ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗ୍ରାମରେ ଏମପିଙ୍କ ବାସଭବନ ହୋଇଥିବା ବେଳେ କେହି ଦୃର୍ବୁତ୍ତ ତାଙ୍କ ଘର ଉପରକୁ ମଦ ବୋତଲ ପକାଇ ଥିବା ଜଣାପଡିଛି। ଏନେଇ କୁଆଖିଆ ଥାନାରେ ଅଭିଯୋଗ ହୋଇଛି। ସେହିପରି ପୂର୍ବରୁ ଏମ୍‌ପିଙ୍କ ପୁତୁରାଙ୍କୁ ମଧ୍ୟ ଧମକ ଦିଆଯାଉଥିବା ନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା। ଉଭୟ ଘଟଣାକୁ ନେଇ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କୁଆଖିଆ ଥାନା ଅଧିକାରୀଙ୍କ ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share