Posted inଫୁରସତ

ଲଭ୍‌ଷ୍ଟୋରୀରେ ଟୁଇଷ୍ଟ୍‌: କନ୍ୟା ବିଦା ହୋଇ ନ ପାରି ବରଙ୍କୁ ନେଇଗଲେ ନିଜ ଘରକୁ ଆଉ ତାପରେ…

କାନପୁର, ୧୩।୭: ବିବାହ ପରେ କନ୍ୟା ବାପଘରୁ ବିଦା ହୋଇ ବର ଘରକୁ ଆସିଥାନ୍ତି। ତେବେ ଉତ୍ତରପ୍ରଦେଶରେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି। ପରସ୍ପରକୁ ଭଲ ପାଉଥିବା ଦୁଇପ୍ରେମୀଙ୍କ ମଧ୍ୟରେ ବାଧା ଦେଇଥିଲେ ଦୁଇପକ୍ଷ ପରିବାର। ସରଜନା-ବରଦହା ଗାଁର ଉପାସନା ଏବଂ ବଡ଼ାଗାଓ୍ବଁ ବାସିନ୍ଦା ସନ୍ଦୀପ୍‌ଙ୍କ ମଧ୍ୟରେ ଦୀର୍ଘଦିନର ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଏହାକୁ ଦୁଇପରିବାର ବିରୋଧ କରୁଥିଲେ। ଶେଷରେ ଉପାସନାଙ୍କ ପରିବାର ପକ୍ଷରୁ ହମିରପୁର ଥାନାରେ ସନ୍ଦୀପ୍‌ଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ଆଇନ ଭୟରେ ସନ୍ଦୀପ୍‌ଙ୍କ ପରିବାର ଚାଲାକି କରି ସେମାନଙ୍କ କରିବାକୁ ରାଜି ହୋଇଥିଲେ। ସ୍ଥାନୀୟ ଚୌରା ଦେବୀ ମନ୍ଦିରରେ ଉଭୟପକ୍ଷଙ୍କ ଉପସ୍ଥିତିରେ ବିବାହ ହୋଇଥିଲା। କିନ୍ତୁ ସନ୍ଦୀପ୍‌ଙ୍କ ପରିବାର ପକ୍ଷରୁ ଉପାସନାଙ୍କୁ ଘରକୁ ବୋହୂ କରି ନେବାକୁ ମନା କରାଯାଇଥିଲା। ତେଣୁ ଉପାସନା ବାଧ୍ୟ ହୋଇ ବାପଘରକୁ ଫେରିଥିଲେ। ତେବେ ସନ୍ଦୀପ୍‌ ଆଉ ନିଜ ଘରକୁ ନ ଫେରି ଉପାସନାଙ୍କ ସହିତ ତାଙ୍କ ଘରକୁ ରହିବାକୁ ଯାଇଛନ୍ତି। ଘରଲୋକେ ଉପାସନାଙ୍କୁ ସମ୍ମାନର ସହିତ ନ ନେଲେ ସେ ଆଉ ଫେରିବେ ନାହିଁ ବୋଲି ଜିଦ୍‌ ଧରିଛନ୍ତି। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରିମେକ୍‌ ଫିଲ୍ମରେ ଅଲିଜେହ

ମୁମ୍ବାଇ: ନିର୍ଦ୍ଦେଶକ ବିକାଶ ବହଲ୍‌ ତାଙ୍କ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତାଙ୍କ ସିନେମାର ମୁଖ୍ୟ ଚରିତ୍ରରେ ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଖଁାଙ୍କ...

୧୫ କୋଟି ବର୍ଷ ପୂର୍ବେ ଏମିତି ଦେଖାଯାଉଥିଲା ବିଶ୍ୱ, ସତ୍ୟ ଉନ୍ମୋଚନ କରିବ ଏହି ଟେଲିସ୍କୋପ୍‌

ଓ୍ବାଶିଂଟନ,୭ା୧୧: ଆଜି ବି ବୈଜ୍ଞାନିକମାନେ ବିଶ୍ୱର ରହସ୍ୟ ଉନ୍ମୋଚନ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ହୋଇନାହାନ୍ତି। ବୈଜ୍ଞାନିକମାନଙ୍କ ପାଇଁ ବିଶ୍ୱ ଯେମିତି ଏକ ପଜଲ ହୋଇ ରହିଯାଇଛି।...

ତନାଘନା

ଭଶ୍ରୀ ଫେସ୍‌ବୁକ୍‌ରେ ଲେଖିଥିଲା ଯେ, ଆଜି ମତେ ଗୋଟିଏ ମଶା କାମୁଡ଼ିଦେଲା। ତା’ର ପାଞ୍ଚଶହ ପଇଁତିରିଶଟି କମେଣ୍ଟ୍‌ସ ଆସିଲା। ପ୍ରତି କମେଣ୍ଟ୍‌ସରେ ଥିଲା ଉଦ୍‌ବେଗ ଓ...

ଯେଉଁଠି ପୂଜା ଥାଳି ବଦଳରେ ନିଆଯାଏ ସାପ

ସାପ ନାଁ ଶୁଣିବା ମାତ୍ରେ ଲୋକେ ଭୟରେ ଥରି ଉଠନ୍ତି। ଯଦି କାହାରି ସମ୍ମୁଖକୁ ସାପ ଆସିଗଲା, ତେବେ କଥା ସେଇଠି ସରିଲା। କିନ୍ତୁ ଗୋଟିଏ...

ସହରର ଲୋକଙ୍କୁ ଯୋଡ଼ିବା ପାଇଁ ଭିନ୍ନ ପ୍ରୟାସ : ବହିଥାକର ଭ୍ରମ ସୃଷ୍ଟି କରୁଛି ପାଚେରି, ଫଟୋ ଭାଇରାଲ

ପ୍ରତ୍ୟେକ ସହରର କିଛି ନା କିଛି କଳାକୃତି ରହିଛି। ଯାହାକୁ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ଲୋକଙ୍କ ଯିବାଆସିବା ଲାଗି ରହିଥାଏ। ସେହିପରି କଳାକୁ...

ଏହି ପ୍ରସିଦ୍ଧ ଗାୟକଙ୍କ ଚଷମା ୧ କୋଟି ଟଙ୍କାରେ ନିଲାମ

ଯେଉଁମାନେ ସଙ୍ଗୀତ ଶୁଣିବାକୁ ଭଲ ପାଆନ୍ତି, ସେମାନେ ଜନ୍‌ ଲେନନ୍‌ଙ୍କ ନାଁ ନିଶ୍ଚୟ ଶୁଣିଥିବେ। ଦ ବିଟଲ୍ସ ନାମରେ ପ୍ରସିଦ୍ଧ ଜନ୍‌ଙ୍କ ଚଷମା ନିକଟରେ ୧...

କାଚ କାନ୍ଥକୁ ଫଟାଇବାକୁ ଚାହୁଁଥିଲା ମାଙ୍କଡ: ତା ସହ ଘଟିଲା କିଛି ଏମିତି

ବର୍ତ୍ତମାନ ମାଙ୍କଡ ଛୁଆର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ମାଙ୍କଡ ଛୁଆ କାଚ କାନ୍ଥକୁ ଫଟାଇବାକୁ ଚେଷ୍ଟା କରୁଛି।...

ଜାତୀୟ ବିଜ୍ଞାନ ଦିବସ: ବିଜ୍ଞାନର ବିକାଶରେ ଦେଶର ବିକାଶ ସମ୍ଭବ

ଭାରତରେ ପ୍ରତିବର୍ଷ ୨୮ ଫେବୃୟାରୀରେ ପାଳନ କରାଯାଉଛି ଜାତୀୟ ବିଜ୍ଞାନ ଦିବସ। ବୈଜ୍ଞାନିକମାନଙ୍କ ସମାଜ ପ୍ରତି ଅବଦାନକୁ କୃତଜ୍ଞତାର ସହ ସ୍ବୀକୃତି ଦେବା ସହିତ ବିଜ୍ଞାନ...

Advertisement
Archives

Model This Week