୨ ଜଣ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା ମାଓବାଦୀ, ଲୋକେ ଆତଙ୍କିତ

ମାଲକାନଗିରି,୨।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲା ଅନ୍ତର୍ଗତ ସିରସେଟ୍ଟୀ ପଂଚାୟତର ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକମାନେ ହେଲେ ପଦାମ ପୋଜ୍ଜା ଏବଂ ପଦାମ ଦେବେନ୍ଦ୍ର। ପୋଲିସ ସୂଚନଦାତା ଦର୍ଶାଇ ରହି ଦୁଇ ଜଣ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ନକ୍ସଲ ଏବେ ନିଜର ସ୍ଥିତି ଜାହିର କରିବାକୁ ଯାଇ ପ୍ରତିଦିନ ହିଂସା ଘଟାଉଛନ୍ତି। ନିରୀହ ଆଦିବାସୀଙ୍କୁ ଟାର୍ଗେଟ କରି ପୋଲିସ ସୂଚନଦାତା ବୋଲି କହିବା ସହ ହତ୍ୟା କରି ଅଞ୍ଚଳରେ ଆତଙ୍କିତ କରୁଛନ୍ତି। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ମାଓବାଦୀ ଏଭଳି ଘଟଣା ଘଟାଇ କ’ଣ ଜାହିର କରିବାକୁ ଚାଂହୁଛନ୍ତି ବୋଲି ପୋଲିସ କହିଛି।

Share
Tags: odisha