ତାଇଓ୍ବାନରେ ହାଇକୁଇ ଟାଇଫୁନ ତାଣ୍ଡବ ରଚିବା ଆଶଙ୍କା, ବିମାନ-ରେଳ ସେବା ବାତିଲ, ବିଦ୍ୟାଳୟ-କାର୍ଯ୍ୟାଳୟ ବନ୍ଦ…

ତାଇପେ,୩।୯ : ତାଇୱାନ ଏହାର ସମସ୍ତ ବିମାନ, ଟ୍ରେନ ଏବଂ ଫେରି ସେବାକୁ ସ୍ଥଗିତ ରଖିଛି। ଏହା ବିଦ୍ୟାଳୟ, କଲେଜ କାର୍ଯ୍ୟାଳୟ ବନ୍ଦ କରାଯାଇଛି। ବାସ୍ତବରେ ରବିବାର ଟାଇଫୁନ ହାଇକୁଇ ତାଣ୍ଡବ ରଚିବାର ଆଶଙ୍କା ରହିଛି। ତେଣୁ ପ୍ରଶାସନ ଏହି ପଦକ୍ଷେପ ନେଇ ସମସ୍ତ କର୍ମଚାରୀଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ ଚାଇନା ଉପକୂଳରେ ଗତି କରୁଥିବା ସମୟରେ ଟାଇଫୁନ ସାଓଲା ଦୁର୍ବଳ ହୋଇପଡିଛି, ତେଣୁ ଏହାର ପ୍ରଭାବ ବର୍ତ୍ତମାନ ତାଇଓ୍ବାନରେ ଦେଖାଯିବାର ସମ୍ଭାବନା ରହିଛି। ଟାଇଫୁନ ସମୟରେ ଚାଇନା ପ୍ରାୟ ୯ ଲକ୍ଷ ଲୋକ ଏବଂ ୮୦ ହଜାର ମତ୍ସ୍ୟଜୀବୀ ଡଙ୍ଗାକୁ ସ୍ଥାନାନ୍ତର କରିଥିଲା।

ଏଥିସହ ଅଧିକାଂଶ ହଂକଂ ଏବଂ ଉପକୂଳବର୍ତ୍ତୀ ମଧ୍ୟପ୍ରଦେଶର କିଛି ଅଂଶରେ ବ୍ୟବସାୟ, ପରିବହନ ଏବଂ ବିଦ୍ୟାଳୟ ବନ୍ଦ ରହିଥିଲା।

ତେବେ ଏହି ଝଡ ଅଧିକ କ୍ଷତି ଘଟାଇ ନାହିଁ ଏବଂ ରବିବାର ସୁଦ୍ଧା ସମସ୍ତ ପ୍ରତିବନ୍ଧକ ହଟାଇ ଦିଆଯାଇଛି। ଏଥି ସହିତ ତାଇୱାନର କେତେକ ଅଞ୍ଚଳରେ ହାଇକୁଇ ଝଡ ଯୋଗୁଁ ପ୍ରବଳ ବର୍ଷା ଓ ଅଧିକ ବେଗରେ ପବନ ବହୁଛି। ଏହି କାରଣରୁ ବର୍ତ୍ତମାନ ହଂକଂ ଏବଂ ମାକାଉ ସମେତ ଅନେକ ସ୍ଥାନକୁ ବିମାନ ଚଳାଚଳ ବାତିଲ କରାଯାଇଛି।

ଏହି ଘୂର୍ଣ୍ଣିବଳୟ ଘଣ୍ଟା ପ୍ରତି ୧୩୭ କିଲୋମିଟର ପବନ ସୃଷ୍ଟି କରିଛି। ଏହାର ବେଗ ଘଣ୍ଟା ପ୍ରତି ୧୭୩ କିଲୋମିଟର ପହଞ୍ଚିବ ବୋଲି ଦ୍ୱୀପର ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri