ଏଲନ ମସ୍କଙ୍କୁ ଟୁଇଟର ବୋର୍ଡରେ ନିଯୁକ୍ତି

ନୂଆଦିଲ୍ଲୀ,୫।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ସହ ଯୋଡ଼ି ହୋଇଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ। ତାଙ୍କୁ ଟୁଇଟର ବୋର୍ଡରେ ମଙ୍ଗଳବାର ନିଯୁକ୍ତି ମିଳିଛି। ଏ ନେଇ ଟୁଇଟର ସିଇଓ ପରାଗ ଅଗ୍ରୱାଲ ସୂଚନା ଦେଇଛନ୍ତି।

ଅଗ୍ରୱାଲ ଟୁଇଟ କରି କହିଛନ୍ତି, ଆପଣମାନଙ୍କୁ ଆନନ୍ଦର ସହ କହିବାକୁ ଚାହୁଁଛି ଯେ ଆମେ ଏଲନ ମସ୍କଙ୍କୁ ଆମ ବୋର୍ଡରେ ନିଯୁକ୍ତି ଦେଇଛୁ। ନିକଟ ସପ୍ତାହରେ ଆମେ ଏଲନ ମସ୍କଙ୍କ ସହ ନିୟମିତ କଥାବାର୍ତ୍ତା କରିଥିଲୁ। ଏହି ଆଲୋଚନାରୁ ଏଲନଙ୍କ ଯୋଗଦାନ ବୋର୍ଡର ମୂଲ୍ୟକୁ ବୃଦ୍ଧି କରିବ ସ୍ପଷ୍ଟ ହେଉଛି। ମସ୍କ ହେଉଛନ୍ତି ଜଣେ ବିଶ୍ୱାସୀ ଓ ଆମ ସେବାର କ୍ରିଟିକ। ଏହି ହିଁ ଆମ କମ୍ପାନୀ ଓ ବୋର୍ଡର ସଦସ୍ୟମାନେ ଚାହାନ୍ତି। ଆମକୁ ଅଧିକ ସଶକ୍ତ କରିବାକୁ ଆସୁଥିବା ଏଲନଙ୍କୁ ସ୍ବାଗତ। ଏହାପରେ ଏଲନ ମସ୍କ ମଧ୍ୟ ରି ଟୁଇଟ କରିଛନ୍ତି। ପରାଗ ଅଗ୍ରୱାଲ ଓ ଟୁଇଟର ବୋର୍ଡ ସହ କାମ କରିବାକୁ ଯାଉଥିବା ବେଶ ଉତ୍ସାହିତ। ଆସନ୍ତା ମାସରେ ଟୁଇଟରକୁ ଅଧିକ ବିକଶିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କଲେ ସାବରକରଙ୍କ ନାତି

ନୂଆଦିଲ୍ଲୀ,୧୨।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ପୁଣି ବଢିଲା। ହିନ୍ଦୁତ୍ୱ ବିଚାରକ ବିନାୟକ ଦାମୋଦର ସାବରକରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ରାହୁଲ ଗାନ୍ଧୀଙ୍କ...

ରିଲାଏନ୍ସ ଡିଜିଟାଲରେ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌ ୨୩

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଡିଜିଟାଲରେ ପ୍ରିମିୟର ବର୍ଗର ସ୍ମାର୍ଟଫୋନ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୨୩ ସିରିଜ୍‌ର ଉନ୍ମୋଚନ କରାଯାଇଛି। ବିଶେଷକରି ଗାଲାକ୍ସି ଏସ୍‌୨୩...

କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ: କମିଲା ଇଣ୍ଟରନେଟ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ବହୁ କାର୍ଯ୍ୟାଳୟ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ...

୩୧ ପ୍ରତିଶତ ରାଜ୍ୟ ସଭା ଏମ୍‌ପିଙ୍କ ବିରୋଧରେ ଆପରାଧିକ ମାମଲା, ୮୭ ପ୍ରତିଶତ କୋଟିପତି…

ନୂଆଦିଲ୍ଲୀ, ୨୮।୬ : ଦେଶର ୩୧ ପ୍ରତିଶତ ରାଜ୍ୟ ସଭା ଏମ୍‌ପିଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେହିପରି ୮୭ ପ୍ରତିଶତ ହେଉଛନ୍ତି କୋଟିପତି। ଏଡିଆର୍‌...

ଆଇଏନ୍‌ଏସ୍‌ ଖଣ୍ଡେରୀ ନୌସେନାରେ ସାମିଲ୍‌: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି; ଆବଶ୍ୟକ ପଡ଼ିଲେ ପାକିସ୍ତାନକୁ ଦିଆଯିବ ଉଚିତ ଜବାବ

ମୁମ୍ବାଇ,୨୮।୯: ଆଇଏନ୍‌ଏସ୍‌ ଖଣ୍ଡେରୀକୁ ଭାରତୀୟ ନୌସେନାରେ ସାମିଲ୍‌ କରାଯାଇଛି। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଖଣ୍ଡେରୀକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଉଦ୍ଧବ-ଶିନ୍ଦେ ସମର୍ଥକ ମୁହାଁମୁହିଁ, ୩୬ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ…

ମୁମ୍ବାଇ, ୧୧।୯ : ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକଙ୍କ ମଧ୍ୟରେ ରାଜନୈତିକ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ...

କେନ୍ଦ୍ରକୁ ଟାର୍ଗେଟ କଲେ ମେହେବୁବା ମୁଫତି, କହିଲେ ଏତେ ସୁରକ୍ଷିତ ଅଞ୍ଚଳରେ ପୁଞ୍ଛ ଆତଙ୍କବାଦୀ ଆକ୍ରମଣ କେମିତି ହେଲା

ଜମ୍ମୁ,୨୯।୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପିଡିପି ମୁଖ୍ୟ ମେହେବୁବା ମୁଫତି ଶନିବାର କେନ୍ଦ୍ର ସରକାରଙ୍କ ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, କିଛିଦିନ...

କଂଗ୍ରେସକୁ ଜେଡିଏସ୍‌ର ଝଟ୍‌କା: ଉପନିର୍ବାଚନରେ କୌଣସି ଦଳ ସହ ହେବ ନାହିଁ ମେଣ୍ଟ

ବେଙ୍ଗାଲୁରୁ,୨।୧୧: କର୍ନାଟକରେ ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି। ଏହାରି ଭିତରେ ଉପନିର୍ଚାଚନ ସମୟରେ କୌଣସି ଦଳ ସହ ଜନତା ଦଳ(ସେକ୍ୟୁଲାର)...

Advertisement
Archives

Model This Week