ରାଜ୍ୟ ସଭାପତିଙ୍କ ସମ୍ମୁଖରେ ଦୁଇଗୋଷ୍ଠୀ ମାରପିଟ୍‌

ବଲାଙ୍ଗୀର,୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାରେ ଦୀର୍ଘଦିନ ହେଲା କୁହୁଳୁ ଥିବା ଗୋଷ୍ଠୀ ବିବାଦ ସୋମବାର ଅପରାହ୍ନରେ ସାଂଘାତିକ ରୂପ ନେଇଛି। ରାଲି ଚାଲିଥିବା ବେଳେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ସମ୍ମୁଖରେ ଦୁଇ ଗୋଷ୍ଠୀର ବରିଷ୍ଠ ନେତା ଏବଂ ଆଗାମୀ ନିର୍ବାଚନ ପାଇଁ ଦଳୀୟ ଟିକଟ ଦାବିଦାରଙ୍କ ଭିତରେ ପ୍ରବଳ ମାରପିଟ୍‌, ଧସ୍ତାଧସ୍ତି ଏବଂ ଗଣ୍ଡଗୋଳ ଘଟିଥିଲା। ଏହି ମାରପିଟ୍‌ ବେଳେ ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଏବଂ ଜିଲା ଭାଜପା ସଭାପତି ଶିବାଜୀ ମହାନ୍ତି ଉପସ୍ଥିତ ଥିଲେ। ବଲାଙ୍ଗୀର ସହର ଆରଟିଓ ଛକରେ ଏହି ଘଟଣା ଘଟିଛି।
ବଲାଙ୍ଗୀର ଜିଲା ଗସ୍ତରେ ଆସିଥିବା ରାଜ୍ୟ ସଭାପତି ସାମଲ ଅପରାହ୍ନରେ ସହର ଉପକଣ୍ଠ ବିଜାଖମନ ନର୍ସରିଠାରେ ଆୟୋଜିତ କର୍ମୀ ସମାବେଶରେ ଯୋଗ ଦେଇଥିଲେ। ସେଠାରୁ ଏକ ଖୋଲାଜିପ୍‌ରେ ବାଇକ୍‌ ରାଲିରେ ସହର ଅଭିମୁଖେ ଆସିଥିଲେ। ରାଜ୍ୟ ସଭାପତି ସାମଲ, ଜିଲା ସଭାପତି ଶିବାଜୀ ମହାନ୍ତି ଏବଂ ୨୦୨୪ ନିର୍ବାଚନ ପାଇଁ ବଲାଙ୍ଗୀର ବିଧାନସଭା ପାଇଁ ଦଳୀୟ ଟିକଟ ଆଶାୟୀ ଗୋପାଲଜୀ ପାଣିଗ୍ରାହୀ ଏକ ଖୋଲାଜିପ୍‌ରେ ଆସୁଥିଲେ। ଆରଟିଓ ଛକରେ ୨୦୧୯ ନିର୍ବାଚନରେ ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ହୋଇଥିବା ଅନନ୍ତ ଦାଶ ଏବଂ କିଛିବର୍ଷ ହେଲା ଜିଲାରେ ସମାନ୍ତରାଳ ଦଳୀୟ ସଙ୍ଗଠନ ଗଢୁଥିବା ରାଜ୍ୟ ବାହାରର ନେତା ବଳରାମ ସିଂ ଯାଦବଙ୍କ ଗୋଷ୍ଠୀ ରାଜ୍ୟ ସଭାପତି ସାମଲଙ୍କ ଖୋଲା ଜିପ୍‌କୁ ଅଟକାଇ ଫୁଲମାଳ ଦେବାକୁ ଚେଷ୍ଟା କରିଥିଲେ। ଜିପ୍‌ ପଛପଟରୁ ଚଢ଼ି ରାଜ୍ୟ ସଭାପତି ସାମଲଙ୍କୁ ଫୁଲ ମାଳ ଦେବାକୁ ଚେଷ୍ଟା କଲାବେଳେ ଦାଶ ଓ ପାଣିଗ୍ରାହୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ଦାଶ ଜିପ୍‌ ଉପରକୁ ଚଢ଼ି ପାରି ନ ଥିବାବେଳେ ପାଣିଗ୍ରାହୀ ଜିପରୁ ମୁଣ୍ଡ ତଳକୁ କରି ଖସି ପଡିଥିଲେ। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ଗୋଷ୍ଠୀର କର୍ମୀ ଏବଂ ନେତାଙ୍କ ମଧ୍ୟରେ ମାରପିଟ୍‌ ଆରମ୍ଭ ହୋଇଥିଲା। ଭାଇରାଲ ହୋଇଥିବା ଭିଡିଓରେ ମାରପିଟ୍‌ ଏଭଳି ସାଂଘାତିକ ରୂପ ନେଇଥିଲା ଯେ ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ ଦାଶଙ୍କ ପୋଷାକ ଚିରି ସେ ଅର୍ଦ୍ଧବିବସ୍ତ୍ର ହୋଇଯାଇଥିଲେ। ତାଙ୍କୁ ନିସ୍ତୁକ ମାଡ ମରାଯାଉଥିବା ଭିଡିଓ ଭାଇରାଲ ହୋଇଛି। ମାରପିଟ ଦୃଶ୍ୟରେ ଭୟଭୀତ ହୋଇ ରାସ୍ତାରେ ଯାଉଥିବା ଲୋକେ ପଳାୟନ କରିଥିଲେ। କିଛି ସମୟ ଧରି ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାଜ୍ୟ ସଭାପତି ସାମଲ, ଜିଲା ସଭାପତି ମହାନ୍ତି ଏବଂ ଏମ୍‌ପି ସିଂଦେଓ ଘଟଣାସ୍ଥଳ ଛାଡି ସର୍କିଟ ହାଉସକୁ ଚାଲିଯାଇଥିଲେ। ପୋଲିସ ଉପସ୍ଥିତିରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଯାଇଥିଲା। ଏହି ଘଟଣା ପରେ ଭାଜପା ନେତା ପାଣିଗ୍ରାହୀ ଟାଉନ୍‌ ଥାନାକୁ ଆସି ତାଙ୍କୁ ଜୀବନରେ ମାରିଦେବା ଉଦ୍ୟମ କରାଯାଇଥିବା ଅଭିଯୋଗ କରିଥିଲେ। ସେ ବଳରାମ ସିଂ ଯାଦବ ଏବଂ ତାଙ୍କ ସମର୍ଥକଙ୍କ ନାଁରେ ଅଭିଯୋଗ କରିଛନ୍ତି। ମାରଣାସ୍ତ୍ର ଧରି ଜିପ୍‌ ଉପରୁ ତାଙ୍କୁ ଟାଣି ଆଣିବାରୁ ସେ ତଳେ ପଡିଯାଇଥିଲେ ଏବଂ ତାଙ୍କ ତଣ୍ଟିକୁ ସେଠାରେ ମାଡିଦେଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏନେଇ ଟାଉନ୍‌ ଥାନାରେ ଧାରା ୩୦୭ ଓ ୧୪୯ରେ ଏକ ମାମଲା (୫୪୦/୨୩) ରୁଜୁ କରାଯାଇଛି। ତେବେ ସେ ଅନନ୍ତ ଦାଶଙ୍କ ନାଁ ଅଭିଯୋଗପତ୍ରରେ ଉଲ୍ଲେଖ କରିନାହାନ୍ତି। ଶ୍ରୀକାନ୍ତ ଜାଲ ନାମକ ଜଣେ ଭାଜପା କର୍ମୀ ମଧ୍ୟ ଟାଉନ୍‌ ଥାନାରେ ତାଙ୍କ ଗୋଡ ଭାଙ୍ଗିଯାଇଥିବା ଅଭିଯୋଗ କରିଛନ୍ତି। ଖବରଲେଖା ହେବା ପର୍ଯ୍ୟନ୍ତ(ରାତି ୯ଟା) ପ୍ରତିପକ୍ଷ ଗୋଷ୍ଠୀରୁ କୌଣସି ସଦସ୍ୟ ଥାନାରେ ଅଭିଯୋଗ କରିନାହାନ୍ତି। ଘଟଣାକୁ ନେଇ ରାଜ୍ୟ ସଭାପତି ସାମଲ, ଜିଲା ସଭାପତି ମହାନ୍ତି କି ଏମ୍‌ପି ସିଂଦେଓ ମୁହଁ ଖୋଲିନାହାନ୍ତି। ମଙ୍ଗଳବାର ସର୍କିଟ ହାଉସଠାରେ ଏକ ଖବରଦାତା ସମ୍ମିଳନୀ ରଖାଯାଇଛି। ୨୦୨୪ ନିର୍ବାଚନ ପୂର୍ବରୁ ବଲାଙ୍ଗୀରରେ ଭାଜପାର ଗୋଷ୍ଠୀ ବିବାଦ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri