ବ୍ରାହ୍ମଣୀରେ ବୁଡ଼ିଗଲେ NITର ଦୁଇ ଛାତ୍ର

ରାଉରକେଲା,୮ା୬: ସୁନ୍ଦରଗଡ଼ ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଶନିବାର ବୁଡ଼ି ଯାଇଛନ୍ତି ଦୁଇ ଛାତ୍ର। ଏହି ଦୁଇ ଛାତ୍ର ଏନ୍‌ଆଇଟିରେ ପଢୁଥିଲେ ବୋଲି ଜଣାପଡ଼ିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲାର ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ତେବେ ଦୁଇ ଛାତ୍ରଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି। ୬ ଛାତ୍ରୀଛାତ୍ର ମିଶି ବେଦବ୍ୟାସ ମନ୍ଦିର ବୁଲିବାକୁ ଯାଇଥିଲେ। ନଦୀରେ ଗାଧୋଉଥିବା ବେଳେ ଏହି ଦୁଇ ଛାତ୍ର ବୁଡ଼ି ଯାଇଥିଲେ। ଛାତ୍ର ଦ୍ୱୟଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

Share
Tags: nitstudent