Posted inଫୁରସତ

ବାଘ ଛୁଆକୁ ବୋତଲରେ କ୍ଷୀର ପିଆଇ ଚୁମ୍ବନ ଦେଲା ସିମ୍ପାଜୀ

ବାଘ ଛୁଆକୁ ବେତଲରେ କ୍ଷୀର ପିଆଇ ଦେଉଛି ସିମ୍ପାଜୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକ କୁନି ବାଘ ଛୁଆକୁ ସିମ୍ପାଜୀ ବୋତଲରେ କ୍ଷୀର ପିଆଇ ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି। ଆଇଏଫଏସ୍‌ ସୁଶାନ୍ତ ନନ୍ଦ ଏହି ଭିଡିଓକୁ ନିଜ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓରେ କୌଣସି ଏକ ଚିଡିଆଖାନାରେ ବାଘ ଛୁଆ ଖେଳୁଥିବାର ଦେଖାଯାଇଛି। ଚିଡିଆଖାନା କର୍ମଚାରୀ ଏକ କ୍ଷୀର ବୋତଲ ଧରି ଆସିଥିଲେ। ଏହି ସମୟରେ ଏକ ସିମ୍ପାଜୀ ଦୌଡି ଦୌଡି ଆସି ପହଞ୍ଚୁଛି। ସେ ଭାବୁଛି ତା’ ପାଇଁ କ୍ଷୀର ଆସିଛି। କିନ୍ତୁ କର୍ମଚାରୀ ଜଣଙ୍କ ଏହା ବାଘ ଛୁଆ ପାଇଁ ଆସିଛି ବୋଲି ଇଶାରାରେ କହିବାରୁ ସିମ୍ପଜୀଟି ବୋତଲ ଧରି ବାଘ ଛୁଆକୁ ପିଆଇଥିଲା। ଏହାପରେ ବାଘ ଛୁଆ ମୁଣ୍ଡରେ ଚୁମ୍ବନ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭୁ ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ ସ୍ଥଳ ‘ଭାଲକା ତୀର୍ଥ’…

ଅହମଦାବାଦ: ଯେଉଁଠାରେ ପ୍ରଭୁ ଶ୍ରୀକୃଷ୍ଣ ଦେହତ୍ୟାଗ କରିଥିଲେ ପରବର୍ତ୍ତୀ ସମୟରେ ସେଠାରେ ଏକ ମନ୍ଦିର ଗଢ଼ି ଉଠିଥିଲା। ଏହି ଅଞ୍ଚଳକୁ ଭାଲକା ତୀର୍ଥ କୁହାଯାଇଥାଏ। ମହାଭାରତ...

ସବୁଠୁ ମହଙ୍ଗା ପରିବା, କିଲୋ ୮୨ ହଜାର ଟଙ୍କା

ଦୁନିଆରେ ଏଭଳି ଏକ ପରିବା ରହିଛି, ଯାହା ମୂଲ୍ୟ ସାମ୍ନାରେ ଆଳୁ, ଟମାଟୋ କି ପିଆଜ ଦର ବାଲିଗୋଡି଼ ସହ ସମାନ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ...

ସାଧନା ଓ ସାହସର ସମନ୍ବୟ ପ୍ରଦୀପ କୁମାର ରାୟ

”ମୁଁ ସ୍ବପ୍ନମାନଙ୍କୁ ହଜିଯିବା ଦେଖିଛି/ପାଖ ଲୋକଙ୍କୁ ଦୂରକୁ ଘୁଞ୍ଚିଯିବା ଦେଖିଛି/ସମସ୍ତେ କହନ୍ତି ଭଲପାଇବା ହସିବା ଶିଖାଏ/ମୁଁ ସେହି ଭଲପାଇବାକୁ ଏକା ଗଭୀର ରାତିରେ କାନ୍ଦିବା ଦେଖିଛି...

ଅନଲାଇନରେ ମୃତ ୮୫ ବର୍ଷ ବୟସ୍କା ବୃଦ୍ଧା : ପେନସନ ପାଇଁ ନିଜକୁ ଜୀବିତ ପ୍ରମାଣ କରିବାକୁ ବୁଲୁଛନ୍ତି ସରକାରୀ କାର୍ଯ୍ୟାଳୟ…

ଅଜମେର,୨୫।୪ : ରାଜସ୍ଥାନର ଅଜମେର ଜିଲାର ବେୱାରରେ ଅବସ୍ଥିତ ବଞ୍ଜାରି ପଞ୍ଚାୟତରେ ଅଧିକାରୀଙ୍କ ଅବହେଳା ଯୋଗୁଁ ଜଣେ ୮୫ ବର୍ଷ ବୟସ୍କା ବୃଦ୍ଧା ଅସୁବିଧାର ସମ୍ମୁଖୀନ...

ଏହିଠାରେ ନିର୍ମାଣ ହେଉଛି ଦେଶର ସବୁଠୁ ସୁନ୍ଦର ବ୍ରିଜ୍‌, ଖର୍ଚ୍ଚ ହେବ ୨୫୦ କୋଟିରୁ ଅଧିକ

ତାମିଲନାଡୁରେ ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ରେଲ୍‌ଓ୍ବେ ସି’ ବ୍ରିଜ୍‌ ନିର୍ମାଣ ଚାଲିଛି। ଏହି ବ୍ରିଜ୍‌ର ନାମ ନ୍ୟୁ ପମ୍ବନ। ଏହି ବ୍ରିଜ୍‌ ଆସନ୍ତା ମାର୍ଚ୍ଚରେ...

ଜଣେ ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଦୁବାଇ ଉଡ଼ାଣ କଲା ବିମାନ…

ମୁମ୍ବାଇ,୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ବିଦେଶ ବିମାନ ଉଡ଼ାଣ ଉପରେ କଟକଣା ଜାରି ହୋଇଛି।...

ଶିକ୍ଷା ହିଁ ଆଣେ ବିକାଶ

ଶିକ୍ଷା ହେଉଛି ଏକ ମାନବିକ ଅଧିକାର। ସମସ୍ତେ କିଭଳି ଲେଖିବା, ପଢ଼ିବା ଜାଣିବେ ତାହା ପୃଥିବୀର ପ୍ରତି ଦେଶ ସରକାରଙ୍କ ଦାୟିତ୍ୱ। ଯେକୌଣସି ଦେଶର ବିକାଶ...

ବିନା ପରୀକ୍ଷାରେ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍‌…

ଭୋପାଳ, ୧୨।୧ : ନମୁନା ପରୀକ୍ଷା କରାଯାଇ କରୋନା ପଜିଟିଭ୍‌ ଅବା ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯାଇଥାଏ। ତେବେ ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ସ୍ବାସ୍ଥ୍ୟ ବିଭାଗର...

Advertisement
Archives

Model This Week