Uber-Rapido: ନିଜ ବାଇକ୍‌ ଲଗାଇ ମାସକୁ ୩୦ହଜାର ରୋଜଗାର କରନ୍ତୁ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

କିଛି ଚାକିରି ଖୋଜୁଛନ୍ତି କି? କ’ଣ ଆପଣଙ୍କ ପାଖରେ ବାଇକ୍‌ ଅଛି? ତେବେ ନୋ ଟେନଶନ। ବର୍ତ୍ତମାନ ଆପଣ ଏଇ ବାଇକ୍‌ ଦ୍ୱାରା କରିପାରିବେ ମାସକୁ ୩୦ହଜାର ଟଙ୍କାର ରୋଜଗାର। ଏଥିପାଇଁ ଆପଣଙ୍କୁ ମାସଶେଷକୁ ନୁହେଁ ପ୍ରଥମ ଦିନରୁ ହିଁ ଆକାଉଣ୍ଟକୁ ଟଙ୍କା ଆସିବା ଆରମ୍ଭ କରିବ। ଏଥିପାଇଁ ଆପଣଙ୍କୁ ପୂରା ଦିନ କିମ୍ବା ୮ଘଣ୍ଟା ସମୟ ଦେବାକୁ ପଡିବ ନାହିଁ। ଆପଣ ନିଜ କାର୍ଯ୍ୟ ସମୟ ମଧ୍ୟ ନିଜେ ସ୍ଥିର କରିପାରିବେ। ଏଥିରେ, ଆପଣଙ୍କର ମାଲିକ କେହି ହେବେ ନାହିଁ କି କେହି ହୁକୁମ ଚଲାଇ ପାରିବେ ନାହିଁ।

ତେବେ ଏଥିପାଇଁ ଆପଣଙ୍କୁ ନିଜ ବାଇକ୍‌କୁ ଉବର କିମ୍ବା ରାପିଡୋରେ ପଞ୍ଜୀକୃତ କରିବାକୁ ପଡିବ। ଏଥିପାଇଁ ଆପଣଙ୍କୁ ଅଧିକ କିଛି କରିବାକୁ ପଡିବ ନାହିଁ । କେବଳ ଏହି ଛୋଟ ପ୍ରକ୍ରିୟା ଅନୁସରଣ କରିବାକୁ ପଡିବ । ଉବର କିମ୍ବା ରାପିଡୋର ଅଫିସିଆଲ ୱେବସାଇଟରେ ଅନଲାଇନରେ ଚାକିରି ପାଇଁ ସାଇନ ଅପ କରନ୍ତୁ। ଯଦି ଆପଣଙ୍କର ବ୍ୟକ୍ତିଗତ ବାଇକ ଅଛି ତେବେ ଏହାର ବିବରଣୀ ସଠିକ ଭାବରେ ପୂରଣ କରନ୍ତୁ।

ଏଥିପାଇଁ ଆପଣଙ୍କ ବୟସ ୧୮ ବର୍ଷ କିମ୍ବା ତାଠାରୁ ଅଧିକ ହେବା ଉଚିତ। କହିରଖୁଛୁ କି, ଆପଣଙ୍କର ନାମ କିମ୍ବା ଗାଡିର ନାମ କୌଣସି ବେଆଇନ ମାମଲାରେ ଜଡିତ ହେବା ଉଚିତ ନୁହେଁ । ଆପଣଙ୍କ ପାଖରେ ଏକ ବୈଧ ଡ୍ରାଇଭର ପାଟର୍ନର ଲାଇସେନ୍ସ ଥିବା ଆବଶ୍ୟକ। ଏଥିସହ, ନିଜ ଅଞ୍ଚଳ ନିକଟରେ ଥିବା ଉବର ସେବା କେନ୍ଦ୍ର ପରିଦର୍ଶନ କରିବାକୁ ପଡିବ। ସେଠାରେ ଆପଣଙ୍କୁ ଏକ ଫର୍ମ ଦିଆଯିବ ଏବଂ ଗାଡି ପଞ୍ଜୀକରଣ ଫି ନେବା ପରେ ପଞ୍ଜିକୃତ ହେବ।

ରାପିଡୋରେ ବାଇକ ପଞ୍ଜୀକରଣ ପାଇଁ ଏହି ଡକ୍ୟୁମେଣ୍ଟଗୁଡିକ ଆବଶ୍ୟକ। ଏଥିପାଇଁ ଆପଣଙ୍କର ବୈଧ ଡ୍ରାଇଭିଂ ଲାଇସେନ୍ସ, ବାଇକ ରେଜିଷ୍ଟ୍ରେସନ ସାର୍ଟିଫିକେଟ (ଆରସି), ବୈଧ ବାଇକ ବୀମା ଡକ୍ୟୁମେଣ୍ଟ, ପଲ୍ୟୁସନ ସାର୍ଟିଫିକେଟ, ଆଧାର କାର୍ଡ, ବ୍ୟାଙ୍କ ବିବରଣୀ, ଯେଉଁଥିରୁ ଟଙ୍କା ସିଧା ଆକାଉର୍ଟକୁ ଯିବ।

ପଞ୍ଜୀକରଣ ପରେ ରାପିଡୋ ଆପ ଡାଉନଲୋଡ କରନ୍ତୁ ଏବଂ ଆରୋହୀ ଭାବରେ ପଞ୍ଜିକରଣ କରନ୍ତୁ। ଏହା ପରେ ବ୍ୟାଙ୍କ ଖାତା ଭେରିଫାଏ କରନ୍ତୁ। ଏହାପରେ ସ୍କ୍ରିନରେ ଥିବା ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ। ଯାଞ୍ଚ ପ୍ରକ୍ରିୟା ସମାପ୍ତ ହେବା ପରେ, ଆପଣ ରାପିଡୋରେ ରାଇଡ୍‌ ଗ୍ରହଣ କରିବାକୁ ସମର୍ଥ ହେବେ।

ଏହି ଅନଲାଇନ କ୍ୟାବ ସେବାରେ ଆପଣ ମାସକୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାକୁ ସମର୍ଥ ହେବେ। ଆଜିକାଲି, ଟ୍ରାଫିକ ସ୍ଥିତିକୁ ଅନୁଧ୍ୟାନ କରି ଲୋକମାନେ ୧୦-୧୨କିଲୋମିଟର ଦୂରତା ପାଇଁ ବାଇକ ରାଇଡ୍‌ ବୁକ କରିବାକୁ ପସନ୍ଦ କରୁଛନ୍ତି। କାର୍‌ ଅପେକ୍ଷା ବାଇକ ଭଡା ମଧ୍ୟ ଶସ୍ତା ରହୁଛି। ଏଥି ସହିତ, ଏକ ବାଇକ୍‌, କାରଠାରୁ ଅଧିକ ସମୟ ଟ୍ରାଫିକରେ ଅଟକି ନଥାଏ। ଯଦି ଆପଣଙ୍କର ବାଇକ ଭଲ ମାଇଲେଜ ପ୍ରଦାନ କରୁଛି ତେବେ ଆପଣ ଏଥିରୁ ବହୁତ ଲାଭ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri