ଡରେଇଲାଣି କରୋନା: ରାଜ୍ୟରେ ଆଉ ୨ ମୁଣ୍ଡ ନେଲା; ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି

ଭୁବନେଶ୍ୱର,୫।୭(ବ୍ୟୁରୋ): ଡରାଇଲାଣି କରୋନା। ରବିବାର ଆଉ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ମୃତକ ଗଜପତି, ସୁନ୍ଦରଗଡ଼ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ତେବେ ବାଲେଶ୍ୱର ଜିଲାର ଜଣେ କରୋନା ପଜିଟିଭ୍‌ ମହିଳାଙ୍କ ମୃତ୍ୟୁ ଅନ୍ୟ କାରଣରୁ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଗଜପତି ଜିଲାର ଆକ୍ରାନ୍ତ ୪୦ ବର୍ଷ ବୟସର। ସୁନ୍ଦରଗଡ଼ର ଆକ୍ରାନ୍ତ ୬୪ ବର୍ଷ ବୃଦ୍ଧ(ଡାଇବେଟିସ୍‌ରେ ପୀଡ଼ିତ)। ସେହିଭଳି ବାଲେଶ୍ୱର ଜିଲା ଆକ୍ରାନ୍ତ ୪୫ ବର୍ଷର ମହିଳା ଥିଲେ। ନୂଆ ଦୁଇ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୬ କୁ ବୃଦ୍ଧି ପାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Share