ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା ଜାଣିବା ପରେ ଗାଡ଼ି ମାଲିକ ଚକିତ ହୋଇ ପଡ଼ିଥିଲେ। ଗାଡ଼ିର କେତେ ଟଙ୍କା ଫାଇନ କଟାଯାଇଛି ଯାଞ୍ଚ କରିଥିଲେ। ପରେ ତାଙ୍କ ଗାଡ଼ିର ୨୩ ସେପ୍ଟମ୍ବର ୨୦୨୫ରେ ୨ ଥର ମୋଟ ୩ ହଜାର ୫ଶହ ଟଙ୍କା ଫାଇନ ପଡିଛି। କିନ୍ତୁ ଯେଉଁ ଫଟୋ ଅପଲୋଡ ହୋଇଥିଲା ତାହାକୁ ଦେଖି ସେ ଚକିତ ହୋଇଯାଇଥିଲେ। ତାଙ୍କର ଯେଉଁ ଗାଡ଼ି ନମ୍ବର ରହିଛି ଫୋଟ ମଧ୍ୟ ସେହି ନମ୍ବର ରହିଛି ହେଲେ ଗାଡ଼ି ଅଲଗା। ୨୩ ସେପ୍ଟମ୍ବର ୨୦୨୫ରେ କୋଟିନଡା ପୋଲିସ (ଓଡି୦୭ଏଡି ୬୦୮୫) ଯାହାକି ଛତ୍ରପୁର ବ୍ଲକ୍‌ ତେଲୁଗୁ ନୁଆଗାଁ ସତ୍ୟା ନାରାୟଣ ବେହେରାଙ୍କ ବୋଲି ଗାଡ଼ି ପଞ୍ଜିକରଣରେ ଉଲେଖ ରହିଛି। ଗାଡିର ୨ଟି ଚାଲାଣ କାଟିଛି ଯାହାକି ୩୫ଶହ ଟଙ୍କା। ସତ୍ୟା ନାରାୟଣ କେବେ କୋଟିନଡା ଅଞ୍ଚଳକୁ ଯାଇ ନ ଥିବା କହିଥିଲେ। ଏପରିକି ତାଙ୍କର ଆକାଶ କଲର ଟିଭିଏସ ଭିକ୍ଟର। କିନ୍ତୁ ଜରିମନା ସମୟରେ ଯେଉଁ ଫୋଟ ଅପଲୋଡ ହୋଇଛି ତାହା ଅନ୍ୟ ଏକ କଲର ଏବଂ ଅନ୍ୟ ଏକ କମ୍ପାନୀ ଏପରିକି ଉକ୍ତ ଗାଡ଼ିରେ ୨ଟି ସାଇଲେନ୍ସ ଲାଗିଛି ବୋଲି କହିବା ସହ କିଏ ମୋ ଗାଡ଼ି ନମ୍ବରକୁ ନକଲି ନମ୍ବର ଲଗାଇଥାଇପାରେ ବୋଲି କହିବା ସହ ପ୍ରଦୂଷଣ କେନ୍ଦ୍ରରୁ ନିରାଶରେ ଫେରିଥିଲେ। ତେବେ ଯେଉଁ ବ୍ୟକ୍ତି ଜଣକ ଏହିପରି ନକଲି ନମ୍ବର ଲଗାଇ ଗାଡି ଚଲାଉଛନ୍ତି ତାହାକୁ ପୋଲିସ ତୁରନ୍ତ ଧରିବା ପାଇଁ ଦାବି କରିଥିଲେ।

Dharitri – Odisha’s No.1 Odia Daily