ସାବରଙ୍ଗ,୨୨।୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ବଡ଼ହାବେଳୀ ସାହିଠାରେ ଶନିବାର ସକାଳ ୧୧ଟାବେଳେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଆହତ ଟ୍ରକ ଚାଳକ ହେଲେ କେନ୍ଦୁଝର ଜିଲା ଆନନ୍ଦପୁରର ଗଣେଶ୍ୱର ଆପଟ ଓ ଅନୁଗୋଳ ଜିଲା ତାଳଚେର ଅଞ୍ଚଳର ଡାକ୍ତର ନାୟକ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।


