ଦୁଇ ସାଙ୍ଗ ଘରକୁ ଫେରୁଥବା ବେଳେ ଘଟିଲା ଦୁର୍ଘଟଣା : ଜଣଙ୍କ ଆଗରେ ଚାଲିଗଲା ଆଉଜଣଙ୍କ ଜୀବନ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ପିପିଲିଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା। ଏହି ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ପାଟପୁର ରାଧାଦେଇପୂର ଗ୍ରାମର ବୁନା ମହାଙ୍କୁଡ (୪୫) ଓ ଆହତ ହେଲେ କୈଳାସ ସୁଆଁଶିଆ (୩୨)। ବୁନା ଏବଂ କୈଳାସ କୌଣସି କାମରେ ବାଇକ ଯୋଗେ ସଂଢେପ ଗ୍ରାମକୁ ଯାଇ ସେଠାରୁ ଫେରୁଥିବା ବେଳେ ନରସିଂହଗଡ଼ – ପିପିଳିଗୁଡ଼ା ଗ୍ରାମ ରାସ୍ତାର ବୁଲାଣିରେ ଭାରସାମ୍ୟ ହରାଇ ଗଛକୁ ପିଟି ହୋଇଯାଇଥିଲା। ଫଳରେ ବାଇକ ଚାଳକ ବୁନା ଓ କୈଳାସ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବୁନାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଆହତ କୈଳାସଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଖବର ପାଇ ପାଟପୁର ଥାନା ପୋଲିସ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିଛନ୍ତି । ବ୍ୟବଛେଦ ପାଇଁ ମୃତଦେହକ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଦୁର୍ଘଟଣାର ତଦନ୍ତ ଚାଲିଥିବା ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri