ଅଢ଼େଇବର୍ଷ ବିତିଲା, ଗଡ଼ିଲାନି ବସ୍‌

ବରଗଡ଼ ଅଫିସ୍‌,୧୩।୭ – ଯାତ୍ରୀବାହୀ ବସ୍‌ ରହଣୀ ଏବଂ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବରଗଡ଼-ଭେଡ଼େନ କେନାଲ ରାସ୍ତା ପାର୍ଶ୍ୱରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି। ଏହା ୨୦୧୮ ନଭେମ୍ବର ୨୫ରେ ଉଦଘାଟିତ ହୋଇଛି। ଇତିମଧ୍ୟରେ ଅଢ଼େଇ ବର୍ଷ ବିତିଯାଇ ଥିଲେ ସୁଦ୍ଧା ଉକ୍ତ ବସଷ୍ଟାଣ୍ଡକୁ ବସ୍‌ ଗଡ଼ିନାହିଁ। ନିର୍ମାଣରେ ତ୍ରୁଟି ରହିଥିବା ଅଭିଯୋଗ କରି ଘରୋଇ ବସ୍‌ ମାଲିକ ସଂଘ ନୂତନ ବସ୍‌ଷ୍ଟାଣ୍ଡକୁ ବିରୋଧ କରି ପୁରୁଣା ବସ୍‌ଷ୍ଟାଣ୍ଡକୁ ବ୍ୟବହାର କରିଆସୁଛି।
ବରଗଡ଼ ଘରୋଇ ବସ୍‌ଷ୍ଟାଣ୍ଡରୁ ପ୍ରତିଦିନ ପ୍ରାୟ ୩ଶହ ଯାତ୍ରୀବାହୀ ବସ୍‌ ଯାତାୟାତ କରୁଛି। ଏହାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ସାଢ଼େ ୫କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବସ୍‌ଷ୍ଟାଣ୍ଡ ପରିସରରେ ବସ୍‌ ଗଡ଼ିବା ଆରମ୍ଭ ହୋଇନାହିଁ। ଅପରପକ୍ଷେ ବସ୍‌ଷ୍ଟାଣ୍ଡରେ ଗୋରୁ, ଛେଳିମେଣ୍ଢା ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ବସଷ୍ଟାଣ୍ଡ ପରିସର ନିଶାଖୋରଙ୍କ ଆଡ୍ଡା ପାଲଟିଛି। ବରଗଡ଼ ସହରର ପ୍ରଦୀପ କୁମାର ମହାନ୍ତି କହିଛନ୍ତି, ଦୀର୍ଘ ଅଢ଼େଇ ବର୍ଷ ଧରି ନୂଆ ଘରୋଇ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ନ ପାରିବା ଦୁର୍ଭାଗ୍ୟଜନକ। ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମିତ ନୂଆ ବସ୍‌ଷ୍ଟାଣ୍ଡ ସେଭଳି ପଡ଼ି ରହିଛି ଏବଂ ଅସାମାଜିକ ତତ୍ତ୍ବଙ୍କ ଆଡ୍ଡାସ୍ଥଳ ପାଲଟିଛି। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଗଲେ ଯାତ୍ରୀମାନେ ଉପକୃତ ହୋଇପାରିବେ। ସେହିପରି ପୂର୍ବତନ ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା କହିଛନ୍ତି, ଯାତ୍ରୀମାନଙ୍କ ସୁବିଧା ଏବଂ ଗରିବ ଲୋକଙ୍କ ପେଟପାଟଣାକୁ ଦୃଷ୍ଟିରେ ରଖି ନୂଆ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି। ଏଥିପାଇଁ ରାଜ୍ୟ ସରକାର କେବଳ ୫୦ଲକ୍ଷ ଟଙ୍କା ଅନୁଦାନ ଦେଇଥିବାବେଳେ ବାକି ୫କୋଟି ଟଙ୍କା ପୌର ପରିଷଦ ଖର୍ଚ୍ଚ କରିଛି। ଏତେଦିନ ପର୍ଯ୍ୟନ୍ତ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇପାରି ନ ଥିବାରୁ ଦୁଃଖ ଲାଗୁଛି। ସେହିପରି ବରଗଡ଼ ଘରୋଇ ବସ୍‌ ମାଲିକ ସଂଘର ମୁଖ୍ୟ ଉପଦେଷ୍ଟା ଦେବବ୍ରତ ମିଶ୍ର କହିଛନ୍ତି, ବସ୍‌ଷ୍ଟାଣ୍ଡ ନିର୍ମାଣରେ କିଛି ତ୍ରୁଟି ଦୃଷ୍ଟିକୁ ଆସିଥିଲା। ଫଳରେ ନୂଆ ବସ୍‌ଷ୍ଟାଣ୍ଡ ଦେଇ ବସ୍‌ ଚଳାଚଳ କିମ୍ବା ସେଠାରେ ବସ୍‌ ରହଣୀ ପାଇଁ ସହମତି ପ୍ରକାଶ କରାଯାଇ ନ ଥିଲା। ସେହି ତ୍ରୁଟିରେ ସୁଧାର ଆଣିବାକୁ ବସ୍‌ ମାଲିକ ସଂଘ ପୌର ପରିଷଦକୁ ପ୍ରସ୍ତାବ ଦେଇଛି। ପୌର ପରିଷଦ ସେଥିରେ ସହମତି ପ୍ରକାଶ କରିଥିବା ସେ କହିଛନ୍ତି । ସେହିପରି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ପାଇଁ ଘରୋଇ ବସ୍‌ ମାଲିକ ସଂଘ ସହିତ ଆଲୋଚନା ଜାରି ରହିଛି ଏବଂ ଏହା ଅତିଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସେ କହିଥିଲେ।

ବାହୁଡ଼ାରୁ ଗଡ଼ିପାରେ ବସ

ବରଗଡ଼ ଘରୋଇ ବସ୍‌ ମାଲିକ ସଂଘର ବିରୋଧ ଯୋଗୁ ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ତେବେ ବସ୍‌ ମାଲିକ ସଂଘର ପ୍ରସ୍ତାବରେ ପୌର ପରିଷଦ ରାଜି ହୋଇଥିବା ସୂଚନା ମିଳିଛି। ଆସନ୍ତା ୨୦ ତାରିଖ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାରୁ ଘରୋଇ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବ ଏବଂ ଏହି ବସ୍‌ଷ୍ଟାଣ୍ଡ ଦେଇ
ବସ୍‌ ଗୁଡ଼ିକ ଗଡ଼ିବ ବୋଲି ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri