ଅଧାରେ ରହିଲା ଘର ବାହୁଡା, ସଡ଼କ ଦୁର୍ଘଟଣାରେ ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ

ବଲାଙ୍ଗୀର,୨୬।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ତୁରେକେଲା ଥାନା ବୁଢୀବାହାଲ ଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶଳା, ଭିଣୋଇଙ୍କ ମୃତ୍ୟୁ ହୋଇଛି । ବୁଧବାର ରାତିରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ୨ଜଣ ଶଳା ଓ ଭିଣୋଇ ଏକ ମଟର ସାଇକେଲ ଯୋଗେ ଡ଼ୁମେରଚୁଆଁ ଗାଁକୁ ଏକ ମୃତ ଦଶାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ । ସେଠାରେ କାମ ସାରି ରାତିରେ ମଟର ସାଇକେଲ ଯୋଗେ ଘରକୁ ଫେରୁଥିବା ଥିବା ବେଳେ ଦୁର୍ଘଟଣା ହୋଇଥିଲା । ଭିଣୋଇ ହରେଶ ମାଝୀ ଓ ତାଙ୍କ ଶଳା ବେଦ ପୁଝାରୀ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଖବର ପାଇ ଦୁର୍ଘଟଣା ସ୍ଥଳରେ ତୁରେକେଲା ପୋଲିସ ପହଞ୍ଚି ୨ଶବକୁ ଜବତ କରିଛି । କିପରି ଦୁର୍ଘଟଣା ହେଲା ତାକୁ ନେଇ ପୋଲିସ ଛାନ୍ ବିନ୍ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

 

Dharitri – Odisha’s No.1 Odia Daily

Share