ସୁନ୍ଦରଗଡ,୪।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଭଷ୍ମା ଥାନା ଅନ୍ତର୍ଗତ ଶରଧାପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ଅପରାହ୍ନରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ।
ଗୁରୁତର ଆହତ ବାଇକ୍ ଆରୋହୀ ଜଣକ ହେଉଛନ୍ତି କୁର୍ଗା ଗ୍ରାମର କୁମ୍ଭାର । ଅନ୍ୟପଟେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଯୁବକମାନେ ଭଷ୍ମା ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ହୋଲି ଦିନରେ ଅଘଟଣ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।