ଭଞ୍ଜନଗର,୧୫ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ରତନପୁର ନିକଟରେ ରବିବାର ମଧ୍ୟାହ୍ନରେ ଏକ ହାଇଓ୍ବା ଗାଡ଼ି ଧକ୍କାରେ ୨ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଜଗନ୍ନାଥ ବେହେରା ଓ ପ୍ରତାପ ଚନ୍ଦ୍ର ଦାସ। ଆହତ ଦ୍ବୟଙ୍କୁ ସଂପୃକ୍ତ ଅଞ୍ଚଳବାସୀ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଥିଲେ। ଏଠାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ନେବା ବ୍ୟବସ୍ଥା କରାଯାଇଛି। ଏହି ଘଟଣା ପରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।