୨ ଯାଆଁଳା ଭାଇ ମାଲକାନଗିରି ଜିଲା ଟପ୍ପର

ମାଲକାନଗିରି/ଏମ୍‌ଭି ୭୯, ୩ା୫(ଦୁର୍ଯ୍ୟୋଧନ ପାତ୍ର/ଭିକି ବାରିକ): ମାଟ୍ରିକ୍‌ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଦୁଇ ଯାଆଁଳା ଭାଇ ସମାନ ନମ୍ବର ରଖି ମାଲକାନଗିରି ଜିଲା ଟପ୍ପର ହୋଇଛନ୍ତି। କାଲିମେଳା ବ୍ଲକ୍‌ ଏମ୍‌.ଭି. ୭୯ସ୍ଥିତ ସାବେରୀ ଉଚ୍ଚ ବିଦ୍ୟାଳୟରେ ମୋହନ ଲେଙ୍କାଙ୍କ ଦୁଇ ଯାଆଁଳା ପୁଅ ଡନେଲ ଲେଙ୍କା ଓ ଡମ୍ବରୁ ଲେଙ୍କା ଉଭୟେ ୫୬୦ ଲେଖାଏ ନମ୍ବର ରଖି ଜିଲାରେ ଟପ୍ପର ହୋଇଛନ୍ତି।
ପ୍ରକାଶ ଥାଉ କି, ଚଳିତ ବର୍ଷ ମାଲକାନଗିରି ଜିଲାରେ ମୋଟ ୧୩୦ଟି ବିଦ୍ୟାଳୟରେ ୮୦୩୮ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିତ୍ଲେ। ସେଥିମଧ୍ୟରୁ ୭୭୫୦ ଜଣ ପାସ୍‌ ହୋଇଥିବା ବେଳେ ଜିଲାରେ ୯୬.୪୧ ପ୍ରତିଶତ ପାସ୍‌ ହୋଇଛନ୍ତି। ସେଥିମଧ୍ୟରେ ୧୨ ଜଣ ଏ-୧, ୪୬ ଜଣ, ଏ-୨, ୧୨୦ଜଣ ବି-୧, ୫୪୬ ଜଣ ବି-୨ରେ ପାସ୍‌ କରିଛନ୍ତି।

Share