ବଙ୍ଗାେପସାଗରରେ ୨ଟି ବାତ୍ୟା! ୨୦ ବର୍ଷରେ ଘଟିବାକୁ ଯାଉଛି….

ଭୁବନେଶ୍ୱର,୨୩ା୧୧(ବନ୍ଦନା ସେଠୀ): ବାତ୍ୟା ଓ ବର୍ଷା ଆଶଙ୍କାରେ ଏବେ ରାଜ୍ୟର ଚାଷୀକୁଳ ଚିନ୍ତାରେ ରହିଛନ୍ତି। ଏପରିସ୍ଥିତିରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ରେ ଲଘୁଚାପରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା ମାଲାକ୍କା ଷ୍ଟ୍ରେଟ୍‌ର ସମୁଦ୍ର ପାଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିବା ସହ ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପଟି ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ୪୮ଘଣ୍ଟା ଅର୍ଥାତ୍‌ ୨୬ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଅଧିକ ଘନୀଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଉପକୂଳରୁ ବହୁ ଦୂରରେ ରହିଛି। ତେଣୁ ଆଗାମୀ ୭ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ ଏବଂ ବାତ୍ୟା ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ। ତେବେ ବାତ୍ୟା ସଂକ୍ରାନ୍ତରେ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ବିଭିନ୍ନ ପାଣିପାଗ ମଡେଲର ବାତ୍ୟା ଆକଳନକୁ ନେଇ ଲୋକଙ୍କ ମନରେ ଛନକା ପଶିଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମଡେଲଗୁଡ଼ିକ ବାତ୍ୟା ନିଶ୍ଚିତ ବୋଲି ଦର୍ଶାଉଥିଲେ ମଧ୍ୟ ଓଡ଼ିଶା ଉପରେ ଏହାର ପ୍ରଭାବ ନେଇ ଭିନ୍ନ ଭିନ୍ନ ତଥ୍ୟ ଦେଉଛନ୍ତି।
ମଡେଲଗୁଡ଼ିକର ଆକଳନ ଅନୁଯାୟୀ, ୨୬ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୭ ତାରିଖ ବେଳକୁ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ବଡ଼ ବର୍ଷାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

RI ଚାକିରି ଆଶା ଦେଖାଇ ଲୁଟିଥିଲେ ୫.୫ ଲକ୍ଷ ଟଙ୍କା; ହୀରାକୁଦରୁ ଅଭିଯୁକ୍ତଙ୍କୁ ବାନ୍ଧିଲା କେନ୍ଦୁଝର ପୋଲିସ

କେନ୍ଦୁଝର,୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଚାକିରି ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ କେନ୍ଦୁଝର ଟାଉନ ପୋଲିସକୁ ଏକ ବଡ଼…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri