ବଜାରରେ ଟିଭିଏସ୍‌ ରୋନିନ୍‌

ନୂଆଦିଲ୍ଲୀ,୧୦।୧୨: ଟିଭିଏସ୍‌ ମୋଟର କମ୍ପାନିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଦ ୨୦୨୫ ଟିଭିଏସ୍‌ ରୋନିନ୍‌ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହି ମଡେଲରେ ସମସ୍ତ ପ୍ରକାରର ଆଧୁନିକ ସୁରକ୍ଷା ବ୍ୟବସ୍ଥା ସହିତ ସର୍ବୋତ୍ତମ ଫିଚର ସାମିଲ ରହିଛି। ଉଲ୍ଲେଖଯୋଗ୍ୟ, ଗୋଆର ଭାଗାଟୋରଠାରେ ଆୟୋଜିତ ମୋଟରସାଇକେଲ୍‌ ଉତ୍ସବ ‘ଟିଭିଏସ୍‌ ମୋଟୋସୌଲ ୪.୦’ରେ କମ୍ପାନୀର ଦ ୨୦୨୫ ଟିଭିଏସ୍‌ ରୋନିନ୍‌କୁ ଆନୁଷ୍ଠାନିକ ଭାବେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଏହି ମୋଟରସାଇକେଲ୍‌ ଦୁଇଟି ନୂଆ ରଙ୍ଗ ଗ୍ଲାସିୟର ସିଲ୍‌ଭର୍‌ ଏବଂ ଚାର୍‌କୋଲ୍‌ ଏମ୍ବର କଲର (ରଙ୍ଗ) ରେ ଉପଲବ୍ଧ ହେଉଛି, ଯାହା ରେଟ୍ରୋ ଡିଜାଇନ୍‌ ଓ ଆଧୁନିକ ସୁବିଧାସୁଯୋଗର ଏକ ଚମତ୍କାର ମିଶ୍ରଣ ବୋଲି କୁହାଯାଉଛି। ଏପରିକି ଏହାର ଜୀବନ୍ତ ରଙ୍ଗ, ଗ୍ରାଫିକ୍ସ ଓ ଉନ୍ନତ ପ୍ରଯୁକ୍ତି ଯେକୌଣସି ପ୍ରକାର ମନୋଭାବକୁ ସୁହାଇବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନିର ବ୍ୟବସାୟ ମୁଖ୍ୟ (ପ୍ରିମିୟମ୍‌) ବିମଲ ସୁମ୍ବଲି କହିଛନ୍ତି, ଫିଲ ଦି ଆଡ୍ରେନାଲିନ୍‌, ଫିଲ ଦି ଇନସ୍ପିରେସନ୍‌, ଫିଲ୍‌ ଦି ଗ୍ରୋଭ୍‌ ବିଷୟବସ୍ତୁ ଉପରେ ଆଧାରିତ ଟିଭିଏସ୍‌ ମୋଟୋସୌଲ-୨୦୨୪ ହେଉଛି, ଅଭିଳାଷ, ନବସୃଜନତାର ଏକ ବାସ୍ତବ ଉତ୍ସବ। ପ୍ରତିଟି ସଂସ୍କରଣରେ ଆମେ ମୋଟରସାଇକେଲ୍‌ ରେସିଂର ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଥିବାବେଳେ ରାଇଡର ଓ ଉତ୍ସାହୀମାନଙ୍କୁ ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିଛୁ। ମୋଟରସାଇକେଲ୍‌ ଗୋଷ୍ଠୀ ସଫଳ ହେବା ଦେଖିବା ବେଶ୍‌ ଉତ୍ସାହଜନକ ଏବଂ ସ୍ବତନ୍ତ୍ର ସୃଷ୍ଟି କରିବାକୁ ଉତ୍ସର୍ଗୀକୃତ। ଯାହା ମଣିଷ ଓ ମୋଟରସାଇକେଲ୍‌ ଭିତରେ ସମ୍ପର୍କକୁ ସୁଦୃଢ଼ କରିବ। ସେହିପରି ୨୦୨୫ ଟିଭିଏସ୍‌ ରୋନିନ୍‌ରେ ଡୁଆଲ୍‌ ଚ୍ୟାନେଲ୍‌ ଏବିଏସ୍‌ ସାମିଲ ରହିଛି, ଯାହା ରାଇଡରଙ୍କ ସୁରକ୍ଷା ଓ ସ୍ଥିରତାକୁ ବଢ଼ାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri