Posted inଫୁରସତ

ଲଭ୍‌ଷ୍ଟୋରୀରେ ଟୁଇଷ୍ଟ୍‌: କନ୍ୟା ବିଦା ହୋଇ ନ ପାରି ବରଙ୍କୁ ନେଇଗଲେ ନିଜ ଘରକୁ ଆଉ ତାପରେ…

କାନପୁର, ୧୩।୭: ବିବାହ ପରେ କନ୍ୟା ବାପଘରୁ ବିଦା ହୋଇ ବର ଘରକୁ ଆସିଥାନ୍ତି। ତେବେ ଉତ୍ତରପ୍ରଦେଶରେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି। ପରସ୍ପରକୁ ଭଲ ପାଉଥିବା ଦୁଇପ୍ରେମୀଙ୍କ ମଧ୍ୟରେ ବାଧା ଦେଇଥିଲେ ଦୁଇପକ୍ଷ ପରିବାର। ସରଜନା-ବରଦହା ଗାଁର ଉପାସନା ଏବଂ ବଡ଼ାଗାଓ୍ବଁ ବାସିନ୍ଦା ସନ୍ଦୀପ୍‌ଙ୍କ ମଧ୍ୟରେ ଦୀର୍ଘଦିନର ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଏହାକୁ ଦୁଇପରିବାର ବିରୋଧ କରୁଥିଲେ। ଶେଷରେ ଉପାସନାଙ୍କ ପରିବାର ପକ୍ଷରୁ ହମିରପୁର ଥାନାରେ ସନ୍ଦୀପ୍‌ଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ଆଇନ ଭୟରେ ସନ୍ଦୀପ୍‌ଙ୍କ ପରିବାର ଚାଲାକି କରି ସେମାନଙ୍କ କରିବାକୁ ରାଜି ହୋଇଥିଲେ। ସ୍ଥାନୀୟ ଚୌରା ଦେବୀ ମନ୍ଦିରରେ ଉଭୟପକ୍ଷଙ୍କ ଉପସ୍ଥିତିରେ ବିବାହ ହୋଇଥିଲା। କିନ୍ତୁ ସନ୍ଦୀପ୍‌ଙ୍କ ପରିବାର ପକ୍ଷରୁ ଉପାସନାଙ୍କୁ ଘରକୁ ବୋହୂ କରି ନେବାକୁ ମନା କରାଯାଇଥିଲା। ତେଣୁ ଉପାସନା ବାଧ୍ୟ ହୋଇ ବାପଘରକୁ ଫେରିଥିଲେ। ତେବେ ସନ୍ଦୀପ୍‌ ଆଉ ନିଜ ଘରକୁ ନ ଫେରି ଉପାସନାଙ୍କ ସହିତ ତାଙ୍କ ଘରକୁ ରହିବାକୁ ଯାଇଛନ୍ତି। ଘରଲୋକେ ଉପାସନାଙ୍କୁ ସମ୍ମାନର ସହିତ ନ ନେଲେ ସେ ଆଉ ଫେରିବେ ନାହିଁ ବୋଲି ଜିଦ୍‌ ଧରିଛନ୍ତି। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri