କୃଷ୍ଣପ୍ରସାଦ,୧୪।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସି ଗ୍ରାମର ଗଣେଶ ଚନ୍ଦ୍ର ପ୍ରଧାନ (୪୦ ବର୍ଷ)ଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇଛି। ଓଳିଏ ଖାଇଲେ ଦି’ ଓଳି ଉପାସ ରହୁଥିବା ଗଣେଶ ଏତେ ବଡ ରୋଗରୁ କେମତି ମୁକ୍ତି ପାଇବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଡାକ୍ତର କହିଛନ୍ତି,ଡାଇଲିସିଶିସ୍ ହେବା ସହ କିଡ଼ନୀ ପ୍ରତିରୋପଣ ହେବ। କିନ୍ତୁ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ପରିବାର ଭରଣପୋଷଣ ପାଇଁ ବେଙ୍ଗାଲୁରୁରେ ଶ୍ରମିକ ଭାବେ ଦୀର୍ଘ ୮ ବର୍ଷ ହେବ କାର୍ଯ୍ୟ କରୁଥିଲେ। ଦେହ ଅସୁସ୍ଥ ପରେ ସେ ଏବେ ଘରକୁ ଫେରି ମୁଣ୍ଡରେ ହାତ ଦେଇ ବସିଛନ୍ତି। କାକୁତିମିନତୀ ହୋଇ ହାତ ପାତି ସହାୟତା ପାଇଁ ଗୁହାରି କରୁଛନ୍ତି। ତାଙ୍କ ସ୍ତ୍ରୀ ଭାରତୀ ପ୍ରଧାନ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ଗଣେଶଙ୍କ ଚିକିତ୍ସା ପାଇଁ ଗ୍ରାମର କିଛି ଯୁବକ ଅଣ୍ଟା ଭିଡ଼ିଛନ୍ତି।
Dharitri – Odisha’s No.1 Odia Daily

