ଜଳପ୍ରପାତରେ ବୁଡ଼ି ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଚନ୍ଦନଗିରି ନିକଟ ପାଟହରା ଜଳପ୍ରପାତରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସଠିକ୍‌ କାରଣ ଜଣାପଡ଼ି ନ ଥିଲେ ହେଁ ଫଟୋ ଉଠାଉଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ଖସି ପଡ଼ି ନିଖୋଜ ହୋଇଯାଇଥିଲେ। ଦମକଳ ବାହିନୀ ସହାୟତାରେ ଖୋଜାଖୋଜି କରି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ କରିବାକୁ ମେଡ଼ିକାଲ ପଠାଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ସେମାନେ ୪ ଜଣ ବୁଲିବାକୁ ଆସିଥିଲେ। ସମସ୍ତେ ଏକ ଘରୋଇ କମ୍ପାନୀରେ ଟ୍ରେନି ଭାବେ କାମ କରୁଥିଲେ। ସେମାନଙ୍କ ସଠିକ୍‌ ନାମ ଜଣାପଡ଼ି ନ ଥିଲେ ହେଁ ସେମାନଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି ଓ ବୟସ ପାଖାପାଖି ୨୦ ହେବ।

Share