ବଲାଙ୍ଗୀର/ଦେଓଗାଁ,୩ା୧୧(ସୁନିଲ କୁମାର ମହାନ୍ତି/କୃଷ୍ଣପ୍ରସାଦ ପାଣିଗାହୀ/): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ୨୬ ନଂ ଜାତୀୟ ରାଜପଥ ରତନପୁର ନିକଟରେ ସୋମବାର ସକାଳେ ଘନକୁହୁଡ଼ି ଯୋଗୁ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଜନୈକ ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ଓ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଛନ୍ତି। ଦୁର୍ଘଟଣା ପରେ ବଲାଙ୍ଗୀର ବୀଜାଖମନଠାରୁ ଦେଓଗାଁ ପର୍ଯ୍ୟନ୍ତ ଟ୍ରକ୍ ଜାମ ହୋଇଥିଲା।