୨ ନାବାଳକଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ସିଗାରେଟ୍‌ ଚେଙ୍କ ସହ ପରିସ୍ରା ପିଆଇଲେ ଦୁର୍ବୃତ୍ତ

ବଳଙ୍ଗା,୨୦ା୪: ପୁରୀ ଜିଲା ବଳଙ୍ଗା ଥାନା କୋଟକୋସାଙ୍ଗରେ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦୁଇ ନାବାଳକଙ୍କୁ ଦିଆଯାଇଥିବା ନିର୍ଯାତନା ସୀମା ଟପିଛି। ଦୁର୍ବୃତ୍ତମାନେ ଦୁଇ ନାବାଳକଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧିବା ସହ ସିଗାରେଟ ଚେଙ୍କ ଦେଇଛନ୍ତି। ଏତିକିରେ ବି ମନ ଶାନ୍ତି ହେଲାନି ଶେଷରେ ପରିସ୍ରା ପିଆଇଥିବା ମଧ୍ୟ ଅଭିଯୋଗ ହୋଇଛି। କୋଟକୋସାଙ୍ଗ ଓ ପ୍ରଧାନସାହି ମଧ୍ୟରେ ବିବାଦକୁ ନେଇ ଏପରି ବର୍ବର କାଣ୍ଡ ଘଟିଛି। ଏଥିରେ ନିର୍ଯାତନାର ଶିକାର ହୋଇଛନ୍ତି ଦୁଇ ନାବାଳକ।

ଦୁଇ ନାବାଳକ ଯେତେ କାକୁତି ମିନତି ହେଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣିଲେନି। ସୂଚନା ପାଇ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ନାବାଳକ ଦ୍ୱୟଙ୍କୁ ଉଦ୍ଧାର କରିଛନ୍ତି। ଏହି ଘଟଣା ଶନିବାରଠାରୁ ଘଟିଥିଲେ ବଳଙ୍ଗା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Share