ହୋଲି ଖେଳି ସେଲ୍‌ଫି ନେଉଥିଲେ ଦୁଇ ଯୁବକ, ଜଳସ୍ରୋତରେ ଭାସିଗଲେ

କୋଟପାଡ଼,୧୫ା୩(ରାଜଶେଖର): କୋରାପୁଟ ଜିଲା କୋଟପାଡ଼ ଗୁଲମୀ ପିକ୍‌ନିକ୍‌ ସ୍ପଟରେ ଗାଧୋଇବାକୁ ଯାଇ ସେଲ୍‌ଫି ନେବା ସମୟରେ ଗଡ଼ ଖୋସି ଛତିଶଗଡ଼ ଜଗଦଳପୁର କୁମାର ପାରା ଅଞ୍ଚଳର ଦୁଇଜଣ ଯୁବକ ପ୍ରଖୋର ଜଳସ୍ରୋତରେ ଭାସି ଯାଇଥିବା ଜଣାପଡ଼ିଛି। ଖବର ପାଇ କୋଟପାଡ଼ ଅଗ୍ନିଶମ ବିବାଗ କର୍ମଚାରୀ ଓ କୋଟପାଡ଼ ପୋଲିସ ପହଞ୍ଚି ଖୋଜ ଖବର ଜାରି ରଖିଛି l ଶନିବାର ହୋଲି ଖେଳି ଅପରାହ୍ନରେ ଗୁଲମୀକୁ ଦୁଇ ଜଣ ଯୁବକ ଆସିଥିଲେ ପୂର୍ବ ସୂଚନା ଅନୁଯାୟୀ କୋଟପାଡ଼ ତଥା ଆଖ ପାଖ ନଦୀ ଗଭୀର ପୋଖରୀରେ ଗାଧୋଇବା ନେଇ ଅଗ୍ନିଶମ ବିଭାଗ ଡାକବାଜି ଯନ୍ତ୍ର ଦ୍ୱାରା ବାରମ୍ବାର ସଚେତନତା ଘୋଷଣା କରିଥିବା ସୁଦ୍ଧା ଏଭଳି ଘଟଣା ଘଟିଛି। ଭାସି ଯାଇଥିବା ଦୁଇ ଯୁବକ ହେଲେ ରୋହନ କୋଶ୍ଚପ (୨୧)ଓ ଗୌରବ ବାଗେଲ (୨୦)। ରୋହନଙ୍କ ବାପା କୋଟପାଡ଼ ଥାନାରେ ଅଭିଯୋଗ କରିଥିବା କୋଟପାଡ଼ ପୋଲିସ କହିଛି l

Share