ପାକିସ୍ତାନରେ ୨ ଶିଖ୍‌ ବ୍ୟବସାୟୀଙ୍କୁ ହତ୍ୟା

ପେଶାଓ୍ବର,୧୬।୫(ପି.ଟି.): ପାକିସ୍ତାନର ଉତ୍ତରପଶ୍ଚିମ ଖାଇବର-ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ ପେଶାଓ୍ବର ସହରରେ ରବିବାର ଦିନ ଦ୍ୱିପ୍ରହରରେ ୨ ଜଣ ଶିଖ୍‌ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ରଞ୍ଜିତ ସିଂ(୪୨) ଏବଂ କୁଲ୍‌ଜିତ ସିଂ(୩୮)ଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଆକ୍ରମଣ ପାଇଁ ଇସ୍‌ଲାମିକ ଷ୍ଟେଟ୍‌ ଓ୍ବିଲାୟା ଖୋରାସାନ (ଆଇଏସ୍‌କେପି) ନିଜକୁ ଦାୟୀ କରିଛି। ଘଟଣାର ଉପଯୁକ୍ତ ତଦନ୍ତ କରି ଅପରାଧୀଙ୍କୁ ତୁରନ୍ତ ଦଣ୍ଡିତ କରିବା ଲାଗି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପାକିସ୍ତାନକୁ କହିଛି।

ମସଲା ବ୍ୟବସାୟ କରୁଥିବା ୨ ଶିଖ୍‌ଙ୍କର ପେଶାଓ୍ବରଠାରୁ ୧୭ କିଲୋମିଟର ଦୂର ବାଟା ଟାଲ୍‌ ବଜାରରେ ସେମାନଙ୍କର ଦୋକାନ ରହିଛି। ଆକ୍ରମଣକୁ ଖାଇବର-ପଖତୁନଖ୍ବା ମୁଖ୍ୟମନ୍ତ୍ରୀ ମହମ୍ମଦ ଖାନ ନିନ୍ଦା କରିବା ସହ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବ ଭଙ୍ଗ କରିବା ଲାଗି ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ପାକିସ୍ତାନରେ ଶିଖ୍‌ଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ପ୍ରସଙ୍ଗ ଇସ୍‌ଲାମାବାଦ ନିକଟରେ ଉଠାଇବାକୁ ବହିର୍ବ୍ୟାପାର ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ମୃତକଙ୍କ ପରିବାରକୁ ତୁରନ୍ତ ନ୍ୟାୟ ମିଳିବା ଆବଶ୍ୟକ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ସୁଖବୀର ସିଂ ବାଦଲ ଏବଂ ଏସ୍‌ଜିପିସି ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri