷ୍ଠ ରୋଗୀ ରିଲିଫ କେନ୍ଦ୍ରରେ ପହଞ୍ଚିଲେ…

ଭଞ୍ଜନଗର,୨୬।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପୁରୁଷ ଶାଖା (୧) ପକ୍ଷରୁ ସୋମବାର ସାଧାରଣତନ୍ତ୍ର ଦିବସ…

ହାତୀ ମୃତ୍ୟୁ ଘଟଣା: ଦୋଷୀଙ୍କୁ ଛଡା ଯିବନି,ସମସ୍ତଙ୍କୁ ଧରିବକହିଲେ ଜଙ୍ଗଲ ମନ୍ତ୍ରୀ

ଭବାନୀପାଟଣା,୨୬।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ରିଜର୍ଭ ପଡ଼ିଆଠାରେ ସୋମବାର ଜିଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri