ଚଢ଼େଇ ଧରିବାକୁ ଗଛରେ ଚଢ଼ି ଦୁଇ ନାବାଳକଙ୍କ ଜୀବନ ଗଲା

ମାଲକାନଗିରି,୨୧ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁକୁଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶୁକ୍ରବାର ଉଣ୍ଡୁରୁକୁଣ୍ଡା ଗାଁର ଚନ୍ଦନ ପଡିଆମୀ(୯) ଓ ମାଙ୍ଗା ମାଣ୍ଡି(୭) ଗଛରେ ଚଢ଼େଇ ବସିଥିବା ଦେଖି ଦୁହେଁ ଧରିବାକୁ ଗଛରେ ଚଢ଼ିଥିଲେ। ତେବେ ସେହି ଗଛ ଦେଇ ୧୧ କେଭିର ବିଦ୍ୟୁତ ତାର ଯାଇଥିବା ଏମାନେ ଜାଣି ନ ଥିଲେ। ଏହି ସମୟରେ ଦୁହେଁ ବିଦ୍ୟୁତ୍‌ ସଂସ୍ପର୍ଶରେ ଦୁଇଜଣ ଯାକ ଆସିଯାଇଥିଲେ। ପରେ ଗଛରୁ ତଳକୁ ପଡ଼ିଯାଇଥିଲେ। ଏହା ଦେଖି ଅନ୍ୟ ପିଲାମାନେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri