ପାର୍ବଣରେ ଉନ୍ନତ ରହିବ ଟୁହ୍ବିଲର୍ସ ବଜାର:ହୋଣ୍ଡା

ମୁମ୍ବାଇ: କରୋନା ଜନିତ ଲକ୍‌ଡାଉନ ଲାଗି ଦେଶର ଅଟୋମୋବାଇଲ ବଜାର କ୍ଷତିଗ୍ରସ୍ତ ହୋଇ ରହିଛି। ହେଲେ ନିକଟରେ ଆସିଥିବା ଗାଡ଼ି ବିକ୍ରି ଡାଟା ମୁତାବକ ପୂର୍ବ ତୁଳନାରେ ଯାନ ବିକ୍ରି ବୃଦ୍ଧି ହେଉଛି। ପାର୍ବଣରେ ଦେଶର ଟୁହ୍ବିଲର୍ସ ବଜାରରେ ବିକ୍ରି ପୂର୍ବ ତୁଳନାରେ ଉନ୍ନତ ରହିବା ନେଇ ଆଶା ରହିଥିବା ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ମାର୍କେଟିଂ ନିର୍ଦ୍ଦେଶକ ୟଦବିନ୍ଦର ସିଂ ଗୁଲେରିଆ କହିଛନ୍ତି।
ପାର୍ବଣ ବଜାରରେ ଗ୍ରାହକଙ୍କ ରେସପନ୍ସ ଏବଂ କମ୍ପାନୀର ଯୋଜନା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଅନ୍‌ଲକ୍‌ ପ୍ରକ୍ରିୟା ଜାରି ରହିଥିବା ବେଳେ ଯାନର ରିଟେଲ ବିକ୍ରିରେ ବୃଦ୍ଧି ପରିଲକ୍ଷିତ ହୋଇଛି। ବଜାରରେ ରେସ୍‌ପନ୍ସକୁ ଧ୍ୟାନରେ ରଖି ନୂଆ ମଡେଲର ଶୁଭାରମ୍ଭ କରାଯାଇଛି। ଯାନଗୁଡିକୁ ବିଏସ୍‌-୪ରୁ ବିଏସ୍‌-୬କୁ ଅପ୍‌ଗ୍ରେଡ କରାଯାଇଛି। ସମଗ୍ର ନେଟ୍‌ଓ୍ବର୍କରେ ଭଲ ଇନକ୍ୱାରି ଆସୁଛି। ଗ୍ରାହକଙ୍କ ସୁରକ୍ଷାକୁ ଧ୍ୟାନରେ ରଖାଯାଉଛି। ସେହି ମୁତାବକ ପଦକ୍ଷେପ ଗ୍ରହଣ କରାଯାଉଛି। ସବୁ ପ୍ରସଙ୍ଗକୁ ତର୍ଜମା କରାଯାଉଛି। ବଜାର ବର୍ତ୍ତମାନ ଖୋଲୁଥିବାରୁ ଭଲ ବିକ୍ରି ହେବା ଆଶା ରହିଛି। ବଜାରରେ ଚାହିଦା ଥିବାରୁ ନୂଆ ଗ୍ରାହକ ଏବଂ ଅପ୍‌ଗ୍ରେଡ୍‌ ହେଉଥିବା ଗ୍ରାହକଙ୍କୁ ସେବା ଯୋଗାଣ ଧାରା ଜାରି ରଖିବାକୁ ସେ ମତ ପ୍ରକାଶ କରିଛନ୍ତି।
ପାର୍ବଣ ସ୍କିମ୍‌ ସମ୍ପର୍କରେ ମତ ରଖି ସେ କହିଛନ୍ତି, ଅକ୍ଟୋବର ପହିଲାରୁ ରିଟେଲ ଫାଇନାନ୍ସ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରାଯାଇଛି। ଏହାଦ୍ୱାରା ଗ୍ରାହକ ପ୍ରାୟ ୧୧ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ। ସେହିଭଳି ଦେଶର ବିଭିନ୍ନ ପ୍ରାନ୍ତ ପାଇଁ କିଛି ଭିନ୍ନ ସ୍କିମ ରହିଛି। ଡିଲରପଏଣ୍ଟଗୁଡିକରେ ଏହାର ଲାଭ ଲୋକଙ୍କୁ ମିଳିପାରିବ। ପାର୍ବଣ ଆସୁଥିବାରୁ ଉନ୍ନତ ବୁକିଂ ଉନ୍ନତ ହେଉଛି। ଦେଶର ବିଭିନ୍ନ ପ୍ରାନ୍ତ ଚାହିଦାକୁ ନଜରରେ ରଖି ଇନ୍‌ଭେଣ୍ଟୋରି ବ୍ୟବସ୍ଥା କରାଯାଉଛି। ଠିକ୍‌ ସମୟରେ ଗାଡି ଯୋଗାଣ ଉପରେ ଧ୍ୟାନ ରଖାଯାଇଛି। ଲକ୍‌ଡାଉନ ଯୋଗୁ ସ୍କୁଟର ବିକ୍ରି ପ୍ରଭାବିତ ରହିଥିଲା। ଲକ୍‌ଡାଉନ କଟକଣା ସମ୍ପୂର୍ଣ୍ଣ ଖୋଲିଗଲେ ବିକ୍ରି ବଢିବ ବୋଲି ସେ ଆଶା ରଖିଛନ୍ତି। ଅନ୍‌ଲକ ପରେ ଗାଡ଼ି ବିକ୍ରି ବୃଦ୍ଧି ପାଇଛି। ନୂଆ କରି ବଜାରକୁ ଆସିଥିବା ହାଇନେସ ବିକ୍ରିର ବୁକିଂ ଆଶାନୁରୂପ ରହିଛି। କମ୍ପାନୀର ଅନ୍‌ଲାଇନ ସେଲ୍‌ ଶୁଭାରମ୍ଭ ପରେ ଗ୍ରାହକଙ୍କ ରେସପନ୍ସ ବଢିଛି। ଏ କ୍ଷେତ୍ରରେ କମ୍ପାନୀ ୧୪% ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri